ମିଳୁନି ଫ୍ଲାଇଟ ଟିକେଟ,ଇଂଲଣ୍ଡ ରେ ଅଟକିଛି ଟିମ ଇଣ୍ଡିଆ Posted on 12/07/201912/07/2019 by NTP Bureau Report ଇଂଲଣ୍ଡ (ଏନ ଟି ପି) : ଇଂଲଣ୍ଡ ରୁ ଭାରତ ଆସିପାରୁନି ଟିମ ଇଣ୍ଡିଆ ଦଳ।ଟିକେଟ ମିଳିପାରିନାହିଁ।ଯାହାଫଳରେ ଇଂଲଣ୍ଡରେ ଅଟକି ରହିଛି ଟିମ୍ ଇଣ୍ଡିଆ। ଫେରିବା ପାଇଁ ଟିକେଟ ବ୍ୟବସ୍ଥା କରି ପାରିନି ବିସିସିଆଇ। ନ୍ୟୁଜିଲାଣ୍ଡଠାରୁ ସେମି ଲଢ଼େଇରେ ହାରିବା ପରେ ଅଯଥାରେ ଚାରି ଦିନ ହେଲାଣି ମଞ୍ଚେଷ୍ଟରରେ ଖେଳାଳି ଓ ଅଫିସିଆଲ ରହିଛନ୍ତି। ସେପଟେ ଆଇପିଏଲ୍ ପ୍ଲେ ଅଫ୍ ଷ୍ଟାଇଲରେ ବିଶ୍ୱକପ୍ ନକ୍ ଆଉଟ୍ ପର୍ଯ୍ୟାୟ କରିବା ସପକ୍ଷରେ ମତ ରଖିଛନ୍ତି ବିରାଟ କୋହଲି। ବିଶ୍ୱକପ୍ର ସେମିଫାଇନାଲ୍ ଲଢ଼େଇରୁ ବିଦା ହେଲା ଟିମ୍ ଇଣ୍ଡିଆ। ଫେରି ପାରୁନି ଭାରତ। ମିଳୁନି ଫ୍ଲାଇଟ୍ ଟିକେଟ୍। ଇଂଲଣ୍ଡରେ ଅଟକି ରହିଛି ମେନ୍ ଇନ୍ ବ୍ଲୁ। କୁହାଯାଉଛି ବିଶ୍ୱକପ୍ ସରିବା ପରେ ଟିମ୍, ଅଫିସିଆଲ୍ ଓ ଖେଳାଳିଙ୍କ ପରିବାର ଲୋକ ମୁମ୍ବାଇ ଫେରିବେ। ଗତ ୯ ତାରିଖରେ ପ୍ରଥମ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ। ଟିକେଟ ମିଳୁ ନଥିବାରୁ ଚାରି ଦିନ ହେଲାଣି ସମସ୍ତେ ମଞ୍ଚେଷ୍ଟରରେ ରହିଛନ୍ତି। ରବିବାର ପର୍ଯ୍ୟନ୍ତ ରହିବେ। ଖେଳାଳିଙ୍କୁ ରିଟର୍ଣ୍ଣ ଟିକେଟ ଯୋଗାଇ ଦେଇ ପାରିନି ବିସିସିଆଇ। ୧୪ ତାରିଖ ଦିନ କିମ୍ବା ତାପର ଦିନ ସ୍ୱଦେଶ ଫେରିବ ଟିମ୍ ଇଣ୍ଡିଆ।ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ ଟପ୍ ପୋଜିସନ୍ ହାତେଇଥିବା ଟିମ୍ ଇଣ୍ଡିଆ ନକ୍ ଆଉଟ୍ରୁ ଆଉଟ୍ ହୋଇଗଲା। ଧୂଳିସାତ ହୋଇଗଲା ତୃତୀୟ ବିଶ୍ୱକପ୍ ଆଶା। ଭବିଷ୍ୟତରେ ବିଶ୍ୱକପ୍ ନକ୍ ଆଉଟ୍ ପର୍ଯ୍ୟାୟ ଆଇପିଏଲ୍ ପ୍ଲେ ଅଫ୍ ଶୈଳୀରେ କରିବା ସପକ୍ଷପରେ ମତ ରଖିଛନ୍ତି ବିରାଟ କୋହଲି। ସାମ୍ବାଦିକଙ୍କ ପ୍ରଶ୍ନରେ କୋହଲି କହିଥିଲେ ପଏଣ୍ଟ ତାଲିକାର ଶୀର୍ଷରେ ରହିଲେ ଯଦି କିଛି ଗୁରୁତ୍ୱ ରଖୁଛି, ତେବେ ଭବିଷ୍ୟତରେ ଏଦିଗରେ ଆଇସିସି ଚିନ୍ତା କରିବା ଦରକାର। କାରଣ ଆଇପିଏଲ୍ ପ୍ଲେ ଅଫ୍ ପଏଣ୍ଟ ତାଲିକାରେ ଥିବା ଶୀର୍ଷ ଟିମ୍କୁ ଫାଇନାଲ୍ ଖେଳିବା ପାଇଁ ଦୁଇଟି ସୁଯୋଗ ଦେଇଥାଏ।