ଅଭିନନ୍ଦନଙ୍କୁ ଝୁରୁଛି ପାକିସ୍ତାନ ଟି-ଷ୍ଟଲରେ ଝୁଲୁଛି ପୋଷ୍ଟର

ପୁଣି ଚର୍ଚ୍ଚାରେ ଭାରତୀୟ ବାୟୁସେନାର କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ।କିନ୍ତୁ ଏଥର ଭାରତରେ ନୁହେଁ ତାଙ୍କର ଚର୍ଚ୍ଚା ଚାଲିଛି ପାକିସ୍ତାନରେ।ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନରେ ମଧ୍ୟ ନିଜର ଛାପଛାଡି ଆସିଛନ୍ତି।କାରଣ ପାକିସ୍ତାନରେ ଏକ ଚା ଦୋକାନ ‘ଖାନ ଚାହା ଦୋକାନ’ ରେ ଝୁଲୁଛି ଅଭିନନ୍ଦନଙ୍କ ଫଟୋ।ଆଉ ଏହି ଫଟୋ ଭାଇରାଲ ହେବାପରେ ଚାରିଆଡେ ଏହି ଫଟୋକୁ ନେଇ ଚର୍ଚ୍ଚା।ଏହି ଦୋକାନର ପୋଷ୍ଟରରେ ଅଭିନନ୍ଦନ ଚା ପିଉଥିବାର ଏକ ଫଟୋ ଲଗାଯାଇଛି।ଏଭଳି ଚା ଯିଏକି ଶତ୍ରୁଙ୍କୁ ମଧ୍ୟ ବନ୍ଧୁ ବନାଇଦେଵ।ଏହି ଫଟୋଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଏହି ଚା ଦୋକାନଟି ପାକିସ୍ତାନର କେଉଁ ଅଞ୍ଚଳର ବୋଲି ଜଣାପଡିନାହିଁ।ସୂଚନାଥାଉକି ଭାରତୀୟ ବାୟୁସେନାର କମାଣ୍ଡର ଅଭିନନ୍ଦନ ପାକିସ୍ତାନ ବିମାନକୁ ଟାର୍ଗେଟ କରି ପାକିସ୍ତାନରେ ପହଞ୍ଚି ଯାଇଥିଲେ।ସେଠାରେ ତାଙ୍କୁ ଗିରଫ କରାଯିବା ପରେ ଫେବ୍ରୁୟାରୀ ୨୮ରେ ଅଭିନନ୍ଦନଙ୍କୁ ମୁକ୍ତ କରିଥିଲେ।

Follow by Email
WhatsApp