ବ୍ରିଜ ତଳକୁ ଖସିଲା ଟ୍ରକ

କଟକ (ଏନଟିପି ବ୍ୟୁରୋ)

କଟକ ୧୬ନମ୍ବର ଜାତୀୟ ରାଜପଥ ର ମଙ୍ଗୁଳି ନିକଟରେ ଦୁର୍ଘଟଣା।ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର।ଘଟଣାରୁ ପ୍ରକାଶଯେ ଏକ ଆଇରନ ବୋଝେଇ ଟ୍ରକ ଅନୁଗୁଳରୁ କଟକ ଅଭିମୁଖେ ଯାଉଥିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା । ଯାହାଫଳରେ ଉକ୍ତ ଟ୍ରକର ଡ୍ରାଇଭର ଗୁରୁତର ହୋଇଥିଲେ। ଟାଙ୍ଗି ପୋଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଟ୍ରକର ଡ୍ରାଇଭରଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତର ଖାନାକୁ ନେଇଥିଲେ।ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତର ଖାନାକୁ ପଠାଯାଇଛି। ଟ୍ରକଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡି ଅଟକି ରହିଛି।ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।
Follow by Email
WhatsApp