ଅନୁଗୋଳ (ଏନଟିପି):
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବରୁ ଆଖି ତାଡ଼ିନେଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ଆସିଛି । ପୋଷ୍ଟମର୍ଟମ ପାଇଁ ମର୍ଗରେ ରଖାଯାଇଥିବା ଶବର ଆଖି ଗାଏବ ରହିଛି ।
ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୪ବର୍ଷର ଶିଶୁକନ୍ୟାର ଆଖି ନଥିବା ଅଭିଯୋଗ ହୋଇଛି । ଚିକିତ୍ସାଳୟରେ ଶବରୁ ଆଖି ତାଡ଼ିନେଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । କାଲି ଅସୁସ୍ଥ ଝିଅକୂ ଆଣି ଅନୁଗୁଳ ମେଡ଼ିକାଲରେ ଚିକିତ୍ସା କରାଇବା ବେଳେ ରାତିରେ ହିଁ ଝିଅଟିର ମୃତ୍ୟୁ ଘଟିଥିଲା । ପରେ ପୋଷ୍ଟମର୍ଟମ ପାଇଁ ଶବକୁ କାଲି ମର୍ଗରେ ରଖାଯାଇଥିଲା । କିନ୍ତୁ ଆଜି ପୋଷ୍ଟମର୍ଟମ ପାଇଁ ନେବା ବେଳେ ଆଖି ନଥିବା ଦେଖାଯାଇଥିବାରୁ ମୃତ ଝିଅର ବାପା ଡାକ୍ତରଖାନା ନାଁରେ ଅଭିଯୋଗ ଆଣିଛନ୍ତି । ଏନେଇ ଟାଉନ ଥାନାରେ ଅଭିଯୋଗ କରାଯାଇଛି । ତଦନ୍ତ ପରେ ମେଡ଼ିକାଲରେ ରିସିଭ ଡେଡ଼ ହେତୁ ପୋଷ୍ଟମର୍ଟମ ପାଇଁ ରଖାଯାଇଥିଲା । ତେଣୁ ଶବଟିର ଆଖି କୁଆଡ଼େ ଗଲା ମେଡ଼ିକାଲ କର୍ତ୍ତୃପକ୍ଷ କହିପାରିବେ, କିନ୍ତୁ ଏଯାଏଁ ତାଙ୍କର ମତାମତ ମିଳିପାରି ନାହିଁ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।
