ଦିଲ୍ଲୀର ନାରାୟଣା ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ Posted on 14/02/201914/02/2019 by NTP Bureau Report ନୂଆଦିଲ୍ଲୀ (ଏନଟିପି): ଦିଲ୍ଲୀର ନାରାୟଣା ଶିଳ୍ପାଞ୍ଚଳରେ ଥିବା ଏକ ପେପର କାର୍ଡ କାରଖାନାରେ ଆଜି ସକାଳେ ନିଆଁ ଲାଗିଥିବା ଜଣାଯାଇଛି। ଏହା ଏକ ଭୟାବହ ଅଗ୍ନିକାଣ୍ଡ। ନାରାୟଣା ଶିଳ୍ପାଞ୍ଚଳରେଅଗ୍ନିକାଣ୍ଡ ସଂଗଠିତହେବାର ସୂଚନା ପାଇବା ମାତ୍ରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।ଏହି ନିଆଁ ଲିଭାଇବା ଲାଗି ୨୩ଟି ଦମକଳ ଗାର୍ଡର ବ୍ୟବହାର ହୋଇଥିବା ମଧ୍ୟ ଜଣାପଡିଛି। ଏହି କାରଖାନାରେ ଗ୍ରିିଟିଂ କାର୍ଡ ପ୍ରସ୍ତୁତ ହୋଇଥାଏ। ଏଥିରେ ଆର୍ଚିସ ଭଳି ବଡ ବ୍ରାଣ୍ଡର କାର୍ଡ ମଧ୍ୟ ସାମିଲ ଅଛି।ଉପ ମୁଖ୍ୟ ଅଗ୍ନିଶମ ଅଧିକାରୀ ରାଜେଶ ପଓ୍ଵାର କହିଛନ୍ତି ଯେ ନିଆଁକୁ ଆୟତ୍ତ କରିବା ଲାଗି ୨୩ଟି ଦମକଳ ଗାଡି ଘଟଣା ସ୍ଥଳକୁ ପଠାଯାଇଛି। ଏଯାଏଁ କେହି ମୃତାହତ ହେବାର ଖବର ମିଳି ନାହିଁ। କିନ୍ତୁ ଏଯାଏଁ ନିଆଁକୁ ଆୟତ୍ତ କରାଯାଇପାରି ନଥିବା କୁହାଯାଉଛି।ଏଠାରେ ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ କରୋଲବାଗରେ ଥିବା ହୋଟେଲ ଅର୍ପିତ ପ୍ୟାଲେସରେ ଭୟାବହ ଅଗ୍ନିକାଣ୍ଡ ହେତୁ ୧୭ଜଣଙ୍କର ପ୍ରାଣ ହାନି ଘଟିଥିଲା। ଏହାପରେ ଦିଲ୍ଲୀରେ ଅଗ୍ନିକାଣ୍ଡକୁ ନେଇ ଆଶଙ୍କାରେ ରହିଛନ୍ତି ଦିଲ୍ଲୀବାସୀ। Share on FacebookTweetFollow usSave Post Views: 183
Odisha NATIONAL ଦିଲ୍ଲୀ ଦଙ୍ଗାରେ ଓଡ଼ିଆ BSF ଯବାନଙ୍କ ଘର ପୋଡିଲେ ଦଙ୍ଗାକାରୀ, ନବୀନ ଦେଲେ ସହାୟତା NTP Bureau Report 01/03/2020 0 ନୂଆଦିଲ୍ଲୀ/ଭୁବନେଶ୍ୱର(ଏନଟିପି): ସୀମା ଟପିଲା ଦିଲ୍ଲୀ ହିଂସା। ଦିଲ୍ଲୀ ଦଙ୍ଗାରେ କନଷ୍ଟେବଳ ମହମ୍ମଦ ଆନିଶଙ୍କ ଘର ପୋଡି ପାଉଁଶ ହୋଇଯାଇଛି । ମହମ୍ମଦ ଆନିଶ ଓଡ଼ିଶା ସ୍ୱାଭିମାନ ଅଂଚଳରେ କାର୍ଯ୍ୟରତ ଥିବାରୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ […]
NATIONAL ଆମେରିକାର ୱାଲମାର୍ଟ ଷ୍ଟୋରରେ ବଡ଼ଧରଣର ଗୁଳିକାଣ୍ଡ, ୨୦ ମୃତ ଓ ୨୬ ଆହତ NTP Bureau Report 04/08/2019 0 ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ । ଓ୍ଵାଲମାର୍ଟ ଷ୍ଟୋରରେ ଗୁଳିମାଡ ହୋଇଛି । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛି । ଘଟଣାରେ ତିନି ଜଣ […]
NATIONAL Odisha ରେଲବଜେଟରେ ଓଡିଶାକୁ ମିଳିଲା କେତେ ? ପଢନ୍ତୁ ପୁରା ରିପୋର୍ଟ NTP Bureau Report 05/02/2020 0 ନୂଆଦିଲ୍ଲୀ/ଭୁବନେଶ୍ୱର:(ଏନଟିପି) ରେଳ ବଜେଟରେ ଓଡିଶାକୁ ଅଗ୍ରାଧିକାର । କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ଯଥେଷ୍ଟ ପରିମାଣର ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପୂର୍ବତଟ ରେଳ ପଥ ପାଇଁ ମୋଟ ୫ […]