୨୦ ବର୍ଷ ପରେ ବିଧାୟକଙ୍କୁ ଦେଖିଲେ ଗ୍ରାମବାସୀ

ଅନୁଗୋଳ:- (ଏନଟିପି)

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଛି ଅଶନବାହାଲ ଗାଁ। ଏହି ଗାଁର ଲୋକମାନେ ବିଶେଷ ଭାବେ କୃଷି, ଦିନମଜୁରିଆ କାର୍ଯ୍ୟ କରି ଜିବିକା ନିର୍ବାହ କରନ୍ତି।କିନ୍ତୁ ଅଭୟାରଣ୍ୟର ପ୍ରତିବନ୍ଧକ ଯୋଗୁଁ ଗାଁ ଲୋକମାନେ ମୌଲିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅନେକ ନଜିର୍ ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ଓ ଗମନାଗମନ ଠାରୁ ଆରମ୍ଭ କରି ରୋଜଗାର ସୁଯୋଗ ଗାଁ ଲୋକଙ୍କୁ ସାତସପନ ।ନିର୍ବାଚନ ସମୟରେ କିଛି ରାଜନେତା ଗାଁକୁ ଆସିଥାନ୍ତି। କିନ୍ତୁ ଭୋଟ ପାଇ ନିର୍ବାଚିତ ହେବା ପରେ ନେତାଙ୍କ ଦର୍ଶନ ମିଳିବା ଗାଁ ଲୋକଙ୍କ ପାଇଁ ବହୁ କଷ୍ଟ। ଦୀର୍ଘ ୨୦ ବର୍ଷ ପୂର୍ବରୁ ଲୋକ ପ୍ରତିନିଧି ଭାବେ ସ୍ବର୍ଗତ ଅଦୈତ୍ୟ ପ୍ରସାଦ ସିଂହ ଏହି ଗାଁ କୁ ଯାଇ ଲୋକଙ୍କ ଭଲମନ୍ଦ କଥା ବୁଝନ୍ତି। କିନ୍ତୁ ତାଙ୍କ ପରେ କୌଣସି ବିଧାୟକ ଏହି ଗାଁ କୁ ଆସିନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଆଜି ଆଠମଲ୍ଲିକ ବିଧାୟକ ରମେଶ ସାଏ ଗାଁ କୁ ଯାଇ ଲୋକଙ୍କ ଭଲମନ୍ଦ ବୁଝିବା ପରେ ଗାଁ ଲୋକମାନେ ଖୁସିରେ ଆତ୍ମବିଭୋର ହୋଇପଡିବା ସହ ପାଛୋଟି ନେବା ଦୃଶ୍ୟ ବେଶ୍ ନିଆରା।
ସତେଯେମିତି ଗାଁ ରେ ବିଧାୟକଙ୍କୁ ଦେଖି ଲୋକ ମାନଙ୍କ ମଧ୍ୟରେ ଆତ୍ମବିଭୋର ହୋଇଯାଇଥିଲେ।। ଯାହାକି ବିଧାୟକଙ୍କୁ ଗାଁ ର ପୁରୁଷ ମହିଳା ମାନେ ପାଛୋଟି ନେବା ଦୃଶ୍ୟରୁ ପ୍ରତୀୟମାନ ହୋଇପଡୁଥିଲା । ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ନିର୍ବାଚନ ଜିତିବା ପରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ବକୁ ବହନ କରି ଆଜି ଜଙ୍ଗଲ ଅଧ୍ୟୁଷିତ ଅଶନବାହାଲ ଗାଁ ଗସ୍ତ କରିଛନ୍ତି। ଯେଉଁ ଗାଁ କୁ ଦୀର୍ଘ ୨୦ ବର୍ଷ ହେବ କୌଣସି ନେତାଙ୍କ ପାଦ ପଡିନଥିଲା ଆଜି ସେହି ଗାଁରେ ବିଧାୟକ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଗ୍ରାମବାସୀଙ୍କ ସହିତ ବୈଠକରେ ଯୋଗ ଦେଇ ସେମାନଙ୍କ ସମସ୍ତ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ସମସ୍ଯା ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି।ଗାଁ କୁ କିଭଳି ସମସ୍ତ ମୌଳିକ ସୁବିଧା ମିଳିପାରିବ ସେ ଦିଗରେ କାର୍ଯ୍ୟ କରାଯିବାର ପ୍ରତିଶୃତି ଦେଇଥିଲେ ବିଧାୟକ।

Follow by Email
WhatsApp