ସହିଦଙ୍କ ପରିବାରକୁ ଭେଟିଲେ ଢେ଼ଙ୍କାନାଳ ଏମ ପି ମହେଶ Posted on 23/06/201923/06/2019 by NTP Bureau Report ଢେଙ୍କାନାଳ : (ଏନଟିପି) ଅନନ୍ତନାଗର ଫୁଲବାମା ଠାରେ ହୋଇଥିବା IED ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦ ଅଜିତ ସାହୁଙ୍କ ପରିବାରକୁ ଶନିବାର ଅପରାହ୍ନରେ ଭେଟିଛନ୍ତି ଢେଙ୍କାନାଳ ଏମ୍ପି ମହେଶ ସାହୁ। ଏପରି କଷ୍ଟକର ସମୟରେ ସମସ୍ତେ ପରିବାର ସହ ଅଛନ୍ତି ବୋଲି ସେ ଶୋକସନ୍ତପ୍ତ ମା’ ବାପା ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ଆଶ୍ୱାସନା ଦେଇଛନ୍ତି। ଶହୀଦ୍ ଅଜିତ୍ଙ୍କ ସ୍ମୃତିରକ୍ଷା ପାଇଁ ଗ୍ରାମ ଖେଳପଡ଼ିଆକୁ ତାଙ୍କ ନାମରେ ନାମିତ କରାଯିବ ବୋଲି କହିଥିଲେ ସାଂସଦ। ପଡ଼ିଆର ଉନ୍ନତୀକରଣ ସହ ସେଠାରେ ଅଜିତଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ଏମ୍ପିଙ୍କ ହାତପାଣ୍ଠିରୁ କରାଯିବ ବୋଲି ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି।ଶହୀଦଙ୍କ କଫିନ୍ରେ ବିଜେଡି ପତାକା ଘୋଡ଼ାଯିବା ଘଟଣାକୁ ଏମ୍ପି ତୀବ୍ର ନିନ୍ଦା କରିଛନ୍ତି। ମରଶରୀରରେ ଜାତୀୟ ପତାକା ଉପରେ ଦଳୀୟ ପତାକା ପଡ଼ିବା ନିନ୍ଦନୀୟ। କୌଣସି ବ୍ୟକ୍ତି ଭାବପ୍ରବଣ ହୋଇ ଏପରି କାର୍ଯ୍ୟ କରିଥାଇପାରନ୍ତି ବୋଲି ସେ କହିଛନ୍ତି। ସେହିପରି ଦେଶରେ ବଢୁଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସେ ଭାଜପା ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରରେ ଏନ୍ଡିଏ ଶାସନ କାଳରେ ଅଜିତଙ୍କ ଭଳି ୪୭୦ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆହୁରି ଦୃଢ଼ ହେଉ। ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।ଏମ୍ପିଙ୍କ ଏହି ଗସ୍ତ ସମୟରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ରାଷ୍ଟ୍ରୀୟ ସମ୍ପର୍କ ଅଧିକାରୀ ମାତୃପ୍ରସାଦ ମିଶ୍ର, ଜିଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା, ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ସରପଞ୍ଚ ପଠାଣି ସାମନ୍ତ ଖୁଣ୍ଟିଆ ଙ୍କ ସହ ବହୁ ବ୍ୟକ୍ତି ଉପସ୍ଥିତ ରହି ଶୋକସନ୍ତପ୍ତ ପରବାରକୁ ସାନ୍ତ୍ୱନା ଦେଇଥିଲେ। Share on FacebookTweetFollow usSave Post Views: 270
Odisha ଅଭିନନ୍ଦନଙ୍କୁ ଝୁରୁଛି ପାକିସ୍ତାନ ଟି-ଷ୍ଟଲରେ ଝୁଲୁଛି ପୋଷ୍ଟର NTP Bureau Report 12/03/2019 0 ପୁଣି ଚର୍ଚ୍ଚାରେ ଭାରତୀୟ ବାୟୁସେନାର କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ।କିନ୍ତୁ ଏଥର ଭାରତରେ ନୁହେଁ ତାଙ୍କର ଚର୍ଚ୍ଚା ଚାଲିଛି ପାକିସ୍ତାନରେ।ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନରେ ମଧ୍ୟ ନିଜର ଛାପଛାଡି ଆସିଛନ୍ତି।କାରଣ ପାକିସ୍ତାନରେ ଏକ ଚା ଦୋକାନ ‘ଖାନ […]
Odisha ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ NTP Bureau Report 29/07/2022 0 ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍ସର ସେଣ୍ଟର ଉଦ୍ଘାଟିତ ଭୁବନେଶ୍ୱର, ୨୯ ।୭: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍ସ ସୁପର ସ୍ପେଶିଆଲିଟି ଓ କିମ୍ସ କ୍ୟାନ୍ସର ସେଣ୍ଟରକୁ […]
Odisha Political Tadka ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ଆଲୋଚନା ; ଲାଭ ପାଇବ ଓଡିଶା NTP Bureau Report 13/08/2024 0 ନୂଆଦିଲ୍ଲୀ (ଏନ ଟି ପି ବ୍ୟୁରୋ ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀଙ୍କ ସହ ଜାତୀୟ ରାଜପଥ […]