ଡେରିରେ ଉଠିଲେ ହୋଇ ପାରେ ଘାତକ ରୋଗ ,ହୋଇଯାଆନ୍ତୁ ସାବଧାନ

ଏନଟିପି (ବ୍ୟୁରୋ):

ଡେରିରେ ଉଠୁଥିବା ଅଭ୍ୟାସ ଅତି ଛୋଟ ଅଭ୍ୟାସ ଟିଏ ଲାଗିଲେ ମଧ୍ୟ ଏହା ଆଦୌ ଛୋଟ ନୁହେଁ। ଏହି ଅଭ୍ୟାସ ଆପଣଙ୍କ ଜୀବନ ବି ନେଇପାରେ। ତେବେ ଯଦି ଜଣେ ସବୁବେଳେ ଡେରିରେ ବିଛଣା ଛାଡେ ତେବେ ତାର କଣ ସବୁ କ୍ଷତି ହୋଇଥାଏ ଏବଂ ଏଥିପାଇଁ ମଣିଷ କେଉଁ କେଉଁ ସ୍ୱାସ୍ଥ୍ୟଜନିତ ସମସ୍ୟାର ସମୁଖୀନ ହୁଏ ତାହା ବିଷୟରେ ଆଜି ଜାଣିବା।ରାତିର ଶୋଇବା ଶରୀରକୁ ସୁସ୍ଥ ରଖିଥାଏ। ଦିନ ଜାକ ଯେତେ ଶୋଇଲେ ମଧ୍ୟ ଯଦି ଜଣେ ରାତିରେ ନ ଶୁଏ ତେବେ ସେ ଅସୁସ୍ଥ ହୋଇଯାଏ। ତେବେ ଆମ ଭିତରୁ କିଛି ଲୋକ ଡେରି ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ଫୋନ କିମ୍ବା କମ୍ପଟରରେ ସମୟ ବିତାଇଥାନ୍ତି ଏବଂ ବହୁତ ବିଳମ୍ବରେ ଶୋଇ ବିଳମ୍ବରେ ଉଠନ୍ତି। ଏହା କିଛି ଜଣଙ୍କର ଅଭ୍ୟାସ ମଧ୍ୟ ଅଟେ। ? ଡେରିରେ ଉଠିବା ଆଜିକାଲି ଯୁବ ପିଢିଙ୍କର କ୍ଷେତ୍ରରେ ଅଧିକ ଦେଖାଯାଉଛି


୧- ରକ୍ତଚାପ ନିମ୍ନ କରାଇଦିଏ  :


ଅଧିକ ସମୟ ଶୋଇ ରହିଲେ ରକ୍ତ ସଞ୍ଚାଳନ ଠିକ ରୂପେ ନ ହେଇ ପାରିବାରୁ ରକ୍ତଚାପ ନିମ୍ନଗାମୀ ହୁଏ ଫଳରେ ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଦେଖାଦିଏ।


୨- ଦେହରେ ଯନ୍ତ୍ରଣା

ଦେହର ବିଭିନ୍ନ ସ୍ଥାନରେ ଯଥା ପିଠି, ଗୋଡ଼,ହାତ ଏବଂ ଅନ୍ୟାନ୍ୟ ଗଣ୍ଠିରେ ଅନୁଭୁତ ଯନ୍ତ୍ରଣା ଡେରିରେ ଉଠିବା କାରଣରୁ ହୋଇଥାଏ। ଗୋଟିଏ ପୋଜିସନରେ ଅଧିକ ସମୟ ଶୋଇ ରହିଲେ ଏହା ହୋଇଥାଏ।


୪-ହାର୍ଟ ଆଟାକ

ବିଳମ୍ବିତ ସମୟରେ ଶେଯରୁ ଉଠୁଥିବା ହାର୍ଟ ଆଟାକର କାରଣ ହୋଇପାରେ। ଡେରିରେ ଉଠିବାର ସିଧା ପ୍ରଭାବ ଆମ ହାର୍ଟ ଉପରେ ପଡିଥାଏ ଯାହାଫଳରେ ଏହା ହୋଇଥାଏ। ବେଳେବେଳେ ଏହା ଜୀବନ ପ୍ରତି ବି ବିପଦ ସୃଷ୍ଟି କରିପାରେ।


୪-ମେଦବହୁଳତା

ଡେରି ପର୍ଯ୍ୟନ୍ତ ଶୋଇ ରହିଲେ ମେଦ ବହୁଲତା ଭଳି ରୋଗ ହୁଏ। ଅଧିକ ସମୟର ବିଶ୍ରାମ ଯୋଗୁଁ କ୍ୟାଲୋରୀ ବରନ ନହେଇପାରି ଦେହରେ ଚର୍ବି ଜମା ହୋଇଯାଏ ଯାହା ଫଳରେ ଏହି ସମସ୍ୟା ଦେଖା ଦେବା ସହ ଖୁବ ଜଲଦି ଅଧିକ ମୋଟା ହେଇଯିବାର ଆଶଙ୍କା ମଧ୍ୟ ରହିଥାଏ।

୫- ମାନସିକ ବିକୃତି:

ଅଧିକ ସମୟ ଧରି ଶୋଇରହିଲେ ମାନସିକ ବିକୃତି ମଧ୍ୟ ହେବାର ସମ୍ଭାବନା ରହିଛି। ଶୋଇବା ସମୟରେ ଆମ ମସ୍ତିଷ୍କ ସ୍ଥିର ରହିଥାଏ, କିନ୍ତୁ ମସ୍ତିଷ୍କ ଅଧିକ ସମୟ ଧରି ସ୍ଥିର ରହିବା କ୍ଷତିକାରକ ଅଟେ ତେଣୁ ଡେରି ଯାଏଁ ଶୋଇବା ମାନସିକ ଚାପ ବଢାଇବା ସହ ବିକୃତି ପାଇଁ ଦାୟୀ ହୋଇଥାଏ।

୬-ଡିପ୍ରେସନ :

 ସକାଳେ ଲେଟରେ ଉଥିବା ପରେ ଦିନ ସାରା କୌଣସି କାମରେ ମନ ନ ଲାଗିବା ସହ ଚିଡିଚିଡା ଲାଗେ ଯାହା ଡିପ୍ରେସନରେ ବଦଳିଯାଏ।ଡାଇବେଟିସ ମଧ୍ୟ ହୋଇପାରେ।ତେବେ ଏବେ ଠୁ ହୋଇଯାଅନ୍ତୁ ସାବଧାନ।

Follow by Email
WhatsApp