ସରକାରଙ୍କ ନୂଆ ଯୋଜନା, ଗ୍ରାଜୁଏସନ ପରେ ସିଧାସଳଖ କରିବେ ପିଏଚଡ଼ି

ଏବେ ପିଏଚଡି କରିବାକୁ ଚାହୁଁଛନ୍ତି, ତେବେ ଆଉ ଆଗାମୀ ଦିନରେ ଆପଣଙ୍କୁ ଆଉ ମାଷ୍ଟର କୋର୍ସ କରିବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ କେବଳ ୪ ବର୍ଷିୟା ଗ୍ରାଜୁଏସନ କୋର୍ସ କରିବାକୁ ହେବ। ଏହାପରେ ସିଧା ସଳଖ ଆପଣ ପିଏଚଡି ପାଇଁ ଆଡମିଶନ କରିପାରିବେ । ଜବାହରଲାଲ ୟୁନିଭରସିଟିର ପୂର୍ବତନ ଚାନ୍ସଲର ତଥା ଏବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅର୍ଥାତ ୟୁଜିସିର ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି କି, ଭାରତରେ ବଦଳିଥିବା ଶିକ୍ଷାନୀତି ମୁତାବକ ଛାତ୍ରଛାତ୍ରୀମାନଙ୍କୁ ମାଷ୍ଟର କୋର୍ସ କରିବାର ଆବଶ୍ୟକତା ନାହିଁ । ଯେଉଁ ଛାତ୍ରଛାତ୍ରୀମାନେ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି ସେମାନଙ୍କୁ କେବଳ ୪ ବର୍ଷିଆ ଗ୍ରାଜୁଏସନ କୋର୍ସ କରିବାକୁ ପଡିବ । ଏହାପରେ ସେମାନେ ସିଧାସଳଖ ପିଏଚଡି ପାଇଁ ଆଡମିଶନ କରିପାରିବେ ।

ଏନେଇ ଜଗଦୀଶ କହିଛନ୍ତି କି ପିଏଚଡି କରିବା ପାଇଁ ଆଉ ଛାତ୍ର ଛାତ୍ରୀମାନଙ୍କୁ ମାଷ୍ଟର କୋର୍ସ କରିବାକୁ ପଡିବ ନାହିଁ । ଏହାସହ ଯେପର୍ଯ୍ୟନ୍ତ ୪ ବର୍ଷିୟା ଗ୍ରାଜୁଏସନ କୋର୍ସ ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇ ନାହିଁ ସେପର୍ଯ୍ୟନ୍ତ ୩ ବର୍ଷିୟା ଗ୍ରାଜୁଏସନ କୋର୍ସ ଚାଲୁ ରହିବ ।

(ଏନ୍ ଟି ପି ବ୍ୟୁରୋ)

Follow by Email
WhatsApp