👉ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ପରେ ସହଯୋଗର ହାତ ବଢାଇଲା ଭାରତୀୟ ଇସ୍ପାତ କ୍ଷେତ୍ର
👉ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି
👉ପୂର୍ବରୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଥିଲେ
ନୂଆଦିଲ୍ଲୀ/ଭୁବନେଶ୍ୱର: (ଏନ ଟି ପି)
ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିଥିଲେ। ଏବେ ଇସ୍ପାତ କ୍ଷେତ୍ରର ପିଏସୟୁ ଏବଂ ବେସରକାରୀ କ୍ଷେତ୍ର ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦ କୋଟି ଏବଂ ଏହାର କର୍ମଚାରୀ ମାନେ ନିଜ ଦରମାରୁ ଅତିରିକ୍ତ ୧୫ କୋଟି ଟଙ୍କା ଦାନ କରିଛନ୍ତି ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏ ନେଇ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ସୂଚନା ଦେବା ସହ ନିଜ କର୍ମଚାରୀଙ୍କ ମନୋବଳ ବଢାଇଛନ୍ତି। ସେମାନଙ୍କୁ ଅଧିକ ଉତ୍ସାହିତ କରିବା ଲାଗି କହିଛନ୍ତି, ଭାରତ କରୋନା ଲଢେଇରେ ଦେଶର ସୁରକ୍ଷା ପାଇଁ ଦେଶ ଅଧିକ ଆବଶ୍ୟକ କରୁଥିବା ବେଳେ ଇସ୍ପାତ୍ ରାଷ୍ଟ୍ରାୟତ ଉଦ୍ୟୋଗର ସହଯୋଗ ପ୍ରଶଂସନୀୟ।
ସୂଚନାଯୋଗ୍ୟ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ପକ୍ଷରୁ ସୋମବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଥିଲେ ।
