386 ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ Posted on 10/03/201910/03/2019 by NTP Bureau Report ନରସିଂହପୁର: ନରସିଂହପୁର ବ୍ଲକ ପ୍ରଶାସନ ପକ୍ଷରୁ ଶନିବାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବ୍ଲକ ର 311 ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା 62 ଜଣଙ୍କୁ ବିଧବା ଭତ୍ତା 14 ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ଏହିପରି ମୋଟ 386 ଜଣଙ୍କୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଭତ୍ତା ବଣ୍ଟନ କରିଥିଲେ, ଏହାକୁ ମିଶାଇ ଆଜି ପର୍ଯ୍ୟନ୍ତ ନରସିଂହପୁର ବ୍ଲକ ରେ 18 ହଜାର 391 ଜଣଙ୍କୁ ବିଭିନ୍ନ ଭତ୍ତା ଯୋଜନାରେ ସାମିଲ କରାଯାଇଛି, ଏହି ବାବଦରେ ମାସକୁ 97 ଲକ୍ଷ 6 ହଜାର 6 ଶହ ଟଙ୍କା ପ୍ରଦାନ କରାଯାଉଥିବା ବିଧାୟକ ଶ୍ରୀ ମିଶ୍ର ସୂଚନା ଦେଇଥିଲେ, ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ଗ୍ରାମୀଣ ଆବାସ ହସ୍ତଶିଳ୍ପ ହସ୍ତତନ୍ତ ଗ୍ରାମଣୀ ଆବାସ ଯୋଜନା ର ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ତଥା ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ନିର୍ମଳ କୁମାର ଜେନା, ବ୍ଲକ ଉପାଧ୍ୟକ୍ଷା ସୁନିତା ସ୍ଵାଇଁ, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ବିଶ୍ବାଳ, ଯନ୍ତ୍ରୀ ଦିଲ୍ଳୀପ କୁମାର ବେହେରା, ଡବ୍ଲୁଓ ରବିନାରାୟଣ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ!! Share on FacebookTweetFollow usSave Post Views: 284
Odisha ସମାଜମଙ୍ଗଳ ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ NTP Bureau Report 10/01/2019 0 ଏନଟିପି(ଅନୁଗୁଳ)ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଆଇ ସି ଡି ଏସ,ମମତା ଓ ମିଶନଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଅପପୃଷ୍ଟି ପିଲା ମାନଙ୍କର ସ୍ଥିତି […]
Odisha ମହତ୍ତ ବାର୍ତ୍ତା ନେଇ ସମର ଶିକ୍ଷାର୍ଥୀ ବାହିନୀର ବାଇକ ରାଲି NTP Bureau Report 01/02/2019 0 ଅନୁଗୋଳ(ଏନଟିପି) ଆଠମଲ୍ଲିକ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପଚାଶ ଜଣ ଛାତ୍ର ପରିବେଶ ସୁରକ୍ଷା ଓ କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଆଜି ପୁରୀ ଅଭିମୁଖେ ମଟର […]
Political Tadka Odisha Two vehicles were inaugurated by MP Mahesh Sahu on Resolution Day NTP Bureau Report 07/06/2021 0 Angul(NewsTimePro): Dhenkanal MP Mahesh Sahu on the occasion of the second day of the swearing-in ceremony on the occasion of “Service and Resolution Day”. Today, […]