ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇଲା ପଦ, କିଏ ପଡିଲା ବାଦ

ଭୁବନେଶ୍ୱର: (ଏନଟିପି)

ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇଲା ପଦ, କିଏ ପଡିଲା ବାଦ।ନବୀନ ଏଥର ନୁଆଁ ମୁହଁ କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ସରକାରରେ ସାମିଲ ହେବାକୁ ଥିବା ମନ୍ତ୍ରୀ ତାଲିକା ରାଜଭବନ ସୂତ୍ରରୁ ପ୍ରକାଶିତ ହୋଇଛି | ପଞ୍ଚମ ପାଳି ଖେଳିବାକୁ ଯାଉଥିବା ନବୀନ ତାଙ୍କ ଟିମରେ ୨୦ ଜଣ ମନ୍ତ୍ରୀଙ୍କୁ ନେଇଥିବା ବେଳେ ଆଉ ଗୋଟିଏ ଆସନକୁ ଝୁଲାଇ ରଖିଛନ୍ତି ଆପାତତଃ କେନ୍ଦ୍ରାପଡା ପାଇଁ ପାଟକୁରା ନିର୍ଵାଚନ ଶେଷ ହେବା ପର୍ଯ୍ୟନ୍ତ | ଏହି ମନ୍ତ୍ରିମଣ୍ଡଳରେ ୧୧ଜଣ କ୍ୟାବିନେଟ ପାହ୍ୟା ପାଇଥିବା ବେଳେ ୯ ଜଣ ପାଇଛନ୍ତି  ରାଷ୍ଟ୍ର ପାହ୍ୟା । ସବୁଠାରୁ ବଡ଼କଥା ହେଲା ନବୀନ ତାଙ୍କର ଏହି ମନ୍ତ୍ରୀ ମଣ୍ଡଳରେ ୧୦ ନୂଆ ମୁହଁଙ୍କୁ ସାମିଲ କରିଥିବା ବେଳେ ତିନିଜଣ ଫାଷ୍ଟ ଟାଇମରଙ୍କୁ ନେଇଛନ୍ତି | ଆଉ ଗୋଟିଏ ବଡ କଥା ହେଲା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ରଘୁନନ୍ଦନ ଦାଶଙ୍କୁ ମନ୍ତ୍ରୀପଦ ଦେଇ ନବୀନ ବାବୁ ଭିନ୍ନ ଏକ ରାଜନୈତିକ ମେସେଜ ଦେବାକୁ ଚାହିଁଛନ୍ତି | 

କିଛି  ବରିଷ୍ଠ ଓ ପୂର୍ବତନ ମନ୍ତ୍ରୀଙ୍କୁ ବାଦ ଦେଇ ନବୀନ ବାବୁ ତାଙ୍କ ଟିମରେ କିଛି ଯୁବ ଓ ନୂଆ ମୁହଁକୁ ସାମିଲ କରିଛନ୍ତି | ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳୀରେ ସ୍ଥାନ ପାଉଥିବା ବିଧାୟକ- ବିଧାୟିକା ମାନେ ହେଲେ  ଶ୍ରୀମତୀ ଟୁକୁନି ସାହୁ, ସମୀର ଦାଶ, ନବ କିଶୋର ଦାସ, ଦିବ୍ୟଶଙ୍କର ମିଶ୍ର, ଜଗନ୍ନାଥ ସାରକା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ଶ୍ରୀମତୀ ପଦ୍ମିନୀ ଦିଆନ ଏବଂ ତୁଷାରକାନ୍ତି ବେହେରା । ଏମାନଙ୍କ ମଧ୍ୟରୁ ରଘୁନନ୍ଦନ ଦାସ(ଏରସମା ବାଲିକୁଦା), ପଦ୍ମିନୀ ଦିଆନ(କୋଟପାଡ଼) ଏବଂ ତୁଷାରକାନ୍ତି ବେହେରା(କାକଟପୁର) ହେଉଛନ୍ତି ଫାଷ୍ଟ ଟାଇମର |

କ୍ୟାବିନେଟ୍ ପାହ୍ୟା ପାଇଥିବା ମନ୍ତ୍ରୀମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା,  ଅରୁଣ କୁମାର ସାହୁ, ସୁଶାନ୍ତ ସିଂ,ସୁଦାମ ମାରାଣ୍ଡି,  ନବକିଶୋର ଦାସ ଏବଂ  ଟୁକୁନି ସାହୁ । 

ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କୁ ରାଷ୍ଟ୍ରମନ୍ତ୍ରୀ ତାଲିକାରେ ସ୍ଥାନ ପାଇଥିବା ବେଳେ ତାଙ୍କ ବ୍ୟତୀତ ସମୀର ରଂଜନ ଦାଶ, ଜ୍ୟୋତିରଂଜନ ପାଣିଗ୍ରାହୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ,  ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଏବଂ ଜଗନ୍ନାଥ ସାରକା । ହେଲେ ଗତ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିବା ଉଷା ଦେବୀ,  ନୃସିଂହ ସାହୁ, ଦେବୀ ମିଶ୍ର, ବଦ୍ରି ପାତ୍ର, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ପ୍ରଦୀପ ମହାରଥୀ, ପ୍ରଦୀପ ଅମାତ୍ ଏବଂ ସ୍ନେହାଙ୍ଗିନୀ ଛୁରିଆ ବାଦ ପଡିଛନ୍ତି |  ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରାଯାଇଥିବା ବେଳେ ବିଂଝାରପୁର ବିଧାୟିକା  ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ପଦ ଦିଆଯାଇଛି | 

ମନ୍ତ୍ରୀମଣ୍ଡଳ ତାଲିକା

ନବୀନ ପଟ୍ଟନାୟକ- ମୁଖ୍ୟମନ୍ତ୍ରୀ

କ୍ୟାବିନେଟ୍

୧- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୨- ବିକ୍ରମ କେଶରୀ ଆରୁଖ

୩- ପ୍ରଫୁଲ୍ଲ କୁମାର ମଲ୍ଲିକ

୪- ନିରଞ୍ଜନ ପୂଜାରୀ

୫- ପଦ୍ମନାଭ ବେହେରା

୬- ପ୍ରତାପ ଜେନା

୭- ଅରୁଣ କୁମାର ସାହୁ

୮- ସୁଦାମ ମାରାଣ୍ଡି

୯- ସୁଶାନ୍ତ ସିଂ

୧୦- ନବ କିଶୋର ଦାସ

୧୧- ଶ୍ରୀମତୀ ଟୁକୁନି ସାହୁ

ରାଷ୍ଟ୍ରମନ୍ତ୍ରୀ

୧- ଅଶୋକ ଚନ୍ଦ୍ର ପଣ୍ଡା

୨- ସମୀର ରଂଜନ ଦାଶ

୩- ଜ୍ୟୋତିପ୍ରକାଶ ପାଣିଗ୍ରାହୀ

୪- ଦିବ୍ୟଶଙ୍କର ମିଶ୍ର

୫- ପ୍ରେମାନନ୍ଦ ନାୟକ

୬- ରଘୁନନ୍ଦନ ଦାସ

୭- ଶ୍ରୀମତୀ ପଦ୍ମିନୀ ଦିଆନ୍

୮- ତୁଷାରକାନ୍ତି ବେହେରା

୯- ଜଗନ୍ନାଥ ସାରକା

Follow by Email
WhatsApp