ଚର୍ଚ୍ଚାରେ ପ୍ରଦୀପଙ୍କ ପରକୀୟା ପ୍ରୀତି

ଭୁବନେଶ୍ୱର4/4(News Time Pro) :

ଆଉ ମାତ୍ର ଦିନ କେଇଟା ପରେ ସାଧାରଣ ନିର୍ଵାଚନ । ନିର୍ବାଚନକୁ ନେଇ ସରଗରମ ହେବାର ଲାଗିଛି ଓଡିଶା ରାଜନୀତି । ଜନତାଙ୍କ ମନ କିଣିବା ପାଇଁ କୌଣସି ବି ମଉକା ଛାଡ଼ୁନାହାନ୍ତି ରାଜନେତା । ଠିକ ଏହି ସମୟରେ ପଦାକୁ ଆସିଛି ନବରଙ୍ଗପୁର ଲୋକସଭା କଂଗ୍ରେସ ସାଂସଦ ପାର୍ଥି ପ୍ରଦୀପ ମାଝୀଙ୍କ ରାସଲୀଳାର ଦୃଶ୍ୟ । ଏହି ଦୃଶ୍ୟ ଦେଖିଲା ପରେ ଆପଣ ନିଜେ ହିଁ କହିବେ ଆମ ପୂର୍ବତନ ସାଂସଦ କେବଳ ରାଜନୀତିରେ ନୁହେଁ ଝିଅ ମାନଙ୍କ ସହ ରାସଲୀଳାରେ ମଧ୍ୟ ଖୁବ ପାରଙ୍ଗମ ।
ଗତ 7 ବର୍ଷ ତଳେ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କ ବିରୋଧରେ ଏକ ଫୋଟୋ ଭାଇରାଲ ହୋଇଥିଲା , ସେଥିରେ ସେ ଜଣେ ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ସ୍ୱିମିଙ୍ଗପୁଲ ରେ ଗାଧେଇବା ଦୃଶ୍ୟ ରହିଥିଲା । ତେବେ ବର୍ତ୍ତମାନର ନିର୍ବାଚନ ସମୟରେ ପୁଣି ସୋସିଆଲ ମିଡିଆରେ ତାଜା ହୋଇ ଉଠିଛି ବାବୁଙ୍କର ପୁରୁଣା ସ୍ମୃତି ।
ଗୋଟେ ପଟେ ପ୍ରଦୀପ ଆଦିବାସୀଙ୍କ ଆଦର୍ଶ ହେଇଥିବା ବେଳେ ଏହି ଭାଇରାଲ ଭିଡିଓ କୁ ନେଇ ଏବେ ସାଧାରଣରେ ନିନ୍ଦା ପ୍ରକାଶ ପାଉଛି । ଯାହାକି ପ୍ରଦୀପଙ୍କ ବ୍ୟକ୍ତିଗତ ଓ ଚରିତ୍ରକୁ ନେଇ ସନ୍ଦେହ ସୃଷ୍ଟି କରୁଛି । ଆଗାମୀ ନିର୍ବାଚନ ରେ ପ୍ରଦୀପଙ୍କ ରାଜନେଇତିକ ଜୀବନରେ ଏହା କିପରି ପ୍ରଭାବ ପକାଉଛି ତାହା ଦେଖିବା ବାକି ରହିଲା ।
Follow by Email
WhatsApp