ସିନ୍ଧୁଉପତ୍ୟକା ରୁ ମିଳିଲା ଦୁଇଟି ନରକଙ୍କାଳ….

ଏନଟିପି : ପୁଣେସ୍ଥିତ ଡେକାନ କଲେଜ ଅଫ୍‌ ଡିମ୍‌ଡ୍‌ ୟୁନିଭର୍ସିଟିର ପ୍ରତ୍ନତତ୍ତ୍ୱବିତ୍‌ମାନେ ସିନ୍ଧୁ ଉପତ୍ୟକା ଅନ୍ତର୍ଗତ ହଡ଼ପ୍ପାରୁ ଦୁଇଟି ନରକଙ୍କାଳ ଆବିଷ୍କାର କରିଛନ୍ତି। କଙ୍କାଳ ଦୁଇଟି ଯୁବା ବୟସର ପୁରଷ ଓ ମହିଳାଙ୍କର। ପୁରୁଷ କଙ୍କାଳଟି ନାରୀ କଙ୍କାଳ ଆଡ଼କୁ ମୁହଁ କରି ରହିଥିଲା।

ହଡ଼ପ୍ପାର ଶ୍ମଶାନର ଯୁଗ୍ମ ସମାଧି ଦିଆଯାଇଥିବା ଦମ୍ପତିଙ୍କର ବୋଲି ପ୍ରଥମ ଥର ଲାଗି ନୃତତ୍ୱବିତ୍‌ମାନେ ନିଶ୍ଚିତ କରିଛନ୍ତି। ଦିଲ୍ଲୀର ଉତ୍ତରପୂର୍ବକୁ ୧୫୦ କିଲୋମିଟର ଦୂର ହରିୟାଣାର ରାଖୀଗର୍‌ହି ଠାରେ ହଡ଼ପ୍ପୀୟ ବସତିରେ ଖନନ ସମୟରେ ଦମ୍ପତିଙ୍କ ସମାଧି ଆବିଷ୍କାର କରାଯାଇଥିଲା।
ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି ପ୍ରମାଣ ସୂଚାଉଛି ଯେ ଦମ୍ପତିଙ୍କୁ ଏକ ସଂଗେ କିଂବା ପାଖାପାଖି ସମୟରେ ପୋତା ଯାଇଥିଲା। ଜଣେ ପରେ ଅନ୍ୟ ଜଣଙ୍କୁ ପୋତା ଯାଇଛି କି, ନାହିଁ, ସେ ସମ୍ବନ୍ଧରେ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ।

ଯଦିବା ବହୁ ବସତି ଓ ଶ୍ମଶାନ ଆବିଷୃତ ହୋଇ ତଦନ୍ତ କରାଯାଇଛି ତଥାପି ହଡ଼ପ୍ପୀୟ ଶ୍ମାଶାନରେ ଆଜିଯାଏଁ କୌଣସି ଦମ୍ପତିଙ୍କ ସମାଧି ମିଳି ନାହିଁ। ସେ ସ୍ଥଳୀକୁ ଉତ୍‌ଖନନ କରିଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ କଙ୍କାଳ ଦୁଇଟିର ମୁହଁ ଉପରକୁ ଓ ଗୋଡ଼ହାତ ଲମ୍ବ ହୋଇ ରହିଥିଲା।

ଶ୍ମଶାନରୁ ଦମ୍ପତିଙ୍କ କଙ୍କାଳ ଆବିଷ୍କାର କଥା ପ୍ରତ୍ନତତ୍ତ୍ୱବିତ୍‌ ମନରେ ଆଗ୍ରହ ଜାତ କରାଇଛି। ଏହାକୁ ଡେକାନ କଲେଜ ଡିମ୍‌ଡ୍‌ ୟୁନିଭସିଟି ଟିମ୍‌ ଆନ୍ତର୍ଜାତିକ ଜର୍ଣ୍ଣାଲ୍‌ ‘ଏସିବି’ରେ (ଆନାଟୋମି ଆଣ୍ଡ୍‌ ସେଲ୍‌ ବାୟୋଲଜି) ପ୍ରକାଶ କରାଇଛନ୍ତି।

Follow by Email
WhatsApp