ଅନୁଗୋଳ କପ ୨୦-୨୦ , ବାଜି ମାରିଲା ଓଡିଶା ପୋଷ୍ଟାଲ Posted on 15/03/202015/03/2020 by NTP Bureau Report ଅନୁଗୋଳ (ଏନ ଟି ପି) ଅନୁଗୋଳ କଦମ ପଡିଆ ଠାରେ ଗତ ୧୨ ତାରିଖରୁ ଚାଲିଥିବା ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଗୋଳ କପ ୨୦-୨୦ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆସାନସୋଲ ରେଲୱେ , କରିମ ସ୍ପୋର୍ଟ୍ସ ନାଗପୁର , ଛତିଶଗଡ ଫରେଷ୍ଟ , ଓଡିଶା ପୋଷ୍ଟାଲ ,ରାଇଜିଙ୍ଗ ଷ୍ଟୁଡେଣ୍ଟ , RYCC ରାଉରକେଲା , ପ୍ରଗତି ସ୍ପୋର୍ଟିଂ, ଅନୁଗୋଳ କ୍ରିକେଟ କ୍ଲବ ଆଦି ଭାଗ ନେଇଥିଲେ । ନକଆଉଟ ପର୍ଯ୍ୟାୟରେ ହୋଇଥିବା ଏହି ଖେଳରେ ରାଇଜିଙ୍ଗ ଷ୍ଟୁଡେଣ୍ଟସ ଓ ଓଡିଶା ପୋଷ୍ଟାଲ ଫାଇନାଲରେ ପହଞ୍ଚିଥିଲେ । ୧୫ ତାରିଖ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡିଶା ପୋଷ୍ଟାଲ ଟସ ଜିତିବା ସହ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଲରାଉଣ୍ଡର ଆଲୋକ ସାହୁ ସର୍ବାଧିକ ୫୬ ରନ ଓ ଅନୁରାଗ ଷଡଙ୍ଗୀ ୩୨ ରନ କରି ଦଳ ପାଇଁ ଏକ ସୁଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ଜବାବରେ ରାଇଜିଙ୍ଗ ଷ୍ଟୁଡେଣ୍ଟସ , କଟକ ଦଳ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲେ । ଦଳ ପକ୍ଷରୁ ବ୍ୟାଟସମ୍ୟାନ ରାହୁଲ ସିଂ ସର୍ବାଧିକ ୯୩ ରନ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଦଳକୁ ଜିତାଇ ପାରି ନଥିଲେ । ୮ ରନରେ ଦଳକୁ ପରାଜିତ ହେବାକୁ ପଡିଥିଲା । ଫାଇନାଲ ମ୍ୟାଚରେ ଓଡିଶା କ୍ରିକେଟ ଆସୋସିଏସନର ଆମ୍ପାୟାର ସରୋଜା ସାହୁ ଓ ମହେଶ ମୁନସି ଖେଳ ପରିଚାଳନା କରିଥିବା ବେଳେ ନିକ୍ସନ ସାହୁ ସ୍କୋରର ଦାୟିତ୍ଵ ତୁଲାଇଥିଲେ । ଫାଇନାଲ ମ୍ୟାଚର ଉଦଜାପନୀ ଉତ୍ସବରେ ଯୋଗଗୁରୁ ଅଭୟ ରାୟ , ବରିଷ୍ଠ ଆଇନଜୀବୀ ଭୁପେଶ ପ୍ରଧାନ ଆଦି ଅତିଥିଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଚମ୍ପିୟାନ ଦଳକୁ ଟ୍ରଫି ସହ ୮୦ ହଜାର ଟଙ୍କା , ରନର୍ସଅପ ଦଳକୁ ଟ୍ରଫିଆ ସହ ୬୦ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା । ଏହା ସହ ଏହି ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ବ୍ୟାଟସମ୍ୟାନ ଭାବେ ରାହୁଲ ସିଂ ,ବେଷ୍ଟ ବୋଲର ଭାବେ ପୋଷ୍ଟାଲ ଦଳର ପ୍ରୀତମଜିତ ଦାସଙ୍କୁ ପୁରସ୍କୃତ କରା ଯାଇଥିଲା । