୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର (ଏନଟିପି):

💁‍♂💁‍♂💁‍♂ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହଳଶ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଏସଆରସି ବିଷ୍ଣୁପଦ ସେଠୀ । ଏହି ନିର୍ଦ୍ଦେଶାନାମା ଜାରି କରି ଆସନ୍ତା ୧୮ ତାରିଖରୁ ଛୁଟି ଘୋଷଣା କରାଯାଇଛି । ତେବେ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।

ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳୁଆ ସ୍କୁଲ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଥିଲା । ଏପ୍ରିଲ ୨ ପରଠାରୁ ମେ ୫ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ଯାଏଁ ସ୍କୁଲ ଖୋଲା ରହିବା ସହ ପିଲାମାନଙ୍କୁ ୧୦ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଛଡା ମେ’ ୬ ତାରିଖରୁ ସ୍କୁଲ ଗୁଡିକରେ ଖରାଦିନ ଛୁଟି ଘୋଷଣା କରାଯାଇଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇ ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଗୁଡିକରେ ଖରା ଛୁଟି ଘୋଷଣା କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

Follow by Email
WhatsApp