ଅନୁଗୋଳ ସପ୍ତମ ଜିଲ୍ଲା ମହୋତ୍ସବ ;କଳା,ସଂସ୍କୃତି ଓ ଐତିହ୍ୟକୁ ଉଦ୍ ଜୀବିତ କରିବା ମୁଖ୍ୟ ଲକ୍ଷ

ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସପ୍ତମ ଅନୁଗୁଳ ଜିଲ୍ଲା ମହୋତ୍ସବ ୧୪ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହେବ। ଏହି ଉପଲକ୍ଷେ ଓରମାସ ମାଧ୍ୟମରେ ପଲ୍ଲିଶ୍ରୀ ମେଳା ଅାଜି ଠାରୁ ଆରମ୍ଭ ହୋଇ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ବିଲୁପ୍ତ ହେବାକୁ ଯାଉଥିବା ଆମ ଜିଲ୍ଲାର ତଥା ରାଜ୍ୟର ଲୋକକଳା ସଂସ୍କୃତି ଓ ଐତିହ୍ୟର ପୁନଃଉଦ୍ଧାର କରି ଲୋକଲୋଚନକୁ ଆଣିବା ଓ ସେଗୁଡିକର ବିକାଶ କରିବା ସଂଗେ ସଂଗେ ତାର ପ୍ରଚାର ପ୍ରସାର କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଅନୁଗୋଳ ଜିଲ୍ଲା ମହୋତ୍ସବ କେବଳ ଜିଲ୍ଲା ପ୍ରଶାସନର ଅଙ୍ଗୀଭୂତ ନହୋଇ ସର୍ବସାଧାରଣଙ୍କ ମହୋତ୍ସବ ଭାବରେ ପାଳନ କରାଯିବ ।ଅାଜି ଜିଲ୍ଲା ମହୋସ୍ଚବ ଓ ପଲ୍ଲିଶ୍ରୀ ମେଳାର ଉଦଘାଟନୀ ଉସ୍ଚବରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା,ମୁଖ୍ୟବକ୍ତା ଭାବେ ସମ୍ବଲପୁର ସାସଂଦ ନଗେନ୍ଦ୍ର ପ୍ରଧାନ,ସମ୍ମାନୀତ ଅତିଥି ଭାବେ ପାଲଲହଡା ବିଧାୟକ ମହେଶ ସାହୁ,ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା,ଅଧ୍ୟକ୍ଷା ଜିଲ୍ଲା ପରିଷଦ ଅନୁଗୋଳ ବାସନ୍ତୀ କିଷାନ ଯୋଗଦେଇଥିଲେ ।ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କାର୍ଯ୍ୟକ୍ରମକୁ ଦେଖି କହିଛନ୍ତି ଯେ, ଜନସାଧାରଣଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ତିନିଦିନ ବ୍ୟାପୀ ମନଲୋଭା ସାଂସ୍କୃତିକ, ଜିଲ୍ଲାର, ରାଜ୍ୟର ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ସଂଗୀତ, ନୃତ୍ୟ ଏବଂ ପାରମ୍ପରିକ ଲୋକକଳାକୁ ପ୍ରଦର୍ଶିତ କରାଯିବା ହେଉଛି ଅନୁଗୋଳ ଜିଲ୍ଲାର ଏକ ନିଅାରା କାର୍ଯ୍ୟକ୍ରମ ।

ମହୋତ୍ସବର ପ୍ରଥମ ସନ୍ଧ୍ୟା ,ମନମୋହିଲା ଯୋଡିଶଙ୍ଖ,ଓଡିଶୀ

ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଗୋଳ ନୃତ୍ୟନିଳୟ ଦ୍ୱାରା ଓଡିଶୀ ନୃତ୍ୟ,ଯୋଡିଶଙ୍ଖ ଗଂଜାମ,ଭାଙ୍ଗଡା ନୃତ୍ୟୁ ପଞ୍ଜାବ,ସିଦ୍ଧି ଧମାଲ ଗୁଜୁରାଟ,ସମ୍ବଲପୁରୀ ନୃତ୍ୟ କୋରାପୁଟ ସହ ଓଡିଅା ଚଳଚ୍ଚିତ୍ର କଳାକାରଙ୍କ ଦ୍ୱାରା ନୃତ୍ୟ,ସଂଗୀତ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ଏଲିନା ଙ୍କ ଉପସ୍ଥିତି ସହ ହ୍ୟୁମାନ ସାଗରଙ୍କ କଣ୍ଠରୁ ସଙ୍ଗୀତ।

