ମଧୁ ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ Posted on 03/12/201903/12/2019 by NTP Bureau Report ଭୁବନେଶ୍ୱର(ଏନ ଟି ପି) ମଧୁ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଆପ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ହାତପାହାନ୍ତାରେ ଶିକ୍ଷା ସୁବିଧା ମିଳିବ । ପିଲାମାନଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ମଧୁ ଆପ୍ । ଛାତ୍ରଛାତ୍ରୀମାନେ ମଧୁ ଆପ୍କୁ ମୋବାଇଲ ଫୋନରେ ଡାଉନଲୋଡ କରି ସେଥିରୁ ଭିଡିଓ ଦ୍ୱାରା ସେମାନେ ଶ୍ରେଣୀରେ ପଢ଼ା ଯାଇଥିବା ପାଠ ବୁଝିପାରିବେ । ଏହା ସହ ଚାପ୍ଟର ଶେଷରେ ମଡେଲ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢ଼ି ତାହାର ଉତ୍ତର ଲେଖି କେତେଦୂର ଠିକ ବା ଭୁଲ କେତେ ମାର୍କ ଆସିବ ଛାତ୍ରଛାତ୍ରୀମାନେ ଜାଣିପାରିବେ । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାଁରେ ଏହି ଆପ୍ର ନାମକରଣ କରାଯାଇଛି । ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ରେକର୍ଡିଂ କରାଯାଇଛି । ସରକାରୀ ସ୍କୁଲ ଟିଚରଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ମଧୁ ଆପ୍ରେ ୫ମ, ଷଷ୍ଠ, ସପ୍ତମ, ଅଷ୍ଟମ ଓ ୧୦ମ ଶ୍ରେଣୀର ଗଣିତ ଓ ବିଜ୍ଞାନ ପାଠ୍ୟକ୍ରମ ଅପଲୋଡ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧୁ ଆପ୍ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ଭଲ ପାଠ ପଢ଼ି ଦେଶର ଗୌରବ ବୃଦ୍ଧି କରିବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଜାତି ପାଇଁ ମଧୁ ବାବୁଙ୍କ ତ୍ୟାଗ ଅତୁଳନୀୟ ବୋଲି କହିଛନ୍ତି । Share on FacebookTweetFollow usSave Post Views: 485
Odisha ମହାଯାତ୍ରାରେ ମହାରଥୀ,ସ୍ୱର୍ଗଦ୍ୱାରରେ ହେବ ଶେଷ କୃତ୍ୟ NTP Bureau Report 04/10/2020 0 ଭୁବନେଶ୍ୱର(ଏନଟିପି): ପରଲୋକରେ ପୂର୍ବତନ ମନ୍ତ୍ରୀ, ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । କରୋନା ପଜିଟିଭ ପରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟ ହୋଇଟଥିବା ସୂଚନା […]
Odisha KISS Includes Chess in School Curriculum (First In The Country) NTP Bureau Report 20/03/2021 0 Bhubaneswar(NewsTimePro) Following the International Chess Federations’ (FIDE) policy to include Chess in School Level Study Curriculum, the same is being executed in different nations across […]
Odisha କନ୍ଧମାଳ:ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା NTP Bureau Report 30/03/2020 0 କନ୍ଧମାଳ(ଏନ ଟି ପି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡ଼ି ଯାଇଛି। ରାଇକିଆ ଠାରୁ […]