ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ନରସିଂହପୁର(ଏନ ଟି ପି)

କଟକ ଜିଲ୍ଲା ବଡମ୍ବା ଥାନା ମାଳତୀ ଗ୍ରାମରେ ଅଘଟଣ।ପୋଖରୀରେ ବୁଡି ଦୁଇ ଶିଶୁ ମୃତ।ମୃତ ଦୁଇଜଣ ଶିଶୁ ହେଉଛନ୍ତି ଅଜୟ ପଲେଇଙ୍କ ପୁଅ ମୁନା ପଲେଇ(୮ବର୍ଷ)ଓ ତାଙ୍କ ସାନଭାଇ ବିଜୟ ପଲେଇଙ୍କ ଝିଅ ଗୁଡି ପଲେଇ(୯ବର୍ଷ)।ଘଟଣାରୁ ପ୍ରକାଶଯେ ଆଜି ଦ୍ୱିପ୍ରହରରେ ପରିବାର ଲୋକ ସମସ୍ତେ ଶୋଇଥିବା ସମୟରେ ଗାଧୋଇବା ପାଇଁ ମୁନାପଲେଇ ଓ ଗୁଡି ପଲେଇ ଦୁହେଁ ପୋଖରୀକୁ ଯାଇଥିଲେ।ଅସାବଧାନତାବସତ ଗୋଡ଼ ଖସିଯିବାରୁ ଦୁହେଁ ଗଭୀର ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି।ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ବହୁ ଖୋଜାଖୋଜି ପରେ ଶେଷରେ ପାଣିରେ ଭାସୁଥିବା ସମୟରେ ଉଦ୍ଧାର କରି ବଡମ୍ବା ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।ବଡମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇଛନ୍ତି।ଦୁଃହିଁଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Follow by Email
WhatsApp