ପଦ୍ମ ଛାଡି ହାତ ଧରିବେ ଶତ୍ରୁଘ୍ନ Posted on 28/03/201928/03/2019 by NTP Bureau Report ମୁମ୍ବାଇ (ଏନ ଟି ପି): ବିଜେପି କୁ ବାଇ ବାଇ କରିବାକୁ ପ୍ରସ୍ତୁତ ଶତ୍ରୁଘ୍ନ।ପ୍ରାୟ ୨୭ ବର୍ଷ ରହିବା ପରେ ଶେଷରେ ବିଜେପିକୁ ବାଏ ବାଏ କରିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ହାତ ଧରିବେ ଶତ୍ରୁଘ୍ନ । ଆଜି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି ଶତ୍ରୁଘ୍ନ । ଆଗାମୀ ନବରାତ୍ରୀ ଅର୍ଥାତ୍ ୬ ଏପ୍ରିଲରେ କଂଗ୍ରେସରେ ହେବେ ସାମିଲ୍ । ଏନେଇ ସୂଚନା ଦେଇଛନ୍ତି ବିହାର କଂଗେସ୍ ପ୍ରଭାରୀ ଶକ୍ତି ସିଂହ । ଏପରିକି ଶତ୍ରୁଘ୍ନ ସିହ୍ନା କଂଗ୍ରେସ୍ ପାଇଁ ଷ୍ଟାର୍ ପ୍ରଚାରକ କାମ କରିବେ ବୋଲି କହିଛନ୍ତି ଶକ୍ତି ସିଂହ । ତେବେ ଶତ୍ରୁଘ୍ନ ଆଜି କଂଗ୍ରେସରେ ସାମିଲ୍ ହେବାର ଥିଲା । କିନ୍ତୁ କୌଣସି କାରଣ ବସତଃ ତାହା ହୋଇପାରିନାହିଁ । ଅନ୍ୟପଟେ ପାଟନାର ସାହିବ୍ ସିଟରୁ ନିର୍ବାଚନ ଲଢିବା ପାଇଁ ଚାହୁଁଛନ୍ତି ଶତ୍ରୁଘ୍ନ ସିହ୍ନା । କିନ୍ତୁ ପାର୍ଟି ଏଯାଏ ଏନେଇ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ଏହି ଦାବିରେ ରାଜି ହୋଇଯାଏ ପାର୍ଟି ତେବେ ଶତ୍ରୁଘ୍ନଙ୍କ ସାମ୍ନା ହେବ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ । କାରଣ ସାହିବ୍ ସିଟରୁ ବିଜେପି ତରଫରୁ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି ରବିଶଙ୍କର । ସୂଚନାଯୋଗ୍ୟ, ୧୯୯୨ରେ ବିଜେପିରେ ସାମିଲ୍ ହୋଇଥିଲେ ଶତ୍ରୁଘ୍ନ ସିହ୍ନା । ସେହି ସମୟରେ ରାଜେଶ୍ ଖନ୍ନାଙ୍କ ବିରୋଧରେ ନିର୍ବାଚନ ଲଢି ମାତ୍ର ୨୫ ହଜାର ଭୋଟରେ ହାରଯାଇଥିଲେ । ଅନ୍ୟପଟେ କଂଗ୍ରେସରୁ ଟିକେଟ୍ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ରାଜେଶ ଖନ୍ନା । ତେବେ ୨୦୧୪ରୁ କ୍ୟାବିନେଟରୁ ବାହାରିବା ପରେ ବିଜେପି ଉପରେ ଅସନ୍ତୁଷ୍ଟ ଥିଲେ ଶତ୍ରୁଘ୍ନ । ଏପରିକି ଅନେକ ସମୟରେ ମୋଦି ଏବଂ ଶାହାଙ୍କୁ ସର୍ବସାଧାରଣରେ ଲଗାତାର ସମାଲୋଚନା ମଧ୍ୟ କରିବାକୁ ପଛାଇନାହାଁନ୍ତି । ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ଖୁଲମଖୁଲା ବିରୋଧ କରିଥିଲେ ଶତ୍ରୁଘ୍ନ । କହିଥିଲେ ଏହା ଏକ ଭୁଲ୍ ପଦକ୍ଷେପ ଏବଂ ଏହା ଦ୍ବାରା କେବଳ ଦେଶବାସୀଙ୍କ କ୍ଷତି ହେବ । Share on FacebookTweetFollow usSave Post Views: 397
NATIONAL ରାଜନୀତିରେ ଅଭିନେତ୍ରୀ ! ବିଜେପିରେ ସାମିଲ ହେଲେ ବଲିଉଡ୍ ଅଭିନେତ୍ରୀ ଇଷା କୋପିକର୍ । NTP Bureau Report 29/01/2019 0 ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ନେତମାନେ ଦଳବଦଳ କରୁଥିବା ଦେଖା ଯାଉଛି । ପ୍ରାୟ ପ୍ରତି ଦଳରେ ପୁରୁଣା ନେତା ବାହାରୁଥିବା ବେଳେ କିଛି ନୂଆ ମୁହଁ ରାଜନୀତିରେ ସାମିଲ ହେଉଥିବା ଦେଖା ଯାଉଛି […]
Odisha NATIONAL କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହଟିଲା ୩୭୦ ଏବଂ ୩୫ଏ ଧାରା NTP Bureau Report 05/08/2019 0 ନୂଆଦିଲ୍ଲୀ (ଏନଟିପି): ଜାମ୍ମୁ ଓ କାଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଏହା ସହିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା […]
NATIONAL ସରକାରଙ୍କ ନୂଆ ଯୋଜନା, ଗ୍ରାଜୁଏସନ ପରେ ସିଧାସଳଖ କରିବେ ପିଏଚଡ଼ି Smrutilipi 15/12/2022 0 ଏବେ ପିଏଚଡି କରିବାକୁ ଚାହୁଁଛନ୍ତି, ତେବେ ଆଉ ଆଗାମୀ ଦିନରେ ଆପଣଙ୍କୁ ଆଉ ମାଷ୍ଟର କୋର୍ସ କରିବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ କେବଳ ୪ ବର୍ଷିୟା ଗ୍ରାଜୁଏସନ କୋର୍ସ କରିବାକୁ ହେବ। […]