୨୦୦ ଟଙ୍କିଆ କୁପନ୍ ! ଡେଲିଭରୀ ବୟ ଅସଦାଚରଣ କରିବା ପରେ ଯୁବତୀଙ୍କୁ ଏପରି ଅଫର୍ ଦେଲା Swiggy Posted on 04/04/201904/04/2019 by NTP Bureau Report ଯୁବତୀଙ୍କ ସହ ଅସଦାଚରଣ ଏବଂ ଯୌନ ନିର୍ଯାତନା ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ଉଚିତ୍ କାର୍ଯ୍ୟାନୁଷ୍ଠାନର ଅଭାବରୁ ଏଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ଏକ ଘଟଣା ବେଙ୍ଗାଲୁରୁରୁ ଆସିଛି । ଜଣେ ଯୁବତୀ ଫୁଡ୍ ଡେଲିଭରୀ ଆପ୍ ସ୍ବିଗିରୁ ଖାଦ୍ୟ ଅର୍ଡର୍ କରିଥିଲେ । ଯେତେବେଳେ ଡେଲିଭରୀ ବୟ ଖାଇବା ନେଇ ଗଲା ସେତେବେଳେ ଯୁବତୀ ଜଣକ ଘରେ ଏକା ଥିଲେ । ଆଉ ଯୁବତୀଙ୍କୁ ଏକା ଥିବାର ଦେଖି ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ ଡେଲିଭରୀ ବୟ ଜଣକ । ତେବେ ଲଜ୍ଜାର ସୀମା ସେତେବେଳେ ପାର କରିଗଲା ଯେତେବେଳେ ଯୁବତୀଙ୍କ ଅଭିଯୋଗ ପରେ ୨୦୦ ଟଙ୍କାର ଏକ କୁପନ୍ ଦେଇ ସରି କହିଥିଲା ସ୍ବିଗି । ଘଟଣାକୁ ବିଷୟରେ ଫେସବୁକରେ ପୋଷ୍ଟ କରି ସେୟାର୍ କରିଛନ୍ତି ଯୁବତୀ ଜଣକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । Share on FacebookTweetFollow usSave Post Views: 479
NATIONAL ସିନ୍ଧୁଉପତ୍ୟକା ରୁ ମିଳିଲା ଦୁଇଟି ନରକଙ୍କାଳ…. NTP Bureau Report 09/01/2019 0 ଏନଟିପି : ପୁଣେସ୍ଥିତ ଡେକାନ କଲେଜ ଅଫ୍ ଡିମ୍ଡ୍ ୟୁନିଭର୍ସିଟିର ପ୍ରତ୍ନତତ୍ତ୍ୱବିତ୍ମାନେ ସିନ୍ଧୁ ଉପତ୍ୟକା ଅନ୍ତର୍ଗତ ହଡ଼ପ୍ପାରୁ ଦୁଇଟି ନରକଙ୍କାଳ ଆବିଷ୍କାର କରିଛନ୍ତି। କଙ୍କାଳ ଦୁଇଟି ଯୁବା ବୟସର ପୁରଷ ଓ ମହିଳାଙ୍କର। ପୁରୁଷ […]
NATIONAL ଦିଲ୍ଲୀର ନାରାୟଣା ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ NTP Bureau Report 14/02/2019 0 ନୂଆଦିଲ୍ଲୀ (ଏନଟିପି): ଦିଲ୍ଲୀର ନାରାୟଣା ଶିଳ୍ପାଞ୍ଚଳରେ ଥିବା ଏକ ପେପର କାର୍ଡ କାରଖାନାରେ ଆଜି ସକାଳେ ନିଆଁ ଲାଗିଥିବା ଜଣାଯାଇଛି। ଏହା ଏକ ଭୟାବହ ଅଗ୍ନିକାଣ୍ଡ। ନାରାୟଣା ଶିଳ୍ପାଞ୍ଚଳରେଅଗ୍ନିକାଣ୍ଡ ସଂଗଠିତହେବାର ସୂଚନା ପାଇବା ମାତ୍ରେ […]
NATIONAL ଅତ୍ୟାଧୁନିକ ଲଢ଼ୁଆ ହକ୍ ବିମାନ ଉଡ଼ାଇବାର ଯୋଗ୍ୟତା ହାସଲ କଲେ ଭାରତୀୟ ବାୟୁସେନାର ମହିଳା ଲେଫ୍ଟନାଣ୍ଟ NTP Bureau Report 01/06/2019 0 ଭାରତୀୟ ବାୟୁସେନା (ଆଇଏଏଫ୍)ର ମହିଳା ଫ୍ଲାଇଟ୍ ଲେଫ୍ଟନାଣ୍ଟ ମୋହନା ସିଂହ ଦେଶର ପ୍ରଥମ ମହିଳା ଭାବେ ଅତ୍ୟାଧୁନିକ ଲଢ଼ୁଆ ହକ୍ ବିମାନ ଉଡ଼ାଇବାର ଯୋଗ୍ୟତା ହାସଲ କରିଛନ୍ତି ବୋଲି ଆଜି (ଶୁକ୍ରବାର) ଭାରତୀୟ ବାୟୁସେନା […]