ଦୁଇ ମାସ ଖେଳିବେନି ଧୋନୀ…

ନୂଆଦିଲ୍ଲୀ,(ଏନଟିପି ବ୍ୟୁରୋ):
ଭାରତୀୟ କ୍ରିକେଟ ଟିମର ୱିକେଟକିପର ତଥା ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନୀ ନିଜର ଅବସର ଏବଂ ୱେଷ୍ଟଇଣ୍ଡିଜ ଗସ୍ତକୁ ନେଇ ମୁହଁ ଖୋଲିଛନ୍ତି । ୩୮ ବର୍ଷିୟ ଧୋନୀ ଆଗାମୀ ୨ମାସ ଯାଏଁ କୌଣସି ଇଭେଂଟ ଖେଳିବେ ନାହିଁ ବୋଲି ବିସିସିଆଇକୁ କହିଛନ୍ତି । ସେ ଆସନ୍ତା ୨ମାସ ପାଇଁ ଦଳରୁ ବାହାରେ ରହିବେ । ତେବେ ଏହି ୨ ମାସ ସେ ସୈନ୍ୟ ରେଜିମେଂଟରେ ରହିବେ ବୋଲି କହିଛନ୍ତି ।

ଏଥିରୁ ସ୍ପଷ୍ଟ ଯେ ଧୋନୀ କାରବିଆନ ଗସ୍ତରେ ଯାଉନାହାନ୍ତି । ଯାହା ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି । ଭାରତ ଏହି ଗସ୍ତରେ ଟେଷ୍ଟ ସହ ଟି୨୦ ଓ ଦିନିକିଆ ସିରିଜ ମଧ୍ୟ ଖେଳିବ । ଏଥିପାଇଁ ଆସନ୍ତାକାଲି ଦଳର ଚୟନ କରାଯିବ ।

ଧୋନୀ କିନ୍ତୁ ସନ୍ନ୍ୟାସ ବାବଦରେ କିଛି କହିନାହାନ୍ତି । କିନ୍ତୁ ସେ ୨ମାସ କ୍ରିକେଟ ଖେଳିବେ ନାହିଁ । ଏହା ପୂର୍ବରୁ ବିଶ୍ୱକପ ପରେ ସେ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ପ୍ରସଙ୍ଗରେ ତାଙ୍କ ମ୍ୟାନେଜର ଅରୁଣ ପାଣ୍ଡେଙ୍କ ବୟାନ ସାମ୍ନାକୁ ଆସିଥିଲା । ଧୋନୀ ବର୍ତମାନ ଅବସର ନେଉନାହାନ୍ତି ବୋଲି ସେ କହିଥିଲେ । ଧୋନୀ ଏବେ ସନ୍ୟାସ ନିଅନ୍ତୁ ନାହିଁ ବୋଲି ଫ୍ୟାନ୍ସ ମାନେ ମଧ୍ୟ ଚାହୁଁଛନ୍ତି ।

Follow by Email
WhatsApp