ବେପରୁଆ ଗାଡି ଚାଳନା ନେଇଗଲା ୩ ଜୀବନ

ପାଲଲହଡା (ଏନ ଟି ପି):

ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ନାଇକାନାଳି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଆଜି ଭୋର ସମୟରେ ଟ୍ରକ୍ ଗାଡି ଏକ କାର(OD-14-H-3453) କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା କରିଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ କାରଟି ଖୋର୍ଦ୍ଧାର ଏକ ବାହାଘରରୁ  ରାଉଳକେଲା ଫେରୁଥିବା ବେଳେ ନାଇକାନାଳି  ଠାରେ ଏହି ଦୁର୍ଘଟଣା ହୋଇଥିଲା।ଫଳରେ କାରରେ ଥିବା ୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। ସମସ୍ତ ମୃତାହତ ମାନେ ରାଉରକେଲା ଅଂଚଳର ବୋଲି  ଜଣାପଡୁଛି।ଘଟଣାସ୍ଥଳରେ ସମଲ ପୋଲିସ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଛି ।ମୃତକ ମାନେ ହେଲେ ଭୁପେସ ସାହୁ ,ଧନୁର୍ଜୟ ନାୟକ ଓ କ୍ରିଷ୍ଣା କୁମାର ସାହୁ ।ଅନୁଗୋଳ ଜିଲ୍ଲା ଏବେ ପାଲଟିଛି ଦୁର୍ଘଟଣାର କେନ୍ଦ୍ରବିନ୍ଦୁ।ବେପରୁଆ ଗାଡି ଚାଳନା ଯୋଗୁଁ ଅକାଳରେ ଝଡିପଡୁଛି ନିରୀହ ଲୋକଙ୍କ ଜୀବନ।କିନ୍ତୁ ସେପଟେ ପରିବହନ ବିଭାଗ କେବଳ ସଡକ ସୁରକ୍ଷା ପାଇଁ ବୈଠକ କରୁଛନ୍ତି ନା କରାଯାଉଛି ସଚେତନତା ନା ଚିହ୍ନଟ କରାଯାଉପାରୁଛି ବ୍ଲକ ସ୍ପଟ।
Follow by Email
WhatsApp