17 ରେ ନରସିଂହପୁର ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା! Posted on 13/04/201913/04/2019 by NTP Bureau Report ନରସିଂହପୁର(ଏନଟିପି) ଆସନ୍ତା 17 ତାରିଖରେ ନରସିଂହପୁର ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା! ଯଦିଓ ବିଜେପି ପକ୍ଷରୁ ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ ମାତ୍ର ଅମିତ୍ ଶାହ ନିର୍ବାଚନ ପ୍ରଚାର ରେ ନରସିଂହପୁର ଆସିବା ନିଶ୍ଚିତ ହୋଇଯାଇଛି, ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 18 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଠଗଡ଼ ଆସିବାର କାର୍ଯ୍ୟକ୍ରମ ଥିଲା, ଏବଂ 17 ତାରିଖରେ ବଡମ୍ବା ନିର୍ବାଚନ ମଣ୍ଡଳୀ ର ବଡମ୍ବା ଟେନିସ ପଡ଼ିଆ କିମ୍ବା ନରସିଂହପୁର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଙ୍କ ର କାର୍ଯ୍ୟକ୍ରମ ରହିଥିଲା ମାତ୍ର କେଉଁଠି ହେବ ତାହା ସ୍ଥିର ହୋଇନଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଆଠଗଡ଼ କାର୍ଯ୍ୟକ୍ରମ ବାତିଲ ହେବା ପରେ ନରସିଂହପୁର ରେ ଅମିତ୍ ଶାହ ଙ୍କର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି, ମିଳିଥିବା ସୂଚନା ଅନୁସାରେ 17 ତାରିଖ ଦିନ ପ୍ରାୟ ଦୁଇଟା ରେ ଅମିତ୍ ଶାହ ହେଲିକ୍ୟାପ୍ଟର ରେ ଆସି ନରସିଂହପୁର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି, ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସୁଛନ୍ତି, ସେହିପରି ସଭାରେ କଟକ ଲୋକସଭା ପାର୍ଥି ପ୍ରକାଶ ମିଶ୍ର ଙ୍କ ସମେତ ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀ ସମେତ ଆଠଗଡ଼ ,ବାଙ୍କୀ,ଓ ଖଣ୍ଡପଡା ବିଧାୟକ ପାର୍ଥି ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି, ଏପରି କି 40 ହଜାର ଲୋକଙ୍କ ସମାଙ୍ଗମ ହେବା ନେଇ ଆକଳନ କରାଯାଇଛି, ଚଳିତ ନିର୍ବାଚନ ବୈତରଣୀ ପାରି ହେବା ନେଇ ବିଜେପି ତାର ସମସ୍ତ ରଣ କୌଶଳ ଆରମ୍ବ କରିଦେଇଛି । Share on FacebookTweetFollow usSave Post Views: 204
Odisha ରାଜ୍ୟରେ ଅନଲାଇନରେ ମିଳିବ ମଦ, ଲାଗିଲା ୫୦% କୋଭିଡ୍ ଟ୍ୟାକ୍ସ* NTP Bureau Report 23/05/2020 0 ଭୁବନେଶ୍ୱର(ଏନଟିପି): *କାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ, ଲାଗିଲା ୫୦% କୋଭିଡ୍ ଟ୍ୟାକ୍ସ* *ଆସନ୍ତାକାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ। ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଦେଲେ ଅନୁମତି। […]
Odisha କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ NTP Bureau Report 11/04/2020 0 କନ୍ଧମାଳ(ଏନଟିପି): ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ସିମା ସିଲ୍ କରିବା […]
Odisha ଅନୁଗୋଳ ପୋଲିସ କହିଲା “ଶଳା ମିଡିଆ ଵାଲା” NTP Bureau Report 03/03/2020 0 ଅନୁଗୋଳ(ଏନଟିପି): ପୋଲିସର ଗାଡି ମୋଟର ଚେକିଂ ଆଳରେ ମିଡିଆ କୁ ଅପମାନ ସୂଚକ ଶବ୍ଦ ପ୍ରୟୋଗ କରିଥିବା ଦେଖିବାକୁ ମିଳିଛି।ଅନୁଗୋଳ ରାଜ ହୋଟେଲ ଛକ ନିକଟରେ ଗାଡିମୋଟର ଚେକିଂ ବେଳେ ଜଣେ ପୋଲିସ ଅଧିକାରୀ […]