କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ Posted on 11/04/202011/04/2020 by NTP Bureau Report କନ୍ଧମାଳ(ଏନଟିପି): ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ସିମା ସିଲ୍ କରିବା ସହ ଦିନରାତି ପାଟ୍ରୋଲିଂ କରୁଛି। ଦାରିଙ୍ଗବାଡ଼ି ଚାରିଛକ ସମେତ ଡବେରୀ, ସିମନବାଡ଼ି, ବାଡାବାଙ୍ଗା ଆଦି ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାପହରା ଦିଆଯାଉଛି। ପୋଲିସକୁ ସହଯୋଗ କରିବା ପାଇଁ ଉକ୍ତ ଅଞ୍ଚଳର କିଛି ଯୁବଗୋଷ୍ଠୀ ସ୍ବେଚ୍ଛାକୃତ ଭାବେ ନିୟୋଜିତ ହୋଇଛନ୍ତି। ସେମାନେ ବିଭିନ୍ନ ନାକାବନ୍ଦି ସ୍ଥାନ ସମେତ ଗାଁ ଗାଁରେ ଲୋକଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ କୌଣସି ବାହାର ଜିଲା କିମ୍ବା ରାଜ୍ୟର ଲୋକ ପ୍ରବେଶ କଲେ ସେ ସମ୍ପର୍କରେ ପ୍ରଶାସନ ନିକଟରେ ସୁଚନା ପ୍ରଦାନ କରିବା ସହ ପୋଲିସକୁ ସହାୟତା ପ୍ରଦାନ କରିବେ । ଇତିମଧ୍ୟରେ ୨୦ ଜଣଙ୍କୁ ସ୍ବେଚ୍ଛାସେବୀ ଭାବେ ନିୟୋଜିତ କରାଯାଇଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି । କିଭଳି ଏହି ସ୍ବେଚ୍ଛାସେବୀ ଯୁବକ ମାନେ ପୋଲିସକୁ ସହାୟତା କରିବେ ସେନେଇ ଆଇଆଇସି ମାଝୀ ତାଲିମ ପ୍ରଦାନ କରିଥିବା କହିଛନ୍ତି । କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏନ ଟି ପି Share on FacebookTweetFollow usSave Post Views: 251
Odisha abc ର ପଞ୍ଚମ ବାର୍ଷିକ ଉତ୍ସବ NTP Bureau Report 15/08/2019 0 ଅନୁଗୋଳ(ଏନଟିପି) ଅନୁଗୋଳ ବାଇକର୍ସ କ୍ଲବର ପଞ୍ଚମ ବାର୍ଷିକ ଉତ୍ସବ ୭୩ ତମ ସ୍ୱାଧୀନତା ଦିବସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ABC ଗ୍ରୁପର ୩୨ ଜଣ ସଦସ୍ୟ ଏକାଠି ହୋଇ ଏହି ଉତ୍ସବକୁ ମହାସମାରୋହରେ […]
Odisha ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଇଭିଏମ୍, ଭିଭିପାଟ, ପୋଲିଂ ପାର୍ଟି ପ୍ରସ୍ତୁତ : କେନ୍ଦ୍ରାପଡ଼ାର ୩୫ଟି ଆଦର୍ଶ ବୁଥ୍ ପାଇଁ ୩୫ ପ୍ଲାଟୁନ ପୋଲିସ ମୁତୟନ NTP Bureau Report 28/04/2019 0 ଭୁବନେଶ୍ୱର (ଏନଟିପି) ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ହେବ ମତଦାନ । ରାଜ୍ୟରେ ଏହା ଶେଷ ପର୍ଯ୍ୟାୟ […]
Odisha KIMS Doctor Develops Easy-to-Use ‘Sanjivani’ Gadget To Save Cardiac Arrest Victims NTP Bureau Report 06/08/2022 0 The device is easy to operate by anyone & provides instructions in the local language The Department of Biotechnology has sanctioned the highest flagship grant […]