ମୁଣ୍ଡ ନେଉଛି ରାଜପଥ,ପ୍ରଶାସନ ଚୁପ କାହିଁକି ? Posted on 28/04/201928/04/2019 by NTP Bureau Report ଅନୁଗୋଳ (ଏନଟିପି) ଅସୁରକ୍ଷିତ ୫୫ ନମ୍ବର ଜାତୀୟ ରାଜପଥ।ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି ଏହି ରାଜପଥ। ବାରମ୍ବାର ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ପ୍ରାଣ ଯାଉଛି ହେଲେ ନା ଧ୍ୟାନ ଦେଉଛି ପରିବନ ବିଭାଗ ନା ପ୍ରଶାସନ।ବେପରୁଆ ଗାଡି ଚାଳନା ଯୋଗୁଁ ଯାଉଛି ନିରୀହ ଲୋକଙ୍କ ଜୀବନ। ଟ୍ରକ ଧକ୍କାରେ ମହିଳା ମୃତ । ବଅଁରପାଳ ଥାନା ବୁଢ଼ାପଙ୍କ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କା ରେ ଜଣେ ମହିଳାଙ୍କ ମୃତ୍ୟୁ । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ବଅଁରପାଳ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିବା ବେଳେ ମହିଳାଙ୍କ ମର ଶରୀର ରାଜରାସ୍ତା ରେ ପଡି ରହିଛି ।ଟ୍ରକ ଚାଳକ ଗାଡି ଛାଡି ଘଟଣା ସ୍ଥଳ ରୁ ଚାଲିଯାଇଛି।ଗତକାଲି ଜଣେ ମହିଳା ମଧ୍ୟ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଥିଲେ।ପୁଣି ଆଜିର ଘଟଣା ବୟାନ କରୁଛି ୫୫ ନମ୍ବର ଜାତୀୟ ରାଜପଥ କେତେ ସୁରକ୍ଷିତ।କେବେ ଚେତିବ ପ୍ରଶାସନ।କେବେ ହେବ ଦୀର୍ଘଟଣା ମୁକ୍ତ ଏହି ରାଜପଥ ତାକୁ ହିଁ ଅପେକ୍ଷା। Share on FacebookTweetFollow usSave Post Views: 370
Business Odisha Dharmendra’s letter for the third phase expansion of TTPS NTP Bureau Report 25/03/2021 0 Bhubaneswar (NewsTimePro): The third phase of the Anugul District Talcher Thermal Power Plant or NTPC TTPS will be expedited. Union Energy Minister RK Singh has […]
Odisha NATIONAL କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହଟିଲା ୩୭୦ ଏବଂ ୩୫ଏ ଧାରା NTP Bureau Report 05/08/2019 0 ନୂଆଦିଲ୍ଲୀ (ଏନଟିପି): ଜାମ୍ମୁ ଓ କାଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଏହା ସହିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା […]
Odisha ଲୋକପ୍ରିୟତାରେ ସବୁଠୁ ଆଗରେ ତାଳଚେର ବିଧାୟକ ବ୍ରଜ NTP Bureau Report 01/03/2020 0 ତାଳଚେର(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର ଏକ ଖଣି ବହୁଳ ଅଂଚଳ।ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରଜା।ଏଠି ପ୍ରଜାଙ୍କର ରହିଛି ଅନେକ ସମସ୍ୟା।ପ୍ରଜାଙ୍କର ସମସ୍ୟା ସମାଧାନ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ତାଳଚେରର ଲୋକପ୍ରିୟ […]