ଢେଙ୍କାନାଳରେ ବାହୁଡା ଯାତ୍ରା ପାଳିତ

ଢେଙ୍କାନାଳ (ଏନଟିପି):

ଢେଙ୍କାନାଳଠାରେ ସୁପ୍ରସିଦ୍ଧ ବାହୁଡା ଯାତ୍ରା ସୁରୁଖୁରୁରେ ପାଳନ ହୋଇଯାଇଛି । ଉକ୍ତ ବାହୁଡା ଯାତ୍ରାରେ ଜଗନ୍ନାଥଙ୍କ ପହଣ୍ଡି ୧୨:୪୬ ମିନିଟରେ ଆରମ୍ଭ ହୋଇଯାଇଥିଲା । ଢେଙ୍କାନାର ରାଜା ତଥା ବ୍ରିଗେଡ଼ିଅର କେପି ସିଂହ ଦେଓ ୧:୩୦ ସମୟରେ ଛେରା ପହଁରା କାର୍ଯ୍ୟ ଆରମ୍ଭ କରିଥିଲେ । ଠିକ ୨ ଘଣ୍ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିବା ବେଳେ ୫:୧୫ ଘଣ୍ଟା ସମୟରେ ରଥଗଡାଠାରେ ରଥ ପହଂଚି ଥିଲା । ପ୍ରବଳ ଗହଳି ଚହଳି ସହିତ ଶାନ୍ତିଶୃଙ୍ଖଳା ର ସହ ବାହୁଡା ଯାତ୍ରା ସମାପନ ହୋଇଥିଲା । ଉକ୍ତ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।
ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ NEWS TIME PRO
Follow by Email
WhatsApp