ପାଲଲହଡା ବିଧାୟକଙ୍କ ଚୋରା ପୀରତି; ବିଧାୟକଙ୍କୁ ବାହା ହେବାକୁ ଜିଦ ଧରିଲେ ଯୁବତୀ

ଅନୁଗୋଳ(ଏନ ଟି ପି):

ରଙ୍ଗବତୀ ପ୍ରେମରେ ରଙ୍ଗିଲା ବିଧାୟକ।ବିଧାୟକ ଙ୍କୁ ବିବାହ କରିବାକୁ ରାତି ଅଧରେ ଜିଦ ଧରିଲେ ଯୁବତୀ।

ଅନୁଗୁଳ ଜିଲ୍ଲାର ଜଣେ ବିଧାୟକଙ୍କ କାର୍‌ନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍‌ନାମା ପଦାରେ ପଡ଼ିଛି । ଯୁବତୀ ଘରୁ ନଯିବାରୁ ଶେଷରେ ପୁଲିସ ଘଟଣାରେ ହସ୍ତକ୍ଷେପ କରି ବିଧାୟକଙ୍କ ଘରୁ ଯୁବତୀଙ୍କୁ ଉଠାଇ ଆଣି ବୁଝାସୁଝା କରି ଘରକୁ ପଠାଇଛି । ଏପରିକି ଏହି ଘଟଣାକୁ ନେଇ ବିଧାୟକଙ୍କ ସାନ ଭାଇ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ବିଧାୟକଙ୍କ ଚୋରା ପୀରତିକୁ ନେଇ ବାଟଦାଣ୍ଡରେ ସରଗରମ୍ ଆଲୋଚନା ଚାଲିଛି ।
ସୂଚନା ଅନୁଯାୟୀ, ବିଧାୟକଙ୍କ ଘରକୁ ଗତ ରାତିରେ ଜଣେ ଯୁବତୀ ଆସିଥିଲେ । ଯୁବତୀ ଜଣକ ବିଧାୟକଙ୍କ ସହ ତାଙ୍କର ଅତି ନିବିଡ଼ ସମ୍ପର୍କ ଥିବା ଦର୍ଶାଇ ଘରେ ରହିବାକୁ ଜିଦ୍ ଧରିଥିଲେ । ଯାହାକୁ ପରିବାର ଲୋକେ ବିରୋଧ କରିଥିଲେ । ରାତି ଅଧରେ ଯୁବତୀ ଜଣକୁ ନିଜ ଘରେ ଦେଖି ବିଧାୟକ ମଧ୍ୟ ହଡ଼ବଡ଼େଇ ଯାଇଥିଲେ । କଣ କରିବେ କିଛି ଚିନ୍ତା କରିନପାରି ଯୁବତୀଙ୍କୁ ଯେ କୌଣସି ଉପାୟରେ ବିଦା କରିବା ସହ ଏ ସମ୍ପର୍କରେ ପଦାକୁ ଯେପରି ଖବର ନଯିବ ସେ କାମରେ ବିଶ୍ୱସ୍ତ କର୍ମୀଙ୍କୁ ଲଗାଇ ଦେଇଥିଲେ । ସେ ପଟେ ବିଧାୟକଙ୍କ ପରିବାର ଲୋକେ ଯୁବତୀଙ୍କୁ ଘରୁ ବିଦା କରିବାକୁ ଧମକଚମକ ଦେଇଥିବା ପଡ଼ୋଶୀଙ୍କ ସୂତ୍ରରୁ ଜଣାଯାଇଛି।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀ ପାଲଲହଡା ବିଧାୟଙ୍କ ମୁକେଶ ପାଳଙ୍କ ଘରକୁ ଆସି ବିଧାୟକଙ୍କୁ ବିବାହ କରିବାକୁ ଜିଦ ଧରି ବସିଥିଲେ । ପରେ ରାତି ପ୍ରାୟ ଦୁଇଟାରେ ପୋଲିସ ବିଧାୟକଙ୍କ ଘରେ ପହଞ୍ଚି ଯୁବତୀ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ । ଏବଂ ପରେ ଏକ ଗାଡିରେ ବସାଇ ଘରକୁ ପଠାଇ ଦେଇଥିଲେ । ତେବେ ଏହି ଘଟଣାରେ ବିଧାୟକ ପାଲଲହଡା ଥାନାରେ କରିଥିବା ଅଭିଯୋଗ ଅନୁସାରେ ବିଧାୟକ ମୁକେଶ ପାଳଙ୍କ ଜଣେ ବନ୍ଧୁ ସମ୍ପୃକ୍ତ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ ଦେଇଥିଲେ । ତେବେ ଏହି ବିବାହ ପ୍ରସ୍ତାବକୁ ପରେ ଦେଖିବା ବୋଲି ବିଧାୟକ କହିଥିଲେ । ପରେ ସମ୍ପୃକ୍ତ ଝିଅ ବିଧାୟକଙ୍କ ନମ୍ବର ସଂଗ୍ରହ କରି ଫୋନ କରିଥିଲେ ଏବଂ ଉଭୟ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ତେବେ ଝିଅ , ବାରମ୍ବାର ଫୋନ କରିବାରୁ ବିଧାୟକ କୁଆଡେ ଏଥିରୁ ନିବୃତ୍ତ ରହିବାକୁ ଯୁବତୀଙ୍କୁ କହିଥିଲେ । ବିଧାୟକଙ୍କ ଠାରୁ ଏଭଳି ନାସ୍ତିବାଣୀ ଶୁଣି ସମ୍ପୃକ୍ତ ଯୁବତୀ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବା ସହ ବିବାହ ନକଲେ ଫସାଇଦେବା ଓ ରାଜନୈତିକ କ୍ୟାରିଆର ନଷ୍ଟ କରିଦେବ ବୋଲି ଧମକ ଦେଉଥିଲା ବୋଲି ବିଧାୟକ ମୁକେଶ ପାଳ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏପରିକି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ କର୍ମକର୍ତ୍ତା ଓ କର୍ମୀଙ୍କ ନମ୍ବର ସଂଗ୍ରହ କରି ତାଙ୍କୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ବିଧାୟକ । ଆଉ କୌଣସି ପ୍ରକାରେ ସଫଳ ନ ହେବାରୁ ସମ୍ପୃକ୍ତ ଯୁବତୀ ୨୫ ତାରିଖ ଅପରାହ୍ନ ୨ ଟା ସମୟରେ ତାଙ୍କ ଘରକୁ ଆସି ଘର ଲୋକଙ୍କୁ ବାହା ନହେଲେ ଏଠାରୁ ଯିବି ନାହିଁ ବୋଲି ଜିଦ ଧରିଥିଲେ । ଆଉ ସେତେବେଳେ ବିଧାୟକ ଖମାରରେ ଏକ ସଭାରେ ଥିବା ବେଳେ ତାଙ୍କ ବାପା ତାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ବିଧାୟକ ଘରକୁ ଆସି ଯୁବତୀଙ୍କୁ ମନା କରିବା ସତ୍ବେ କାହିଁକି ଆସିଛ ବୋଲି ପଚାରିବାରୁ ତାଙ୍କୁ ଯୁବତୀ ଓଲଟା ଧମକ ଦେଇଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି । ଏଣୁ ବାଧ୍ୟ ହୋଇ ବିଧାୟକ ପୋଲିସକୁ ସୂଚନା ଦେବା ସହ ଆଇନର ଆଶ୍ରୟ ନେଇଥିଲେ ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ତେବେ ବିଧାୟକଙ୍କ ଏହି ଅଭିଯୋଗ ପରେ ଘଟଣାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି ସେପଟେ ବିଧାୟକଙ୍କ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Follow by Email
WhatsApp