ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀତାଲିକା,କିଏ ପାଇଲା ଟିକେଟ ଜାଣନ୍ତୁ

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା। ଆଜି ଏହି ସୂଚନା ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ। ପୂର୍ବରୁ ବିଜେଡି ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଆସନରେ ୯ଟି ଲୋକସଭା ଆସନ ପାଇଁ ନାଁ ଘୋଷଣା ହୋଇ ନଥିଲା। ତେଣୁ ଆଜି ସେହି ନାଁ ଘୋଷଣା ହୋଇଛି। ଆସନଗୁଡ଼ିକ ହେଉଛି ପଟ୍ଟାଙ୍ଗୀ, ଝରିଗାଁ, ମାଲକାନଗିରି, ଲାଞ୍ଜିଗଡ଼, ଲୋଇସିଂହା, ସମ୍ବଲପୁର, ରେଢାଖୋଲ,ବ୍ରଜରାଜନଗର ଓ ବଲାଙ୍ଗିର ବିଧାନସଭା। ତେବେ ଜାଣନ୍ତୁ କେଉଁ ଆସନରୁ କିଏ ପାଇଛି ଟିକେଟ।

ପଟ୍ଟାଙ୍ଗୀ – ଶ୍ରୀ ପୀତମ ପାଢୀ

ଲାଞ୍ଜିଗଡ – ଶ୍ରୀ ପ୍ରଦୀପ କୁମାର ଦିଶାରୀ

ଝରିଗାଁ – ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ

ମାଲକାନଗିରି – ଶ୍ରୀ ମୁକୁନ୍ଦ ସୋଡୀ

ବ୍ରଜରାଜନଗର – ଶ୍ରୀ କିଶୋର କୁମାର ମହାନ୍ତି

ବଲାଙ୍ଗୀର – ଶ୍ରୀ ଅର୍କେଶ ନାରାୟଣ ସିଂଦେଓ

ଲୋଇସିଙ୍ଗା –ଶ୍ରୀ ପ୍ରଦୀପ ବେହେରା

ସମ୍ବଲପୁର – ଡା.ରାସେଶ୍ବରୀ ପାଣିଗ୍ରାହୀ

ରେଢାଖୋଲ – ଶ୍ରୀ ରୋହିତ ପୂଜାରୀ

Follow by Email
WhatsApp