ପୁରୀରୁ ଲଢ଼ିବେ ମୋଦି ,କନ୍ଧମାଳରୁ ଧର୍ମେନ୍ଦ୍ର

ନୂଆଦିଲ୍ଲୀ (NEWS TIME PRO):

ଓଡ଼ିଶାର ୨୧ଟି ଲୋକ ସଭା ଆସନ ପାଇଁ ବିଜେପି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ନେଇ ଘୋଷଣା କରାଯାଇ ନ ଥିଲେ ହେଁ ଏକ ବିଶ୍ଵସ୍ତ ସୂତ୍ରରୁ ଏହି ତାଲିକା ହସ୍ତଗତ ହୋଇଛି। ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବା ନେଇ ଦର୍ଶାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆସିକା ଲୋକସଭା ଆସନ ପାଇଁ ମହେଶ ଚନ୍ଦ୍ର ମହାନ୍ତିଙ୍କ ନାମ ଚୂଡ଼ାନ୍ତ ହୋଇଥିବାବେଳେ କଳାହାଣ୍ଡି ଆସନରୁ ପ୍ରଦୀପ୍ତ କୁମାର ନାୟକ, ବାଲେଶ୍ଵରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ରୁ ସୁବାସ ଚୌହ୍ବାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ବ୍ରହ୍ମପୁରରୁ ସମ୍ବିତ ପାତ୍ର, କେନ୍ଦୁଝରରୁ ଅନନ୍ତ ନାୟକ, ଭଦ୍ରକରୁ ଶରତ ଦାସ, କୋରାପୁଟରୁ ଗିରିଧର ଗମାଙ୍ଗ, ଭୁବନେଶ୍ଵରରୁ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଚୟନ କରାଯାଇଛି। ସେହିପରି ମୟୂରଭଞ୍ଜରୁ ରଘୁନାଥ ମୁର୍ମୁ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁରରୁ ପର୍ଶୁରାମ ମାଝି, କଟକରୁ ଗୋଲକ ମହାପାତ୍ର, ପୁରୀରୁ ନରେନ୍ଦ୍ର ମୋଦୀ, ଢେଙ୍ଗାନାଳରୁ ରୁଦ୍ର ନାରାୟଣ ପାଣି, ସମ୍ବଲପୁରରୁ ସୁରେଶ ପୂଜାରୀ, ଜଗତସିଂହପୁରରୁ ଲେଖାଶ୍ରୀ ସାମନ୍ତସିଂହାର ଏବଂ ସୁନ୍ଦରଗଡ଼ରୁ ଜୁଏଲ ଓରାମ ଏବଂ ଯାଜପୁରରୁ ଅମିୟକାନ୍ତ ମଲ୍ଲିକ ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି।

Follow by Email
WhatsApp