ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି।

ଜୁଏଲ ଓରାମ ପୂର୍ବ ପରି ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। କେନ୍ଦୁଝରରୁ ଅନନ୍ତ ନାୟକ,ପ୍ରତାପ ଷଡଙ୍ଗୀଙ୍କୁ ଦଳ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି ପ୍ରାର୍ଥୀ ହେବେ

ବଲାଙ୍ଗିର ଲୋକସଭା ଆସନରେ ସଙ୍ଗୀତା ସିଂହଦେଓଙ୍କୁ ଦଳ ପ୍ରାର୍ଥୀ କରିଛି। ନବରଙ୍ଗପୁରରୁ ବଳଭଦ୍ର ମାଝିଙ୍କୁ ଦଳ ପ୍ରାର୍ଥୀ କରିଛି।

ଆସିକା ଲୋକସଭା ଆସନରେ ଅନୀତା ପ୍ରିୟଦର୍ଶିନୀ ଦଳୀୟ ପ୍ରାର୍ଥୀ ହେବେ। ବ୍ରହ୍ମପୁର ଲୋକସଭା ଆସନରେ ଭୃଗୁ ବକ୍ସିପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି।

Follow by Email
WhatsApp