ମହୋତ୍ସବର ୨ ୟ ସନ୍ଧ୍ୟା ::

ଅନୁଗୋଳ ଜିଲ୍ଲା ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ମଧ୍ୟ ଦର୍ଶକ ଙ୍କ ଗହଳି ବେଶ ଥିଲା।ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟାଧୀଶ ବୀରକିଶୋର ମିଶ୍ର,ମୁଖ୍ୟ ବକ୍ତା ଭାବେ DIG ନରସିଂହ ଭୋଳ, ସମ୍ମାନିତ ଅତିଥି ଭାବେ ମିତ୍ରଭାନୁ ମହାପାତ୍ର,JSPL ର CGM ପଙ୍କଜ ଗୌତମ,TSTPS ର ମୁଖ୍ୟ ମହାପ୍ରବନ୍ଧକ ସନ୍ତୋଷ ଜେମ୍ସ,NALCO ର ED ରାଜକିଶୋର ମିଶ୍ର ଉପସ୍ଥିତ ରହି ନିଜର ବହୁମୂଲ୍ୟ ମନ୍ତବ୍ୟ ଉପସ୍ଥାପନ କରିଥିଲେ। ମହୋତ୍ସବ ଦ୍ୱାରା ଆମର କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିପାରିଛି।

୨ ୟ ସନ୍ଧ୍ୟାରେ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ନୃତ୍ୟ ପରିବେଷଣ :

୨ୟ ସନ୍ଧ୍ୟାରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ,ଗୁଜୁରାଟର ସିନ୍ଧି ଧମାଲ ,ଗୋଟିପୁଅ ନୃତ୍ୟ ବେଶ ମନ ମୋହିଥିଲା।କଳା ସଂସ୍କୃତି ସଂଘଙ୍କ ଚିତାକର୍ଷକ ନୃତ୍ୟ ସାଙ୍ଗକୁ ଓଲିଉଡ ଷ୍ଟାର ଙ୍କ ଚିତାକର୍ଷକ ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଠ କରିଥିଲା।

ଜିଲ୍ଲାପାଳଙ୍କୁ ଗଲା ସମସ୍ତ ଶ୍ରେୟ :

ଅନୁଗୋଳ ମହୋତ୍ସବ ବନ୍ଦ ହୋଇପଡିଥିଲା।ମାତ୍ର ୪ ବର୍ଷ ଚାଲି ଏହା ବନ୍ଦ ହୋଇପଡିଥିଲେ।କେବଳ ଜିଲ୍ଲାପାଳ ଅନିଲ କୁମାର ସାମଲ ଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନର ଜିଲ୍ଲାପାଳ ତଥା କମିଶନର ଅନିଲ କୁମାର ସାମଲ ଅନୁଗୋଳ ରେ ଦାୟିତ୍ୱ ନେବାପରଠୁ ବିକାଶ ଦିଗରେ ଆଗକୁ ବଢୁଛି ଅନୁଗୋଳ।ସୁସ୍ଥ ଅନୁଗୋଳ ଗଠନ ଦିଗରେ ତାଙ୍କର ଭୂମିକା ବେଶ ରହିଛି।ସେ ଦାୟିତ୍ୱ ନେବାପରଠୁ ଏହା ୩ ୟ ମହୋତ୍ସବ।ଜିଲ୍ଲାବାସୀଙ୍କୁ କଳା ସଂସ୍କୃତି ଡୋରୀରେ ବାନ୍ଧିବାର ଏହା ଏକ ପ୍ରୟାସ ବୋଲି କହିଛନ୍ତି ଜିଲ୍ଲାପାଳ।ସମସ୍ତଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

Follow by Email
WhatsApp