ବିଶ୍ୱକପ ଦୌଡ଼ରୁ ପାକିସ୍ତାନ ବାଦ: ସେମିରେ ନ୍ୟୁଜିଲାଣ୍ଡ…

ନୂଆଦିଲ୍ଲୀ, (ଏନଟିପି ବ୍ୟୁରୋ):

ଆଇସିସି କ୍ରିକେଟ୍ ବିଶ୍ଵ କପ-୨୦୧୯ର ସେମି ଫାଇନାଲ ପାଇଁ ୪ଟି ଦଳର ନାମ ଚୂଡାନ୍ତ ହୋଇ ଯାଇଛି। ପାକିସ୍ତାନ ଦଳ ସେମି ଫାଇନାଲ ଦୌଡ଼ରୁ ବାଦ୍ ପଡିବା ପରେ ନ୍ୟୁଜିଲାଣ୍ଡ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଚତୁର୍ଥ ଦଳ ହୋଇଛି। ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳ ଓ ଏହାର ପ୍ରଶଂସକକୁ କିଛି ଚତ୍ମକାରର ଆଶା ଥିଲା, ମାତ୍ର ବାଂଲାଦେଶ ଦଳ ପାକିସ୍ତାନର ବ୍ୟାଟସମ୍ୟାନଙ୍କୁ ୯ ଓ୍ଵିକେଟରେ ୩୧୫ ରନରେ ରୋକି ସେମାନଙ୍କର ସେମି ଆଶାକୁ ଧୂଳିସାତ କରିଛନ୍ତି। କାରଣ ପାକିସ୍ତାନକୁ ସେମିକୁ ଯିବାକୁ ହେଲେ ବାଂଲାଦେଶଠୁ ୩୦୮ ରନରେ ଜିତିବା ଜରୁରୀ ଥିଲା ।

ଉଲ୍ଲେଖନୀୟ ପାକିସ୍ତାନ ଓ ବାଂଲାଦେଶ ମ୍ୟାଚରେ ଏହା ସ୍ପଷ୍ଟ ହେବାର ଥିଲା ଯେ, ପାକିସ୍ତାନକୁ ସେମିକୁ ପହଞ୍ଚିବ ନା ନାହିଁ। ଯେବେ ପାକିସ୍ତାନ ୩୧୫ ରନ କଲା ତେବେ  ବାଂଲାଦେଶକୁ ୭ ରନ  କିମ୍ବା ସେଥିରୁ କମ ରନରେ ଅଲଆଉଟ୍ କରିବାର ଥିଲା, ଯାହା କୌଣସି ବି ସ୍ଥିତିରେ ଅସମ୍ଭବ ଥିଲା। ପାକିସ୍ତାନ ମଧ୍ୟ ତାହା କରି ପାରିନଥିଲା। ବାଂଲାଦେଶ ଦ୍ଵିତୀୟ ଓଭରରେ ୮ ରନ କରିବା ମାତ୍ରେ ପାକିସ୍ତାନ ମ୍ୟାଚର ଫଳାଫଳ ପୂର୍ବରୁ ସେମି ଫାଇନାଲ ଦୌଡ଼ରୁ ବାଦ୍ ପଡିଛି। ଉଲ୍ଲେଖଯୋଗ୍ୟ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଥିବା ବେଳେ ଭାରତ ଦ୍ଵିତୀୟ ଏବଂ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିକୁ ଉନ୍ନୀତ ହୋଇଛି। 

Follow by Email
WhatsApp