ବଲିଉଡ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁ ରେ ୨୪ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ…

ଏନଟିପି ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୪ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି ଆୟୋଜକ । ଏ ନେଇ ଥାନାରେ ଏତଲା ପରେ ସୋନାକ୍ଷୀଙ୍କ ମୁମ୍ବାଇସ୍ଥିତ ଘରେ ପହଂଚିଛି ମୁରାଦାବାଦ ପୋଲିସ୍ । ତେବେ ସୋନାକ୍ଷୀ ନଥିବାରୁ ଫେରିଯାଇଛନ୍ତି । ତେବେ ଏହି ଅଭିଯୋଗକୁ ଟୁଇଟ୍ କରି ଖଣ୍ଡନ କରିଛନ୍ତି ସୋନାକ୍ଷୀ । ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପହଁଚିଲା ୟୁପି ପୁଲିସ୍ । ସୋନାକ୍ଷୀଙ୍କ ନାଁରେ ଥିବା ଠକେଇ ଅଭିଯୋଗର ତଦନ୍ତ କରିବାକୁ ମୁରାଦାବାଦ ପୋଲିସର ଏକ ୩ଜଣିଆ ଟିମ୍ ମୁମ୍ବାଇରେ ସୋନାକ୍ଷୀଙ୍କ ବାସଭବନରେ ପହଁଚିଥିଲା । ତେବେ ସୋନାକ୍ଷୀଙ୍କୁ ନପାଇ ଫେରିଯାଇଥିଲା ପୋଲିସ୍ । ମୁରାଦାବାଦର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କହି ସୋନାକ୍ଷୀ ଓ ତାଙ୍କ ସହଯୋଗୀ ୨୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କାର୍ଯ୍ୟକ୍ରମ ଆୟୋଜନକାରୀଙ୍କ ପକ୍ଷରୁ ସୋନାକ୍ଷୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ।

 ଟୁଇଟରରେ ସୋନାକ୍ଷୀ ଲେଖିଛନ୍ତି ତାଙ୍କ ନାଁ ରେ ଏ ମିଥ୍ୟା ଅଭିଯୋଗ ପାଇଁ ଏଭଳି ଉଦ୍ୟମ କରାଯାଇଛି । ତେବେ ସେ ତଦନ୍ତ ପାଇଁ ପୋଲିସ୍ ଅଧିକାରୀଙ୍କୁ ପୁରା ସହଯୋଗ କରିବେ ବୋଲି କହିଛନ୍ତି । ଏବଂ ଏଭଳି ଖବର ନଛାପିବାକୁ ଗଣମାଧ୍ୟମକୁ ଅପିଲ କରିଛନ୍ତି । ଅନ୍ୟପଟେ ସୋନାକ୍ଷୀଙ୍କୁ ଭେଟିବାକୁ ପୁୁଣି ପୋଲିସ୍ ଯିବ ବୋଲି କହିଛନ୍ତି ମୁରାଦାବାଦ ଏସଏସପି । ହାଇଦ୍ରାବାଦରେ ଫିଲ୍ମ ଖାନଦାନୀ ସଫାଖାନା ସୁଟିଂରେ ବ୍ୟସ୍ତ ଅଛନ୍ତି ସୋନୀକ୍ଷୀ । ସେହିପରି ଦବଙ୍ଗ-୩ର ସୁଟିଂରେ ମଧ୍ୟ ସୋନାକ୍ଷୀ ବ୍ୟସ୍ତ ଅଛନ୍ତି ।
Follow by Email
WhatsApp