ମେଧାବୀଙ୍କ ପାଇଁ ଅଚ୍ୟୁତ ସାଜିଛନ୍ତି ଦେବଦୂତ Posted on 17/03/202017/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି) ଅର୍ଥ ଅଭାବ ମେଧାବୀ ଛାତ୍ରଛାତ୍ରୀ ଙ୍କ ପାଠ ପଢ଼ାରେ ପ୍ରତିବନ୍ଧକ ସାଜିଥାଏ।କିଟ,କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମେଧାବିଙ୍କ ପାଇଁ ସାଜିଛନ୍ତି ଦେବଦୂତ। ଅର୍ଥ ଅଭାବ ଯୋଗୁଁ ପ୍ରଥମ ବର୍ଷ ଡାକ୍ତରୀ ପାଠ ପଢି ସାରିବା ପରେ ପାଠରେ ଡୋରୀ ବନ୍ଧା ହୋଇଥାନ୍ତା । କିସ୍ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଠାରୁ ସହାୟତା ପାଇବା ପରେ ଡାକ୍ତରୀ ଛାତ୍ରଙ୍କ ମନରେ ଆଶା ସଞ୍ଚାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ହଳଦୀପଦା ଗାଁର ଗରିବ ଓ ମେଧାବୀ ଛାତ୍ର ଜ୍ୟୋତି ରଞ୍ଜନ ଦାସ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୮-୧୯ ଶିକ୍ଷାବର୍ଷରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ । ପ୍ରଥମ ବର୍ଷ ଶିକ୍ଷା ସମାପ୍ତ ହେବା ପରେ ଅର୍ଥାଭାବରୁ ସେ ଆଗକୁ ଆଉ ବଢି ପାରି ନଥିଲେ । ପିତା ପ୍ରଶାନ୍ତ ଦାସ ଦରଜୀ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି । ପୁଅର ଡାକ୍ତରୀ ପଢା ପାଇଁ ସେ ଅର୍ଥ ଯୋଗାଇ ନପାରିବାରୁ ବାଧ୍ୟ ହୋଇ ଜ୍ୟୋତିରଞ୍ଜନ ଏମବିବିଏସ ପାଠ ପଢାରୁ ବଞ୍ଚିତ ହୋଇଥିଲେ । ଅଚ୍ୟୁତ ସାମନ୍ତ ନିଜ ଜୀବନରେ ବହୁ ସଂଘର୍ଷ କରି ସଫଳତାର ଚରମ ଶିଖରରେ ପହଁଚିଛନ୍ତି ।ଯିଏ ଜୀବନରେ ସଂଘର୍ଷ କରିଥାଏ ସେହିଁ ଜାଣିଥାଏ ଦୁନିଆର ବାସ୍ତବତା। ଇତିମଧ୍ୟରେ ସେ କିସ୍ ଫାଉଣ୍ଡେସନ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ପାଇଁ ସହୟତା କରୁଥିବା ଜାଣିବା ପରେ ସେ ଏହାର ପ୍ରତିଷ୍ଠାତା ଡ.ସାମନ୍ତଙ୍କ ନିକଟରେ ପହଞ୍ଚିଥିଲେ । ଡ.ସାମନ୍ତ ଜ୍ୟୋତିରଞ୍ଜନଙ୍କ ଠାରୁ ତାଙ୍କର ଆର୍ଥିକ ଦୁରବସ୍ଥା ଏବଂ ସେ ଜଣେ ମେଧାବୀ ଛାତ୍ର ଜାଣିବା ପରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ତାଙ୍କର ଡାକ୍ତରୀ ଶିକ୍ଷା ସମାପ୍ତ ପର୍ଯ୍ୟନ୍ତ ପ୍ରତିମାସ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଡ.ସାମନ୍ତ ଜ୍ୟୋତିରଞ୍ଜନ ଓ ତାଙ୍କ ପିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । Share on FacebookTweetFollow usSave Post Views: 373
Odisha ରାଜଧାନୀରେ ମାତିଛନ୍ତି ଲୁଟେରା, ନୀରବଦ୍ରଷ୍ଟା ସାଜିଛି କମିଶନରେଟ ପୋଲିସ NTP Bureau Report 10/07/2019 0 ଭୁବନେଶ୍ୱର (ଏନଟିପି) : ଲୁଟେରାଙ୍କ କବଜାରେ ରାଜ୍ୟର ରାଜଢ଼ଆଣି।ଦିନ ଦ୍ବୀପହରରେ ପୋଲିସ ଆଖିରେ ଧୂଳିଦେଇ ଚାଲିଛି ଲୁଟ।ନିରବଦ୍ରଷ୍ଟା ସାଜିଛି କମିଶନରେଟ ପୋଲିସ।ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ସ୍ଥିତ ପାସ୍ ପୋର୍ଟ […]
Odisha ଫୁଲୱାମାରେ ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଧେଶ୍ୟରେ କ୍ୟାଣ୍ଡେଲ ଯାତ୍ରା NTP Bureau Report 15/02/2019 0 ଢେ଼ଙ୍କାନାଳ(ଏନଟିପି): ଫୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୨ ଜଣ ଯବାନଙ୍କ ମୃତ୍ୟୁ ପରେ ରାଜ୍ୟ ତଥା ଦେଶ ସାରା ପାଳୁଛି ଶୋକ।ସହିଦ ଯବାନ ମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ କ୍ୟାଣ୍ଡେଲ ଯାତ୍ରା।ଢେଙ୍କାନାଳ ଜିଲ୍ଲା ର ଆମେଚର ତାଇକୋଣ୍ଡୋ […]
Business Odisha After Govt.Interference The NTPC,TTPS Plant Went On NTP Bureau Report 26/03/2021 0 Bhubaneswar(News Time Pro) The NTPC TTPS in Talcher, Anugul district, was closed on the 23rd and resumed today. One of the four units in the […]