ପୋଲିସ ହାତରେ ପଡିଲେ ଲୁଟେରା

ଅନୁଗୋଳ(ଏନଟିପି)

ଅନୁଗୁଳ ପୋଲିସ ହାତରେ ଧରପଡିଲେ ହାଇୱେ ଲୁଟେରା।ଅନୁଗୋଳ ଆଖପାଖ ଅଞ୍ଚଳରେ ବିଳମ୍ବିତ ରାତିରେ ଭାରି ଯାନ ଗୁଡିକରୁ ଡକାୟତି କରୁଥିବା ଏକ ଦଳ ଅନୁଗୁଳ ପୋଲିସ ହାତରେ ଧରା ପଡିଲେ।ଗତ କାଲି ବିଳମ୍ବିତ ରାତିରେ ଅନୁଗୁଳ ପୋଲିସ ର ଏକ ଦଳ ପି ସି ଆର ଭ୍ୟାନ ରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶିକ୍ଷକପଡା ସାଇ ମନ୍ଦିର ପଛ ପଟ ପଡ଼ିଆରେ ଯାଇ ପହଁଚି ଥିଲେ ଯେଉଁଠି ସାତ ଆଠ ଜଣ ମହମବତୀ ଆଲୋକରେ ମାରଣାସ୍ତ୍ର ଧରି ବିଳମ୍ବିତ ରାତିରେ ଭାରୀଯାନ ରୁ ଡକାୟତି ଯୋଜନା କରୁଥିଲେ।ପୋଲିସ କୁ ଦେଖି ସେମାନେ ପଳେଇବାକୁ ଉଦ୍ୟମ କରିଥିଲେ ଓ ପାଞ୍ଚ ଜଣ ଧରା ପଡ଼ିଥିଲେ । ଗିରଫ ମାନଙ୍କ ଠାରୁ ବିଳମ୍ବିତ ରାତିରେ ହେଉଥିବା ଅପରାଧ ସମ୍ପର୍କରେ ଅନେକ ସୂଚନା ମିଳିଛି।ସେମାନଙ୍କୁ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅପରାଧୀ ହେଲେ ଅନୁଗୁଳ ରାଧାରମନ ପଡା ର ତୋଫାନ ଦେହୁରୀ, ସିମିଳିପଡା ର ସନ୍ଦିପ କୁମାର ଥମ୍ବ, କୁମୁଣ୍ଡ ର ଅଭିମନ୍ୟୁ ନାୟକ, ସାନ୍ତ୍ରାବନ୍ଧ ଛେଣ୍ଡିପଦା ର ତପନ କୁମାର ପ୍ରଧାନ ଓ ଶିକ୍ଷକ ପଡା ର ଦିଗ ବିଜୟ ନାୟକ।

Follow by Email
WhatsApp