5T ସଚିବ ପାଣ୍ଡିଏନ୍ ଙ୍କ ଅଚାନକ ନୂଆପଡା ଗସ୍ତ

ନୂଆପଡା(ଏନଟିପି):

ଓଡ଼ିଶା 5T ମୁଖ୍ୟ ସଚିବ ଭି.କେ. ପାଣ୍ଡିଏନ୍ ଅଚାନକ ଦିନିକିଆ ଗସ୍ତରେ ଆସି ନୂଆପଡା ରେ ପହଞ୍ଚି ଛନ୍ତି । ଆଜି ଦିନ ଏଗାର ସମୟରେ ଭି.କେ ପାଣ୍ଡିଏନ୍ ନୂଆପଡା ଜିଲ୍ଲାପାଳ ଙ୍କ ସମେତ ସରକାରୀ କର୍ମଚାରୀ ମାନଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ପ୍ରଥମେ ସେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ କୁ ଯାଇ ଗର୍ଭବତୀ ମାଁ ମାନଙ୍କ ସହ କଥା ବାର୍ତ୍ତା କରି ସ୍ୱାସ୍ଥ୍ୟ ସେବା କିଭଳି ମିଳୁଛି ସେ ଉପରେ ଆଲୋଚନା କରି ସ୍ଥିତି ପରଖିଥିଲେ । ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲାର ସାତ ମହଲା ବିଶିଷ୍ଟ ନୂତନ ଡାକ୍ତରଖାନା ବିଲ୍ଡିଂ ବୁଲି ଦେଖି କିଭଳି ଭାବରେ ତାହାର ବ୍ୟବହାର ଶୀଘ୍ର ହେବ ଏବଂ ଉନ୍ନତ ମାନର ଯନ୍ତ୍ରପାତି ସହ ଡାକ୍ତର ସମସ୍ୟା ର ଦୂରୀକରଣ ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ । ନୂଆପଡା ରେ ରକ୍ତ ସମସ୍ୟା ହେତୁ ରୋଗୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଜାଣି ରକ୍ତ ସଂଗ୍ରହ ଗୃହ ଯାଇ କିଭଳି ଭାବରେ ଅଧିକ ରୁ ଅଧିକ ରକ୍ତ ସଂଗ୍ରହ କରି ରଖି ରୋଗୀ ଙ୍କୁ ରକ୍ତ ଯୋଗାଇଦିଆଯାଇ ପାରିବ ସେ ଉପରେ ନୂଆପଡା SP ଙ୍କୁ ଦଶ ଲକ୍ଷ ଟଙ୍କା ର ଫଣ୍ଡ ଦେବା ପାଇଁ ପ୍ରତିଶ୍ରୁତି ଦେଇ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଠାରୁ ରକ୍ତ ସଂଗ୍ରହ ପାଇଁ କହିଥିଲେ । ପରେ ଜିଲ୍ଲାରେ ମୋ ସରକାର କାର୍ଯ୍ୟକ୍ରମ ରେ କିଭଳି ଲୋକେ ସରକାର ଙ୍କ ସମସ୍ତ ଯୋଜନା ର ଲାଭ ପାଇ ପାରିବେ ଓ ସରକାର ଏବଂ ସର୍ଵ ସାଧାରଣ ନିକଟତର ହୋଇ ପାରିବେ ସେ ଉପରେ ସରକାରୀ କର୍ମଚାରୀ ମାନଙ୍କୁ ବୁଝାଇଥିଲେ । ପାଣ୍ଡିଏନ୍ନ ଙ୍କ ଗସ୍ତକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ବିଭାଗ ତରଫରୁ ସୁରକ୍ଷା କୁ କଡାକୁଡି କରାଯାଇଥିଲା

Follow by Email
WhatsApp