ଆନ୍ତର୍ଜାତୀୟ ଓପନ ତାଇକୋଣ୍ଡୋ ପ୍ରତିଯୋଗିତା ରେ ଢେଙ୍କାନାଳର ପୁଅ କଲେ କମାଲ…..


Dhenkanal :(NTP)କୋଲକାତା ଠାରେ ଚାଲିଥିବା ଆନ୍ତର୍ଜାତୀୟ ଓପନ ତାଇକୋଣ୍ଡୋ ପ୍ରତିଯୋଗିତା ରେ ହଜାରେ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ସାମିଲ ହୋଇଥିବା ସହ ,ଏଥିରେ୧୪ ଟି ଦେଶ ଅଂଶ ଗ୍ରହଣ କରିଥିଲେେ ଢେଙ୍କାନାଳ ସହର ର ୯ ବର୍ଷ ଶ୍ରେୟାଶ୍ ଶକ୍ତିଶ୍ମିତ ସବ ଜୁୁୁନିିୟର ବିଭାଗ ରେ ଭାଗ ନେଇ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି।ଏହା ପୂର୍ବରୁ ମଧ୍ୟ ଚଳିତ ବର୍ଷ ଶ୍ରେୟାସ୍ ଶକ୍ତିଶ୍ମିଥ୍ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।ତେବେ ଆଜି କୋଲକାତା ଠାରେ ଆନ୍ତର୍ଜାତୀୟ ଓପନ ତାଇକୋଣ୍ଡୋ ପ୍ରତିଯୋଗିତା ରେ ସମଗ୍ର ଢେଙ୍କାନାଳ ଜିଲ୍ଲା ପାଇଁ ଏକ ଗୌରବର ଅଧିକାରୀ ହୋଇଥିବା ସହ ଦ୍ୱିତୀୟ ଦିନରେ “ପୁମସେ” ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି ଶ୍ରେୟାଶ୍।

Follow by Email
WhatsApp