ସଂସଦରେ ଆଗତ ହେଲା ବଜେଟ : ବଜେଟ୍ କେଉଁ ଜିନିଷ ହେଲା ମହଙ୍ଗା କେଉଁଟା ହେଲା ଶସ୍ତା ପଢ଼ନ୍ତୁ

ନୂଆଦିଲ୍ଲୀ (ଏନଟିପି) :(ସ୍ମୃତିଲିପି ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ)

ସଂସଦରେ ଆଗତ ହେଲା ବଜେଟ : ବଜେଟ୍ କେଉଁ ଜିନିଷ ହେଲା ମହଙ୍ଗା କେଉଁଟା ହେଲା ଶସ୍ତା ପଢ଼ନ୍ତୁ।ସଂସଦରେ ଆଗତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବଜେଟ। ବଜେଟରେ ଗ୍ରାମୀଣ ଭାରତକୁ ଫୋକସ କରିଛନ୍ତି କେନ୍ଦ୍ର ସରକାର। ବଜେଟ ଉପସ୍ଥାପନ ପରେ ଏକାଧିକ ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ କିଛି ସାମଗ୍ରୀ ଦର ହ୍ରାସ ପାଇବ। ଆମଦାନୀ ହେଉଥିବା ସୁନା, ପ୍ଲାଟିନମ ଓ ମୂଲ୍ୟବାନ ଧାତୁ, ପେଟ୍ରୋଲ ଓ ଡିଜେଲ, ପିଭିସି ପାଇପ୍ସ, ସିସିଟିଭି ଓ ଆଇପି କ୍ୟାମେରା, ମେଟାଲ ଫିଟିଙ୍ଗସ, ସ୍ପ୍ଲିଟ୍ ଏସି, ଅଟୋମୋବାଇଲ ପାର୍ଟସ, ଲାଉଡ ସ୍ପିକର, ସିଗାରେଟ ଓ ତମାଖୁ ଜାତୀୟ ପଦାର୍ଥ ଏବଂ ଆମଦାନୀ ହେଉଥିବା ବହିର ଦର ମହଙ୍ଗା ହୋଇଛି। ସେହିପରି ସମସ୍ତ ବିଦ୍ୟୁତଚାଳିତ ଗାଡ଼ି, ଆମଦାନୀ ହେଉଥିବା ଉଲ୍ ଫାଇବର, ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ, ସୋଲାର ପ୍ୟାନେଲ ଆଦି ଶସ୍ତା ହୋଇଛି।

ପୁଣି ବଢ଼ିବ ସୁନାଦର :

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା କରିଛନ୍ତି ଯେ ସୁନା ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ବଢ଼ାଇ ୧୨.୮ ପ୍ରତିଶତ କରାଯାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ୧-୨ ଟଙ୍କା ସେସ ବୃଦ୍ଧି କରାଯିବ । ଖାଲି ଏତିକି ନୁହେଁ, ଆମଦାନୀ ନିଶାଦ୍ରବ୍ୟ ଏବଂ ବହି ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରିଛନ୍ତି ମୋଦି ସରାକାର । ସେହିଭଳି ରୂପା ଏବଂ ଦୁର୍ଲଭ ଧାତୁରେ ତିଆରି ସାମଗ୍ରୀର ଦର ମଧ୍ୟ ମହଙ୍ଗା ହେବ ବୋଲି ଚଳିତ ବଜେଟରୁ ଜଣାପଡିଛି।

ବଜେଟ ୨୦୧୯ ପ୍ରଭାବ, ଆସନ୍ତାକାଲି ଠାରୁ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଦର।

ଭାରତକୁ ଉଚ୍ଚଶିକ୍ଷାର ହବ୍ କରିବାକୁ ଲକ୍ଷ୍ୟ,ଉଚ୍ଚଶିକ୍ଷା ପାଇଁ ୪୦୦ କୋଟି ଟଙ୍କାର ଫଣ୍ଡ।ବିଶ୍ୱରେ ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଭିତରେ ଭାରତର ୩ ଶିକ୍ଷାନୁଷ୍ଠାନ ସାମିଲ।

ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନି । କିନ୍ତୁ ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବୋଝ ବଢିଛି। ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀଙ୍କ ଉପରେ ଅତିରିକ୍ତ ୩ ପ୍ରତିଶତ ଟିକସ ଲାଗୁ ହୋଇଛି। ସେହିପରି ୭ କୋଟିରୁ ଅଧିକ ଆୟକାରୀ ଅତିରିକ୍ତ ୭ ପ୍ରତିଶତ ଟିକସ ଦେବେ। ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ଉଠାଣ ଉପରେ ୨ ପ୍ରତିଶତ ଟିଡିଏସ୍ କଟିବ। ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ଘର କିଣିଲେ, ଅଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଆୟକର ରିହାତି ମିଳିବ। ପୂର୍ବରୁ ଏହା ୨ ଲକ୍ଷ ଟଙ୍କା ଥିଲା। ଅର୍ଥାତ ସାଢ଼େ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ମିଳିବ। ପ୍ୟାନ୍ ବଦଳରେ ଆଧାର କାର୍ଡ ଦେଇ ଆୟକର ରିଟର୍ଣ୍ଣ ଫାଇଲ କରି ହେବ।

୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣ୍ଣ ଓଭର କଂପାନୀ ଉପରେ ୨୫ ପ୍ରତିଶତ ଟିକସ ପଡିବ। ପୂର୍ବରୁ ଏହା ୨୫୦ କୋଟି ଟଙ୍କା ଟର୍ଣ୍ଣଓଭର ପର୍ଯ୍ୟନ୍ତ ୨୫ ପ୍ରତିଶତ ଟିକସ ଥିଲା। ଷ୍ଟାର୍ଟଅପ୍ କମ୍ପାନୀ ଗୁଡିକ ଯେଉଁ ପାଣ୍ଠି ସଂଗ୍ରହ କରନ୍ତି ତାହାର ଆୟକର ଯାଞ୍ଚ ହେବ ନାହିଁ। ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ଶସ୍ତା ହେବ। ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି। ଏହାସହ ଋଣରେ ଏପରି ଗାଡ଼ି କିଣିଲେ, ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଆୟକର ଛାଡ ହେବ।

ବଜେଟରେ କଣ ହୋଇଛି ମହଙ୍ଗା :

ସୁନା, ପ୍ଲାଟିନମ, ମୂଲ୍ୟବାନ ଧାତ, ପେଟ୍ରୋଲ, ଡିଜେଲ, ପିଭିସି ପାଇପ୍ସ, ସିସିଟିଭି, ଆଇପି କ୍ୟାମେରା, ମେଟାଲ ଫିଟିଙ୍ଗସ, ସ୍ପ୍ଲିଟ୍ ଏସି, ଅଟୋମୋବାଇଲ ପାର୍ଟସ, ଲାଉଡ୍ ସ୍ପିକର, ସିଗାରେଟ, ତମାଖୁ ଜାତୀୟ ପଦାର୍ଥ, ଆମଦାନୀ ହେଉଥିବା ବହି

ବଜେଟରେ କଣ ହେଲା ଶସ୍ତା:

ବିଦ୍ୟୁତ ଚାଳିତ ଗାଡ଼ି, ଆମଦାନୀ ହେଉଥିବା ଉଲ୍ ଫାଇବର
ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ, ସୋଲାର ପ୍ୟାନେଲ

ଦେଶର କୃଷିକ୍ଷେତ୍ରକୁ ପରିବର୍ତ୍ତନ ଦିଗରେ ଅଗ୍ରସର କରିବା ଭଳି ବଜେଟ, ବଜେଟରେ ମଧ୍ୟବିତ୍ତର ଉନ୍ନତି ଓ ବିକାଶର ଅଗ୍ରଗତିର ଆଶା, ଟିକସ ବ୍ୟବସ୍ଥା ସରଳ ହେବ, ଭିତ୍ତିଭୂମିର ଉନ୍ନତି ହେବ: ପ୍ରଧାନମନ୍ତ୍ରୀ

Total Union Budget Report Click on Link to👇

Follow by Email
WhatsApp