ସୁଧରୁନି ପାକିସ୍ତାନ, ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ବ୍ୟୁରୋ ରିପୋର୍ଟ:

ସୁଧୁରୁନି ପାକିସ୍ତାନ । ଏଲଓସିରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ । ପୁଞ୍ଛ ଓ କୃଷ୍ଣା ଘାଟୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ ସହ ମୋଟାର ମାଡ଼ କରାଯାଇଛି । ଗତକାଲି ରାତିରୁ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ଭାରତୀୟ ଯବାନ ଏହାର ଜବାବ ଦେଇଛନ୍ତି । ଭାରତ ପକ୍ଷରୁ ବାଲାକୋଟ ଆକ୍ରମଣ ପରେ ଗତ କିଛି ଦିନ ହେବ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଛି ।
ସେପଟେ ରାଜସ୍ଥାନ ସୀମାରେ ପାକର ଡ୍ରୋନକୁ ପୁଣି ମାରି ଖସାଇଛି ଭାରତ । ଶ୍ରୀଗଙ୍ଗାନଗର ଜିଲ୍ଲାର ହିନ୍ଦୁମଲକୋଟ ବର୍ଡରରେ ଭାରତୀୟ ଯବାନମାନେ ପାକିସ୍ତାନ ଡ୍ରୋନକୁ ଖସାଇ ଦେଇଛନ୍ତି । ଗତକାଲି ରାତିରେ ପାକିସ୍ତାନୀ ଡ୍ରୋନ୍ ହିନ୍ଦୁମଲକୋଟ ବର୍ଡରରେ ଦେଖାଯାଇଥିଲା । ଡ୍ରୋନ୍କୁ ଦେଖିବା ମାତ୍ରେ ବିଏସଏଫ୍ ପକ୍ଷରୁ ଗୁଳିମାଡ଼ ହୋଇଥିଲା ।
ଯବାନଙ୍କ ଗୁଳିରେ ଡ୍ରୋନଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଭାରତୀୟ ଯବାନଙ୍କ ଗତିବିଧି ଉପରେ ନଜର ରଖିବାକୁ ପାକିସ୍ତାନ ବାରମ୍ବାର ସୀମାକୁ ଡ୍ରୋନ୍ ପଠାଉଛି । ଫେବୃୟାରୀ ୨୭ରେ କଛ ଠାରେ ଭାରତୀୟ ଯବାନ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ।
Follow by Email
WhatsApp