ଉଜ୍ଜଳା ଯୋଜନା ଅନ୍ୟ ରାଷ୍ଟ୍ର ପାଇଁ ସାଜିଛି ମଡେଲ ଯୋଜନା

ଭୁବନେଶ୍ୱର (ଏନଟିପି):

ଉଜ୍ଜଳା ଯୋଜନା ବିଶ୍ୱର ଗରିବୀ ରାଷ୍ଟ୍ର ପାଇଁ ସାଜିଛି ଏକ ମଡେଲ

ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ଦରକାର । ଭାରତବର୍ଷର ଘରେଘରେ ଘରେ ସ୍ୱଚ୍ଛ ଇନ୍ଧନ ପଂହଚିବା ଦାୟିତ୍ୱ ନେଇ ମୋଦି ସରକାର କାମ କରୁଛନ୍ତି । ବିଶ୍ୱର ଅନେକଗରୀବ ରାଷ୍ଟ୍ର ପ୍ରଧାନମନ୍ତ୍ରୀଙ୍କ ଉଜ୍ଜଳା ଯୋଜନାକୁ ମଡେଲ ଯୋଜନା ଭାବେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଉଜ୍ଜଳା କନେକ୍ଟ ଆଲୋଚନା ଚକ୍ରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନବ ସଭ୍ୟତା ଆରମ୍ଭ ହେବା ଦିନଠୁ ଖାଦ୍ୟର ଅବଶ୍ୟକତା ଥିଲା । ଖାଦ୍ୟକୁ ପ୍ରକ୍ରିୟାକରଣ କରିବା ହେଲା ଚୁଲି ଏବଂ ଏହା ମାଧ୍ୟମରେ ଖାଦ୍ୟ ମାଆ ମାନଙ୍କ ଦ୍ୱାରା ରୋଷେଇ ହେଉଥିଲା । ଚୁଲିରୁ ବାହାରୁଥିବା ଧୂଆଁରେ ଭାରତବର୍ଷରେ ୬୫ କୋଟି ମହିଳା ମାନଙ୍କ ଭିତରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିଲା । କିନ୍ତୁ ସମାଧାନର ବାଟ ଫିଟୁନଥିଲା । ହେଲେ ଗରିବ ଘରେ ଜନ୍ମ ନେଇଥିବା ପ୍ରଧାନମନ୍ତ୍ରୀ ଏକଥା ଚିନ୍ତା କରି ଏପରି ଏକ ଯୋଜନା ପ୍ରଣୟନ କଲେ । ଯାହାଦ୍ୱାରା ଭାରତବର୍ଷରେ ଆଜି ୧୦୦ରେ ପାଖାପାଖି ୯୦ ଜଣ ମହିଳାଙ୍କ ଘରେ ଉଜ୍ଜଳା ତଥା ଏଲପିଜି ଗ୍ୟାସ ପହଂଚିପାରିଛି ।

ତ୍ୟାଗ ବଳିଦାନ ପାଇଁ ଆଜି ବି ଯୁଗ ଧର୍ମପଦ କୁ ମନେପକାଏ :

ଜଣେ ବ୍ୟକ୍ତି ଦୁନିଆକୁ ପରିବର୍ତନ କରିବାର ଆତ୍ମବିଶ୍ୱାସ ରଖିଲେ ତାନାମ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିବ । ସର୍ବଦା ନିଜ ବିଷୟରେ ନୁହେଁ ସମାଜ ତଥା ଦେଶ ବିଷୟରେ ଚିନ୍ତା କରି କାର୍ଯ୍ୟ କରିବା ଉଚିତ୍ । କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ୧୧୯୯ କାରିଗରଙ୍କୁ କେହି ମନେରଖିଲେ ନାହିଁ ବରଂ କୋଣାର୍କ ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ଛୋଟ କାରିଗର ଧର୍ମପଦକୁ ଏ ଯୁଗ ମନେରଖିଛି ।

ଉଜ୍ଜଳା ଦିଦି ର ଗୀତ ପାଇଁ କଳାହାଣ୍ଡି ଜିଲ୍ଲା ଭାରତବର୍ଷରେ ପରିଚିତ :

ଉଜ୍ଜଳା ଦିଦିର ଗୀତ ପାଇଁ ଓଡିଶାର କଳାହାଣ୍ଡି ଜିଲ୍ଲା ଭାରତବର୍ଷରେ ପରିଚିତ ହୋଇପାରିଥିଲା । ଜିଲ୍ଲାର ମଦନପୁର, ଥୁଆମୂଳ,ରାମପୁର ପାଇଁ ଏହି ମାଟିର ପ୍ରଦୀପ ନାମକ ଜଣେ ଯୁବକ ଉଜ୍ଜଳା ଦିଦିର ଗୀତ ଲେଖି କଳାହାଣ୍ଡିକୁ ନୂଆ ପଚିଚୟ ଦେଇଛନ୍ତି ବୋଲି ସେ କହିଛନ୍ତି ।
Follow by Email
WhatsApp