ସମଲପ୍ରକଳ୍ପରେ ପାଣିପଞ୍ଚାୟତ ପକ୍ଷ ପାଳିତ Posted on 17/01/201917/01/2019 by NTP Bureau Report ଅନୁଗୋଳ (ଏନ ଟି ପି) ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ ପ୍ରକଳ୍ପର ଡାକ ବଙ୍ଗଳା ରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି।ଏହି ଉତ୍ସବ ଟି ସମଲ ପ୍ରକଳ୍ପର ହେଡୱାର୍କସ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଶ୍ୱମୋହନ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଦିବସରେ ଦୁଇଟି ପାଣିପଞ୍ଚାୟତ ର ସଭାପତିଙ୍କ ସହ ଚାଷୀ ଉପସ୍ଥିତ ରହିଥିଲେ।ଚାଷୀ ମାନଙ୍କୁ କିଭଳି ସଠିକ ଭାବେ କେଉଁ ପ୍ରଣାଳୀରେ ଚାଷ କରାଯିବ ସେ ନେଇ ଆସିଥିବା କୃଷି ଅଧିକାରୀ କୃଷକ ମାନଙ୍କୁ କହିଥିଲେ।ନିର୍ବାହୀ ଯନ୍ତ୍ରୀ ଶ୍ରୀ ବରାଳ କହିଥିଲେ ଚାଷୀ ମାନେ ହେଉଛନ୍ତି ଆମର ଭଗବାନ ସଦୃଶ।ସେମାନେ ଦୁନିଆକୁ ଆହାର ଯୋଗାଉଛନ୍ତି।ଚାଷୀ ମାନେ ଉନ୍ନତ ପ୍ରଣାଳୀରେ ଚାଷ କରିବା ସହ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ।ପାଣିର କିଭଳି ସଦଉପଜିଗ ହୋଇପାରିବ ସେ ଉପରେ ମଧ୍ୟ କହିଥିଲେ ନିର୍ବାହୀ ଯନ୍ତ୍ରୀ।ଚାଷୀ ମାନେ ମଧ୍ୟ ନିର୍ବାହୀ ଯନ୍ତ୍ରୀ ବିଶ୍ୱମୋହନ ବରାଳ ଙ୍କ କାର୍ଯ୍ୟକୁ ଭୁୟଶୀ ପ୍ରସଂଶା କରିଥିଲେମଞ୍ଚକୁ ଅକ୍ଷୟ ସାମଲ ପରିଚାଳନା କରିଥିଲେ।ସମଲ ପ୍ରକଳ୍ପର ଯନ୍ତ୍ରୀ,କର୍ମଚାରୀଙ୍କ ସହ କୁ ଲେଇ,ଡଙ୍ଗର ବେଡା,ସମଲ ଆଦି ର ଚାଷୀ ମାନେ ଉପସ୍ଥିତ ରହିଥିଲେ। Share on FacebookTweetFollow usSave Post Views: 216
Odisha ହତ୍ୟାକାରୀକୁ କେବେ ଧରିବ ପୋଲିସ…. NTP Bureau Report 05/01/2019 0 ଏନଟିପି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ହତାନାଳି ଗ୍ରାମ ର ଦାଶରଥି ବେହେରା ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଡିସେମ୍ବର ୧୩ ତାରିଖରେ ହତ୍ୟା କରିଥିବା ଅଭିଯୋଗ କରିଥିଲେ।ମୃତକଙ୍କ ପରିବାର ଲୋକେ। […]
Odisha ପରିବହନ କମିଶନରଙ୍କୁ ଭେଟିଲା ଘରୋଇ ବସ୍ ମାଲିକ ସଂଘ NTP Bureau Report 01/08/2019 0 ପୁରୀରେ ବସ୍ ଭିତରେ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ବସ୍ର ପରମିଟ୍ ବାତିଲ କରାଯାଇଥିବା ବେଳେ ଏହାର ପ୍ରତିବାଦରେ ପରିବହନ କମିଶନରଙ୍କୁ ଭେଟିଛି ଘରୋଇ ବସ୍ ମାଲିକ ସଂଘ । ଦୁଷ୍କର୍ମ ଘଟଣାରେ ଜଡିତ ହେଲ୍ପର […]
Odisha କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ NTP Bureau Report 11/04/2020 0 କନ୍ଧମାଳ(ଏନଟିପି): ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ସିମା ସିଲ୍ କରିବା […]