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁଗୋଳ କ୍ରିକେଟ କ୍ଲବର ମୁଖ୍ୟ କର୍ତ୍ତା ପ୍ରତାପ ପ୍ରଧାନ ଓ ଅନୁଗୋଳ କ୍ରିକେଟ କ୍ଳବର ସଭାପତି ବିରେନ ସାହୁ ,ସମ୍ପାଦକ ସମରେନ୍ଦ୍ର ସ୍ୱାଇଁ , ସାଗର ମିଶ୍ର , ରଞ୍ଜନ ଧୀର ସାମନ୍ତ , କୋଷାଧ୍ୟକ୍ଷ ପ୍ରାଭାତ ସିହ୍ନା , ଉପ-ସଭାପତି ଗଙ୍ଗାଧର ପଟନାୟକ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ଅନୁଗୋଳରେ ବହୁ ବର୍ଷ ପରେ ଜାତୀୟ ସ୍ତରୀୟ କ୍ରିକେଟ କପ ଖେଳ ହେବା ନେଇ ଅନୁଗୋଳ ବାସୀ ଭରପୁର ଉପଭୋଗ କରିବା ସହ କ୍ରିକେଟ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିଲା। Share on FacebookTweetFollow usSave Post Views: 393
Sports ବିଶ୍ୱକପ ଦୌଡ଼ରୁ ପାକିସ୍ତାନ ବାଦ: ସେମିରେ ନ୍ୟୁଜିଲାଣ୍ଡ… NTP Bureau Report 05/07/2019 0 ନୂଆଦିଲ୍ଲୀ, (ଏନଟିପି ବ୍ୟୁରୋ): ଆଇସିସି କ୍ରିକେଟ୍ ବିଶ୍ଵ କପ-୨୦୧୯ର ସେମି ଫାଇନାଲ ପାଇଁ ୪ଟି ଦଳର ନାମ ଚୂଡାନ୍ତ ହୋଇ ଯାଇଛି। ପାକିସ୍ତାନ ଦଳ ସେମି ଫାଇନାଲ ଦୌଡ଼ରୁ ବାଦ୍ ପଡିବା ପରେ ନ୍ୟୁଜିଲାଣ୍ଡ […]
Odisha Sports ବାସନ୍ତୀ ଭଲିବଲ କପ : କିଟ ଭୁବନେଶ୍ୱର ହାତେଇଲା ଚଳିତ ବର୍ଷର ଚମ୍ପିୟାନସ ଟ୍ରଫି NTP Bureau Report 03/03/2025 0 ଅନୁଗୁଳ – ଅନୁଗୁଳ ବାସନ୍ତୀ ଭଳିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ ୨୦୨୫ ଉଦଯାପିତ ହୋଇ ଯାଇଛି । ଗତ ୧ ଓ ୨ ତାରିଖ […]
Odisha Sports ୨୨ରୁ କିଟ୍ ଇଣ୍ଟରନ୍ୟାସ୍ନାଲ୍ ଚେସ୍ ଫେଷ୍ଟିଭାଲ୍ ମୋଟ ପୁରସ୍କାର ରାଶି ୨୫ଲକ୍ଷ ଟଙ୍କା ; ୧୬ ରୁ ହେବ ଏମ୍ପିଏଲ୍ ଜାତୀୟ ସ୍କୁଲ୍ ଚେସ୍ ଚାମ୍ପିଅନ୍ସିପ୍ Smrutilipi 14/05/2022 0 ଭୁବନେଶ୍ୱର(ଏନଟିପି) କିଟ୍ ଓ କିସ୍ ଆନୁକୂଲ୍ୟରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ପକ୍ଷରୁ ଏମ୍ପିଏଲ୍ ୧୦ମ ଜାତୀୟ ସ୍କୁଲ୍ ଚାମ୍ପିଅନ୍ସିପ୍ ୨୦୨୨ ମେ ୧୬ ତାରିଖଠାରୁ କିସ୍ ଇଣ୍ଡୋର ଷ୍ଟାଡ଼ିଅମଠାରେ ଅନୁଷ୍ଠିତ ହେବାକୁ ଯାଉଛି […]