ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଇଭିଏମ୍‌, ଭିଭିପାଟ, ପୋଲିଂ ପାର୍ଟି ପ୍ରସ୍ତୁତ : କେନ୍ଦ୍ରାପଡ଼ାର ୩୫ଟି ଆଦର୍ଶ ବୁଥ୍‌ ପାଇଁ ୩୫ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ୱର (ଏନଟିପି)

ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ହେବ ମତଦାନ । ରାଜ୍ୟରେ ଏହା ଶେଷ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ।…

ଇଭିଏମ୍‌, ଭିଭିପାଟ୍‌ ପ୍ରସ୍ତୁତ । ପୋଲିଂ ପାର୍ଟି ପ୍ରସ୍ତୁତ । ସକାଳ ୭ଟାରୁ ଆରମ୍ଭ ହେବ ଭୋଟ୍‌ ଗ୍ରହଣ । ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର (ମ୍ୟାପ୍‌ ବ୍ୟବହାର କରିବେ)  ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ଭୋଟର ବାଛିବେ ସେମାନଙ୍କର ଲୋକସଭା ଓ ବିଧାନସଭା ସଦସ୍ୟଙ୍କୁ ।

କେବଳ ପାଟକୁରା ନିର୍ବାଚନ ମେ’ ୧୯କୁ ଘୁଞ୍ଚିଛି। ୬ ଲୋକସଭା ଆସନରେ ୫୨ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ୧୪୩୮ଟି ପୋଲିଂ ୩୫ଟି ଆଦର୍ଶ ବୁଥ୍‌ ରହିଛି । ଏଠାରେ ୩୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛନ୍ତି । ଭଦ୍ରକ ଜିଲ୍ଲାର ୧୨ ଶହ୯୨ଟି ବୁଥରେ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ୨୧୨୩ ବୁଥ୍‌ରେ ୧୬ ଲକ୍ଷ ୮୦ ହଜାର ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ଜଗତସିଂହପୁର ଜିଲ୍ଲାରେ ୧୦୪୭ଟି ବୁଥ୍ କରାଯାଇଥିବା ବେଳେ ଯାଜପୁର ଜିଲ୍ଲାରେ ୧୬୧୯ଟି ବୁଥ୍‌ କରାଯାଇଛି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬ ଲୋକସଭା ୪୧ ବିଧାନସଭା ଆସନରେ ୩୩୬ ପ୍ରାର୍ଥୀଙ୍କ ଭାଗ୍ୟ ୯୫ ଲକ୍ଷରୁ ଅଧିକ ମତଦାତାଙ୍କ ହାତରେ ରହିଛି।

Follow by Email
WhatsApp