ଜାଣନ୍ତୁ କେମିତି ମିଶିଛନ୍ତି ମହାସାଗର

ଏନଟିପି (ସ୍ୱତନ୍ତ୍ର )

ଆମେ କହୁଛୁ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ବିଷୟରେ। ଏହି ଦୁଇଟି ମହାସାଗରର ମିଳନ ସ୍ଥଳକୁ ଦେଖିବା ମାତ୍ରେ ଆପଣ ଜାଣି ଯିବେ କାହାର ପାଣି କେଉଁଠି ଅଛି। ଏପରି ଦୃଶ୍ୟ ଯିଏ ଦେଖିଛନ୍ତି ଭାବୁକ ହୋଇଯାଇଛନ୍ତି। କିଛି ଲୋକ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହିଥାନ୍ତି।

ଏହି ଦୁଇଟି ମହାସାଗର ଅଲାସ୍କାରେ ମିଶିଛନ୍ତି। ଏମାନଙ୍କ ମିଳନର ଦୃଶ୍ୟ ଅତ୍ୟନ୍ତ ମନୋରମ। କାରଣ ଦୁଇ ମହାସାଗରର ପାଣି ନ ମିଶି ସମ୍ପୂର୍ଣ୍ଣ ଅଲଗା ଦେଖାଯାଇଥାଏ। ଏହି ଅଞ୍ଚଳ ଦେଇ ଜାହାଜରେ ଯିବା ବେଳେ ଏହାକୁ ସ୍ପଷ୍ଟ ଦେଖି ହେବ। ସେହିପରି ଆକାଶମାର୍ଗରୁ ଏହାର ଦୃଶ୍ୟ ମନୋରମ।
ପ୍ରକୃତ କଥା ହେଲା ଦୁଇ ମହାସାଗରର ପାଣିର ରଙ୍ଗ ସମ୍ପୂର୍ଣ୍ଣ ଭିନ୍ନ। ବୈଜ୍ଞାନିକଙ୍କ ମତରେ ଏଠାରେ ଲୁଣା ଓ ମିଠା ପାଣିର ଘନତ୍ୱ ଅଲଗା ହୋଇଥିବା ବେଳେ ଏଥିରେ ଥିବା ଲୁଣ ଓ ତାପମାତ୍ରା ଭିନ୍ନ ହୋଇଥିବାରୁ ଏହା ସରସ୍ପର ସହ ସମ୍ପୂର୍ଣ୍ଣ ମିଶି ନଥାଏ।

ପ୍ରଶାନ୍ତ ମହାସାଗରର ପାଣି ଗ୍ଲେସିୟରରୁ ଆସିଥିବାରୁ ଏହା ହାଲକା ନୀଳ ହୋଇଥାଏ। ସେହିପରି ଭାରତ ମହାସାଗରର ପାଣି ବହୁତ ଲୁଣିଆ। ଏହି ପାଣିର ଘନତ୍ୱ ଅଲଗା ହୋଇଥିବାରୁ ପରସ୍ପର ସହ ମିଶି ପାରି ନଥାଏ। ଏହି କାରଣରୁ ଯେଉଁଠି ଦୁଇ ମହାସାଗରର ମିଳନ ହୋଇଛି, ସେଠାରେ ଏକ ସୀମାରେଖା ପରି ଦେଖିବାକୁ ମିଳିଥାଏ। ଏହାସହ ଭିନ୍ନ ଘନତ୍ୱ କାରଣରୁ ସୂର୍ଯ୍ୟକିରଣରେ ଲୁଣିଆ ଓ ମିଠା ପାଣିର ରଙ୍ଗ ଅଲଗା ଅଲଗା ସ୍ପଷ୍ଟ ଦିଶିଥାଏ।

ଏହାକୁ ନେଇ ବହୁତ ଲୋକ ଧର୍ମ ସହ ସମ୍ପର୍କ ଜୋଡିଥାନ୍ତି। ବୈଜ୍ଞାନିକଙ୍କ ମତକୁ ମାନିଲେ କେଉଁଠି ନା କେଉଁଠି ଏହା ପରସ୍ପର ସହ ସମ୍ପୂର୍ଣ୍ଣ ମିଶିଛନ୍ତି। କେବଳ ଉପରି ଭାଗରେ ଘନତ୍ୱ କାରଣରୁ ଅଲଗା ଅଲଗା ଦିଶିଥାଏ।

Follow by Email
WhatsApp