ବିଜୟ ସଂକଳ୍ପ ସମାବେଶରେ ବିଜେଡି ଓ କଂଗ୍ରେସ କୁ ଟାର୍ଗେଟ କଲେ ଯୋଗୀ

ଭୁବନେଶ୍ୱର (ଏନ ଟି ପି):

ଓଡିଶାକୁ ଦିନିକିଆ ଗସ୍ତରେ ଆସିଥିଲେ ଉତ୍ତରପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।ଓଡିଶା ଆସି ଉଭୟ କଂଗ୍ରେସ ଓ ବିଜେଡି କୁ ଟାର୍ଗେଟ କରିଛନ୍ତି ଯୋଗୀ।ଓଡିଶାରେ ବିଜେଡି ସରକାର ଅନେକ ଦୁର୍ନିତିରେ ଲିପ୍ତ ରହିଛି । ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାଁନ୍ତି । ସେହିପରି କଂଗ୍ରେସ ଦେଶକୁ ରସାତଳକୁ ଠେଲି ଦେଇଛି । କଂଗ୍ରେସ ସମୟରେ ଦେଶ ପ୍ରତି ବିପଦ ମାଡି ଆସିଥିଲା ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋମବାର ସମ୍ବଲପୁର ,ଅନୁଗୋଳ ଓ ଫୁଲବାଣୀ ରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ ଯୋଗୀ ଆଦିତ୍ୟନାଥ। ଅନୁଗୁଳର ବିଜୁ ମଇଦାନ ଠାରେ ଆୟୋଜିତ ବିଜେପିର ନିର୍ବାଚନୀ ପ୍ରଚାର ତଥା ବିଜୟ ସଂକଳ୍ପ ସମାବେଶରେ ଉରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଥିଲେ । ଓଡିଶାର ବିକାଶ ସହିତ ଏକ ନୂଆ ଓଡିଶା ଗଠନ ପାଇଁ ଏଠାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ । ଯୋଗୀ ଉପସ୍ଥିତ ବିଜେପି କର୍ମୀ ମାନଙ୍କୁ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, କଂଗ୍ରେସ,ବିଜେଡି ଏବଂ ଟିଏମସି ପାଇଁ ଯାହା ସବୁ ଅସମ୍ଭବ ଥିଲା ମୋଦୀ ତାହା କରି ଦେଖାଇଛନ୍ତି । ୫ ବର୍ଷ ପୂର୍ବରୁ ଦେଶର କୋଟି କୋଟି ଲୋକଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ଦିଆଯାଇଛି । କୋଟି କୋଟି ଲୋକଙ୍କ ଘରେ ଶୈାଚାଳୟ ନଥିଲା । ସାଢ଼େ ୯କୋଟି ପରିବାରକୁ ଶୈାଚାଳୟ ଦିଆଯାଇଛି । ୭ କୋଟି ଗରିବ ମହିଳାଙ୍କ ଘରେ ଏଲପିଜି ଗ୍ୟାସ ଏବଂ ୪ କୋଟି ପରିବାରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ପ୍ରଧାନମନ୍ତ୍ରୀ କିଷାନ  ସମ୍ମାନ ନିଧି ଯୋଜନାରେ ସାଢ଼େ ୧୨ କୋଟି କୃଷକ ପରିବାରକୁ ବର୍ଷକୁ ୬ ହଜାର ଟଙ୍କା ସହାୟତା ଦିଆଯିବାର ବ୍ୟବସ୍ଥା ହୋଇଛି । ବିଜେପି ସରକାର ୩୭ କୋଟି ଗରିବଙ୍କର ଜନଧନ ଆକାଉ ଖୋଲିଛି । ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କରାଯାଇଛି । ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ୱାସ୍ଥ୍ୟ ସେବା ସୁବିଧା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଏସବୁ ଯୋଜନା ମୋଦୀ କରିଛନ୍ତି,ଯାହା କେବେ କଂଗ୍ରେସ କି ବିଜେଡି କରିପାରି ନଥିଲା । ମୋଦୀଙ୍କ ପାଇଁ ଓଡିଶାରେ ସ୍ମାର୍ଟ ସିଟି ହୋଇ ପାରିଛି ବୋଲି ସେ କହିଥିଲେ । ଗରିବ ଏବଂ ଯୁବ ଗୋଷ୍ଠୀଙ୍କ ବିକାଶ ପାଇଁ ବିଜେଡି ଓ କଂଗ୍ରେସ ପାଖରେ କୌଣସି ଏଜେଣ୍ଡା ନାହିଁ । ବିଜେଡି ସରକାର ଚିଟଫଣ୍ଡ  ଠାରୁ ଆରମ୍ଭ କରି ଶୈାଚାଳୟ ଏବଂ ଅନେକ ଦୁର୍ନିତିରେ ସମ୍ପୃକ୍ତ ରହିଛି । ଓଡିଶାରେ ଭରପୂର ସମ୍ପି ରହିଛି କିନ୍ତୁ ରାଜ୍ୟ ସମୃଦ୍ଧ ହୋଇ ପାରୁନାହିଁ । ଓଡିଶାର ସମ୍ପତ୍ତିକୁ ଓଡିଶାର ବିକାଶ ଏବଂ ଦେଶର ବିକାଶରେ ବିନିଯୋଗ କରାଯିବା ଉଚିତ୍ । ଏହା କେବଳ ବିଜେପି କରିପାରିବ । ଓଡିଶାରେ ବିଜେପି ସରକାର ଆସିଲେ ଦିଲ୍ଲୀ ଏବଂ ଓଡିଶାରେ ଏକା ସାଙ୍ଗରେ ଗୋଟିଏ ସରକାର ରହିବେ । ଡବଲ ଇଞ୍ଜିନର ଏହି ସରକାର ଓଡିଶାର ବିକାଶକୁ ଏକ ନୂଆ ସ୍ତରକୁ ନେଇଯିବ ଏବଂ ଏକ ନୂଆ ଓଡିଶାର ବିକାଶ ଲାଗି ଆମେ ସମସ୍ତେ ମିଳିମିଶି କାମ କରିବା ବୋଲି ଯୋଗୀ କହିଥିଲେ । ସେହିପରି କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ,କଂଗ୍ରେସ ସରକାର ସମୟରେ ଚୀନ ଭାରତୀୟ ସୀମାରେ ପଶୁଥିଲା । ପାକିସ୍ତାନ ଆମ ସୈନିକଙ୍କ ମୁଣ୍ଡ କାଟୁଥିଲେ । କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଚୀନ ଭାରତରେ ପ୍ରବେଶ କରିବାକୁ ସାହସ କରୁନାହିଁ । ପାକିସ୍ତାନ ଭାରତରେ ଆକ୍ରମଣ କଲେ ସେହି ଦେଶରେ ପଶି ଭାରତୀୟ ସେନା ଆକ୍ରମଣ କରିଛି । ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ବିଜେପି ସରକାର କରିପାରିଛି ବୋଲି ବିଜେପିର ବିଜୟ ସଂକଳ୍ପ ସମାରୋହରେ ଉପସ୍ଥିତ ବିଜେପି କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ  । ଶେଷରେ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି,ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତିଶ ଗଙ୍ଗଦେବ,ଅନୁଗୁଳ ବିଧାନସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ,ତାଳଚେର ବିଧାନସଭା ପ୍ରାର୍ଥୀ କାଳନ୍ଦି ସାମଲ,ଛେଣ୍ଡିପଦା  ବିଧାନସଭା ପ୍ରାର୍ଥୀ ଅଗସ୍ତୀ ବେହେରା,ଆଠମଲ୍ଲିକ ବିଧାନସଭା ପ୍ରାର୍ଥୀ ଭାଗିରଥି ପ୍ରଧାନ ଏବଂ ପାଲଲହଡା ବିଧାନସଭା ପ୍ରାର୍ଥୀ ଅଶୋକ ମହାନ୍ତି ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିଜେପି ଉପସଭାପତି ତଥା ଅନୁଗୁଳ ବିଧାନସଭା ପ୍ରଭାରୀ ଯଯାତି ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶ ରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ଲୋକସଭା ପ୍ରାର୍ଥୀ ରୁଦ୍ର ନରାୟଣ ପାଣି, ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ, ଅଗସ୍ତୀ ବେହେରା, କାଳନ୍ଦି ସାମଲ, ସୋମନାଥ ରାଉତ, ବିଜେପି ଓବିସି ସେଲ ସଭାପତି ଦିଲ୍ଲିପ ପ୍ରଧାନ ଙ୍କ ସହ ପ୍ରାୟ ୧୦ ହଜାର ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ।
Follow by Email
WhatsApp