ବିଶ୍ୱକପ୍ ସେମି ଫାଇନାଲରେ ଭାରତ ପରାଜୟର ପୋଷ୍ଟମର୍ଟମ ଚାଲିଛି। ଅନେକ କଥା ଉଠୁଛି। ଚର୍ଚ୍ଚା ବି ହେଉଛି କାହିଁକି ହାରିଲା ଟାଇଟଲ୍ ଫେଭରିଟ୍ ଟିମ୍ ଇଣ୍ଡିଆ। ହାରିବା ପଛର କଣ ରହିଛି ରହସ୍ୟ। Share on FacebookTweetFollow usSave Post Views: 1,802
Odisha Sports ବାସନ୍ତୀ ଭଲିବଲ କପ : କିଟ ଭୁବନେଶ୍ୱର ହାତେଇଲା ଚଳିତ ବର୍ଷର ଚମ୍ପିୟାନସ ଟ୍ରଫି NTP Bureau Report 03/03/2025 0 ଅନୁଗୁଳ – ଅନୁଗୁଳ ବାସନ୍ତୀ ଭଳିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ ୨୦୨୫ ଉଦଯାପିତ ହୋଇ ଯାଇଛି । ଗତ ୧ ଓ ୨ ତାରିଖ […]
Sports ଅନୁଗୋଳ ଜିଲ୍ଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ରେ ଯୋଗଦେଲେ ଉପବାଚସ୍ପତି Smrutilipi 21/12/2022 0 ଅନୁଗୋଳ(ଏନ ଟିପି): ଅନୁଗୁଳ କ୍ରିକେଟ ସଂଘର ୨୫ ବର୍ଷ ପୂର୍ତ୍ତି ଅବସରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି। ୨୫ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।ଓଡିଶା ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ୟ […]
Sports ଆନ୍ତର୍ଜାତୀୟ ଓପନ ତାଇକୋଣ୍ଡୋ ପ୍ରତିଯୋଗିତା ରେ ଢେଙ୍କାନାଳର ପୁଅ କଲେ କମାଲ….. NTP Bureau Report 29/12/2018 0 Dhenkanal :(NTP)କୋଲକାତା ଠାରେ ଚାଲିଥିବା ଆନ୍ତର୍ଜାତୀୟ ଓପନ ତାଇକୋଣ୍ଡୋ ପ୍ରତିଯୋଗିତା ରେ ହଜାରେ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ସାମିଲ ହୋଇଥିବା ସହ ,ଏଥିରେ୧୪ ଟି ଦେଶ ଅଂଶ ଗ୍ରହଣ କରିଥିଲେେ ଢେଙ୍କାନାଳ ସହର ର […]