ପାଟକୁରାରେ ଚାଲିଛି ଜୋରଦାର ପ୍ରଚାର, କିଏ ମାରିବ ପାଟକୁରା ବାଜି ?

କେନ୍ଦ୍ରାପଡା (ଏନ ଟି ପି):

ଆଉ ୬ ଦିନ ପରେ ପାଟକୁରା ନିର୍ବାଚନ।କାହା ସପକ୍ଷ ରେ ଯିବ ପାଟକୁରା ନିର୍ବାଚନମଣ୍ଡଳୀ ତାକୁ ନେଇ ଚାଲି ଜୋରଦାର କ୍ୟାମ୍ପେନ।ପାଟକୁରା ନିର୍ବାଚନ ପାଇଁ ଜମୁଛି ପ୍ରଚାର । ନିର୍ବାଚନମଣ୍ଡଳୀରେ ଷ୍ଟାର ପ୍ରଚାରକଙ୍କ ଭିଡ । ସବୁ ରାଜନୈତିକ ଦଳ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ତେବେ ଗ୍ରାଉଣ୍ଡ ଠାରୁ ଅଧିକ ପ୍ରଚାର ଜମୁଛି ସୋସିଆଲ ମିଡିଆରେ । ତିନି ପ୍ରମୁଖ ରାଜନୈତିକ ଦଳ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଚାରକୁ ଆଗକୁ ବଢାଉଛନ୍ତି ।
ଆଉ ୬ ଦିନ ପରେ ପାଟକୁରା ନିର୍ବାଚନ । ୧୮ ତାରିଖରେ ସରିବ ପ୍ରଚାର । ବ୍ୟାଟେଲ ଗ୍ରାଉଣ୍ଡରେ ପ୍ରଚାର କରୁଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ଦଳୀୟ ବିଧାୟକ, ନେତା ଓ ସମର୍ଥକ ପଞ୍ଚାୟତ ସ୍ତରରେ ପ୍ରଚାର କରୁଛନ୍ତି । ତେବେ ଗ୍ରାଉଣ୍ଡ ପ୍ରଚାର ଠାରୁ ଅଧିକ ଜମୁଛି ସୋସିଆଲ ମିଡିଆରେ ପ୍ରଚାର । ଫେସବୁକ, ଟ୍ଵିଟର ଓ ୟୁଟୁବ୍‌ରେ ଫଟୋ, ଭିଡିଓ ଅପଲୋଡ୍‌ କରୁଛନ୍ତି ଷ୍ଟାର ପ୍ରଚାରକ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି ।
ସୋସିଆଲ ମିଡିଆରେ ବିଜେପି-ବିଜେଡି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ପାଟକୁରାରେ ପ୍ରଚାର ଚଳାଇଥିବା ବିଜେପି ନେତା ବିଭିନ୍ନ ଫଟୋ ପୋଷ୍ଟ କରୁଛନ୍ତି । ବିଜୟ ମହାପାତ୍ରଙ୍କ ପାଇଁ ଭୋଟ ମାଗୁଛନ୍ତି । ହେଲେ ସୋସିଆଲ ମିଡିଆ ପ୍ରଚାରରେ ପଛରେ ପଡିଛି କଂଗ୍ରେସ । ଆସନ୍ତା ୨୦ ତାରିଖରେ ପାଟକୁରାରେ ଭୋଟଗ୍ରହଣ ହେବ । ୨୪ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଏବେ ସମସ୍ତଙ୍କ ନଜର ଏହି ପାଟକୁରା ନିର୍ବାଚନ ଫଳାଫଳ ଉପରେ ରହିଛି।
Follow by Email
WhatsApp