କେଉଁ ରାଶିର ବ୍ୟକ୍ତିଙ୍କୁ କେଉଁ ଗାଡି ବ୍ୟବହାର କରିବା ଉଚିତ…ପଢନ୍ତୁ ପୁରା ରିପୋର୍ଟ…..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ରାଶିର ବ୍ୟକ୍ତିଙ୍କୁ କି ରଙ୍ଗର ଗାଡ଼ି ଚଢ଼ିବା ଶୁଭଦାୟକ।

ମେଷ ରାଶି- ମେଷ ରାଶିର ଲୋକଙ୍କର ଲାଲ୍‌ କିମ୍ବା ସିଲଭର୍‌ ରଙ୍ଗ ଗାଡ଼ି ଶୁଭଦାୟକ। କିନ୍ତୁ କଳା ଓ ନୀଳ ରଙ୍ଗର ଗାଡ଼ି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ହେଇଥାଏ।

ବୃଷ ରାଶି- ଏହି ରାଶିର ବ୍ୟକ୍ତି ଧଳା ବା କ୍ରିମ୍‌ ରଙ୍ଗର ଗାଡ଼ି କିଣି ପାରିବେ। ଚକୋଲେଟ୍‌ ଲାଲ୍‌ ଓ ଗୋଲାପି ରଙ୍ଗର ଗାଡ଼ି ମଧ୍ୟ ଏମାନଙ୍କ ପାଇଁ ଶୁଭ। କିନ୍ତୁ ଏମାନେ ଭୁଲରେ ବି କଳା ରଙ୍ଗ ଗାଡ଼ି କିଣନ୍ତୁ ନାହିଁ।

ମିଥୁନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ ରଙ୍ଗର ଗାଡ଼ି ଶୁଭ। କିନ୍ତୁ ଲାଲ୍‌ ଓ ଧଳା ରଙ୍ଗର ଗାଡ଼ି ଏହି ରାଶିଧାରୀଙ୍କ ପାଇଁ ଅଶୁଭ ବୋଲି କୁହାଯାଏ।

କର୍କଟ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଚକୋଲେଟ୍ ରଙ୍ଗ, କଳା ଓ ହଳଦିଆ ରଙ୍ଗ ଶୁଭଦାୟକ। ଏଥିସହ ଏମାନେ ନିଜ ଗାଡ଼ିରେ ହନୁମାନଙ୍କର ମୂର୍ତି ରଖିବା ଶୁଭ।

ସିଂହ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଗ୍ରେ ବା ଧୂସର ରଙ୍ଗର ଗାଡ଼ି ଖୁବ୍‌ ଶୁଭ। ହେଲେ ଲାଲ୍‌ କିମ୍ବା ନୀଳ ରଙ୍ଗର ଗାଡ଼ି ଏମାନଙ୍କ ପାଇଇଁ ଅଶୁଭ।

କନ୍ୟା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗର ଗାଡ଼ି ଶୁଭଦାୟକ। ତେବେ ଯେତେ ସମ୍ଭବ ଆପଣ ଲାଲ୍‌ ରଙ୍ଗର ଗାଡ଼ି କିଣିବାରୁ ଦୂରେଇ ରୁହନ୍ତୁ।

ତୁଳା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ନୀଳ ଓ ଲାଲ୍‌ ରଙ୍ଗ ଅତ୍ୟନ୍ତ ଶୁଭ। ତେଣୁ ଏହି ରାଶିର ବ୍ୟକ୍ତି ମାନେ ଏହି ସବୁ ରଙ୍ଗର ଗାଡି କିଣିବା ଉଚିତ୍‌।

ବିଛା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ରଙ୍ଗର ଗାଡ଼ି ବହୁତ ଶୁଭଦାୟକ। ଏମାନଙ୍କ ପାଇଁ କିନ୍ତୁ ଗେରୁଆ ଓ ହଳଦିଆ ରଙ୍ଗ ଗାଡ଼ି କଦାପି ଶୁଭ ହୋଇ ନଥାଏ।

ଧନୁ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗ ଶୁଭ। କିନ୍ତୁ ଧ୍ୟାନରେ ରଖିବେ, ଆପଣଙ୍କ ଏହି ରଙ୍ଗର ଗାଡ଼ିକୁ କେବେ ବି କେଉଁ ହଳଦିଆ ରଙ୍ଗର ଗାଡ଼ି ପାଖରେ ପାର୍କିଂ କରିବେ ନାହିଁ।

ମକର ରାଶି- ଏହି ରାଶିର ବ୍ୟକ୍ତିଙ୍କ ଇଷ୍ଟ ଗ୍ରହ ଶନି। ତେଣୁ ଏମାନଙ୍କ ପାଁଇ କଳା ଓ ଧୂସର ରଙ୍ଗ ଅତ୍ୟନ୍ତ ଶୁଭଦାୟକ। ମନେରଖନ୍ତୁ, ଆପଣ ଯଦି ଶନିବାର ନୂଆ ଗାଡ଼ି କିଣି ଶନି ଦେବଙ୍କ ନିକଟରେ ପୂଜା କରିବେ, ତେବେ ଏହା ଅତ୍ୟନ୍ତ ଶୁଭଫଲ ଦେବ।

କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ କିମ୍ବା ନୀଳ ରଙ୍ଗର ଗାଡ଼ି ଶୁଭ। କିନ୍ତୁ କଳା କି ଧୂସର ରଙ୍ଗର ଗାଡି ଆଦୌ କିଣନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପଦପୂର୍ଣ ହୋଇପାରେ।

ମୀନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ହଳଦିଆ ରଙ୍ଗର ଗାଡ଼ି ସବୁଠୁ ଶୁଭ ହୋଇଥାଏ। ଏହା ବ୍ୟତୀତ ସୁନେଲି ଓ ନାରଙ୍ଗୀ ରଙ୍ଗ ମଧ୍ୟ ଶୁଭଦାୟକ ହୋଇଥାଏ।

Follow by Email
WhatsApp