ଓଡିଶାରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରୁ ହୋଲି ପର୍ବ ନିଆରା ।

(ଏନଟିପି )ବ୍ୟୁରୋ ରିପୋର୍ଟ :

“ହୋଲି”, ରଙ୍ଗ ପସରା ତଥା ଜାତି ଧର୍ମ ସମ୍ପ୍ରଦାୟର ସାଂସ୍କୃତିକ ଭାଇଚାରାର ଉତ୍ସବ, ଓଡିଶା ସମେତ ସମଗ୍ର ଭାରତ ହଜାର ହଜାର ବର୍ଷ ଧରି ପାଳନ କରାଯାଉଅଛି । ଏହା ବିଶେଷ କରି ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ଭି ସାଂସ୍କୃତିକ ହିସାବରେ ପାଳନ କରନ୍ତି ।
ପୁରାଣ ଲିଖିତ କିମ୍ବଦନ୍ତୀ କହେ, ଥରେ ହିରଣ୍ୟକାଶ୍ୟପ ନାମକ ଜଣେ ରାକ୍ଷସ ଧରାପୃଷ୍ଠ ରେ ନିଜର ସାମ୍ରାଜ୍ୟ ବିସ୍ତାର କରି ରାଜୁତି କରୁଥିଲା । ସେ ଏତେ ଉଚ୍ଚାଭିଳାସୀ ଥିଲା ଯେ ସାମ୍ରାଜ୍ୟ ର ସମସ୍ତଙ୍କୁ ତାକୁ ହିଁ ପୂଜା କରିବାକୁ ଆଦେଶ ଦେଇଥିଲା । କିନ୍ତୁ ତାର ଅତୀବ ଅବଶୋଷ ହେଲା ଯେତେବେଳେ ତାର ବାଳକ ପୁତ୍ର ପ୍ରହଲ୍ଲାଦ ଭଗବାନ ନାରାୟଣ ଙ୍କ ଭକ୍ତ ପାଲଟିଗଲା ଓ ସେ ହିରଣ୍ୟକାଶ୍ୟପ କୁ ଦେବତା ଭାବେ ମାନିବାକୁ ମନା କରିଦେଲା । କ୍ରୋଧ ର ଆବେଗ ରେ ହିରଣ୍ୟକାଶ୍ୟପ ପ୍ରହଲ୍ଲାଦ କୁ ହତ୍ୟା କରିବାକୁ ଅନେକ ଚେଷ୍ଟା କଲା କିନ୍ତୁ ଭଗବାନ ବିଷ୍ଣୁ ତାକୁ ସବୁଥିରୁ ରକ୍ଷା କଲେ । ଶେଷକୁ ସେ ତାର ଭଗ୍ନୀ ହୋଲିକା କୁ ପ୍ରହଲ୍ଲାଦ କୁ କୋଳ ରେ ଧରି ପ୍ରଖର ଅଗ୍ନି ଭିତର କୁ ଯିବାପାଇ କହିଲା ଯେପରି ପ୍ରହଲ୍ଲାଦ ଦଗ୍ଧ ହେଇଯିବ ।
ରାକ୍ଷସୀ ହୋଲିକା , ଅନ୍ୟ ଅନେକ ଅସୁର ଙ୍କ ପରି ଭୋଳାନାଥ ମହାଦେବ ଙ୍କୁ ତପସ୍ୟା କରି ତାଙ୍କ ଠାରୁ ଅଗ୍ନି ଦ୍ଵାରା ଦଗ୍ଧ କିମ୍ବା ଜଳ ଦ୍ଵାରା ବୁଡି ନ ମରିବାର ବର ଲାଭ କରିଥିଲା ଓ ଏହା ହିରଣ୍ୟକାଶ୍ୟପ କୁ ଜ୍ଞାତ ଥିଲା । ହୋଲିକା ପ୍ରହଲ୍ଲାଦ କୁ ସାଥିରେ ନେଇ ଅଗ୍ନି କୁ ପ୍ରବେଶ କଳା ବେଳେ ପ୍ରହଲ୍ଲାଦ ଅହରହ ବିଷ୍ଣୁ ନାମ ଜପ କରୁଥିଲା । ହିରଣ୍ୟକାଶ୍ୟପ ଏହା ଦେଖି ଆଚମ୍ବିତ ରହିଗଲା ଯେତେବେଳେ ପ୍ରହଲ୍ଲାଦ ଅକ୍ଷତ ଅବସ୍ଥା ରେ ଅଗ୍ନି ରୁ ନିର୍ଗତ ହେଲେ ଓ ହୋଲିକା ସମ୍ପୂର୍ଣ ଦଗ୍ଧ ହେଇଗଲା । ସେ କ୍ରୋଧିତ ହେଇ ମହାଦେବ ଙ୍କୁ ଏହାର କାରଣ ପଚାରିବାରୁ ମହାଦେବ କହିଲେ ଯେ ସେ ଆତ୍ମରକ୍ଷ୍ୟା ପାଇଁ ହୋଲିକା କୁ ସେଇ ବର ଦେଇଥିଲେ, କାହାକୁ ସାଥିରେ ନେଇ ମାରିବାପାଇ ନୁହେଁ । ଏହିଭାବରେ ପରବର୍ତୀ କାଳ ରେ ଭୁଲ ଉପରେ ଭଳ ର ବିଜୟ ପାଳନ ପାଇଁ ଯେଉଁ ପର୍ବ ପାଳିତ ହେଲା ତାକୁ ହୋଲିକା ର ନାମ ଅନୁସାରେ “ ହୋଲି “ ମଧ୍ୟ କୁହାଗଲା । ଦଶହରା ରେ ଜଗତଜନନୀ ମାଁ ଦୂର୍ଗା ଙ୍କ ବିଜୟ ପାଳନ ହାଉଥିବା ବେଳେ , ହୋଲି ରେ ଭକ୍ତ ର “ଭକ୍ତି ର ବିଜୟ ମହୋତ୍ସବ” ଭାବେ ପାଳନ କରାଯାଏ । ପ୍ରକୃତ ଭକ୍ତ ର କେହି କିଛି କ୍ଷତି କରିପାରିବେ ନାହି ଓ ଯିଏ ତାକୁ ମାରିବାକୁ ଚେଷ୍ଟା କରିବ ସେ ଦଗ୍ଧ ହେଇଯିବ, ଏହା ହିଁ ଏହି କିମ୍ବଦନ୍ତୀ କହେ ।
ହୋଲି ପର୍ବ ଭାରତ ବର୍ଷ ରେ ବିଶ୍ୱ ଭାତୃତ୍ବ ଓ ଭାଇଚାରା ର ଏକ ଜ୍ୱଳନ୍ତ ଉଦାହରଣ । ଆମ ଭାରତବର୍ଷ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏହାକୁ ପାଳନ କରିବା ପାଇଁ ଜାତି ଧର୍ମ ନିର୍ବିଶେଷରେ ଅଗଣିତ ଜନତା କାନ୍ଧ ରେ କାନ୍ଧ ମିଳାଇ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରନ୍ତି ।
https://youtu.be/5fTZgM9MZPA
Follow by Email
WhatsApp