ସ୍ପଣ୍ଡିଲାଇଟ୍ସ କଣ ?କେମିତି ମିଳିବ ମୁକ୍ତି ପଢନ୍ତୁ ପୁରା ରିପୋର୍ଟ…..

👉ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ କ’ଣ
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକ ପ୍ରକାର ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ଯାହାକି ମେରୁଦଣ୍ଡ ହାଡ ଓ ଏହାର ପାଖାପାଖି ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ । ଫଳରେ ସକାଳୁ ଉଠିଲେ ଅଣ୍ଟା ଓ ବେକ ଦରଜ ହୋଇଥାଏ । ପ୍ରାଥମିକ ଅବସ୍ଥାରୁ ଏହାର ସଠିକ୍ ଚିକିତ୍ସା ନକଲେ ବେଳେ ବେଳେ ଏହା ମେରୁଦଣ୍ଡ ନମନିୟମତା ହ୍ରାସ କରି ଅଚଳ କରିଦିଏ । ଏହି ରୋଗଆତି ବର୍ତ୍ତମାନ ଅଧିକାଂଶ ଯୁବପିଢିଙ୍କ ପାଖରେ ଦେଖାଯାଉଥିବା ପରିଲକ୍ଷିତ ହେଉଛି । ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ପାଖପାଖି ଜେନ ଏହି ରୋଗରେ ପୀଡିତ ହୋଇଥାନ୍ତି । ଏହା ସାଧାରଣତଃ ୨୦-୪୦ ବୟସରେ ଆରମ୍ଭ ହୋଇଥାଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଯାଏ ।
👉କାରଣ
ଏହି ରୋଗର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିଲେ ମଧ୍ୟା ପ୍ରାୟତଃ ବଂଶଗତ ଜିନ୍ ଏବଂ ପରିବେଶ ଦ୍ଵାରା ଏହି ରୋଗ ହୋଇଥାଏ । ଏଚଏଲଏ- ବି ୨୭’ ନାମକ ଏକ ଜିନ୍ ଏହି ରୋଗୀମାନଙ୍କ ପାଖରେ ସାଧାରଣତଃ ଦେଖାଯାଇଥାଏ । ଲୋକମାନଙ୍କ ମଧ୍ୟରେ ଏହି ଜିନ୍ ଉପସ୍ଥିତ ଥିଲେ ହିଁ ସେଥିରୁ ବହୁତ କମ୍ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଥାଏ ।
👉ଲକ୍ଷଣ
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ସକାଳୁ ଉଠିଲେ ଏକ ଘଣ୍ଟାରୁ ଅଧିକ ଅଣ୍ଟା ଦରଜ, ରାତିରେ ଶୋଇବା ବେଳେ ପିଠି ଦରଜ, ବେକ ଦରଜ ହେବା ଏବଂ ବେକ ବୁଲେଇବା ପାଇଁ କଷ୍ଟ ହେବା, ଅନ୍ୟଗଣ୍ଠି ଯେପରିକି ଜଙ୍ଘସନ୍ଧି, ଆଣ୍ଠୁ କାନ୍ଧ କହୁଣୀ ଆଦି ଫୁଲିଯାଇ ଦରଜ ହେବା ଭଳି ଲକ୍ଷଣ ପରିଲକ୍ଷିତ ହୁଏ । ଏହାବ୍ୟତୀତ ଏହି ରୋଗରେ ମଧ୍ୟା ଅନେକ ଲୋକଙ୍କର ଗୋଇଠି ଦରଜହୋଇଥାଏ । ଫଳରେ ସକାଳୁ ଶୋଇକି ଉଠିବା ପରେ ପାଦ ତେଳ ପକାଇବାକୁ ମଧ୍ୟା କଷ୍ଟ ଅନୁଭବ ହୋଇଥାଏ । ଏହି ରୋଗରେ ଗଣ୍ଠିବାତ ରୋଗ ଛଡା ଆଖିରେ ପ୍ରଦାହ ସୃଷ୍ଟି ହୋଇ ଦରଜ ଏବଂ ଲାଲ ପଡିଥାଏ । ଏହା ବାରମ୍ବାର ଦେଖାଯାଇଥାଏ ଯାହାକୁ ଇଂରାଜୀରେ ‘ଯୁଭିଆଇଟିସ୍’ କୁହାଯାଏ । ଏହି ରୋଗରେପେଟ ଦରଜ, ଲାଳ ଝାଡା ଏବଂ ଚର୍ମଗତ ରୋଗ ସୋରିୟାସିସର୍ ଲକ୍ଷଣ ଦେଖାଯାଏ ।
👉ନିରାକାରଣ
ଏହାର ଲକ୍ଷଣ ପରିଲକ୍ଷିତ ହେଲେ ଏହାକୁ ଚିହ୍ନଟ କରିବା ପାଇଁ କିଛି ରକ୍ତ ପରୀକ୍ଷା କରାଯାଉଛି । ଯେପରିକି ଇନସଆର, ସି.ଆର.ପି ଏବଂ ଅଣ୍ଟାର ଏକ୍ସରେ ଆଦିର ଦରକାର ପଡିଥାଏ । ବେଳେ ବେଳେ ମୂଲ୍ୟବାନ ପରୀକ୍ଷା ଯେପରିକି ଏମଆରଆଇ ଏବଂ ରକ୍ତରେ ଏଚସିଏ ବି ୨୭ ଜିନ୍ ପରକ୍ଷା ଆଦି ଦରକାର ପଡିପାରେ ।
👉ଅନ୍ୟ ଗଣ୍ଠିବାତ ରୋଗ ଅପେକ୍ଷା ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଅଧିକ ବେଂଶଗତ ବା ପାରିବାରିକ ହୋଇଥାଏ । ଏହି ରୋଗର ଚିହ୍ନଟ ରୁୟାମାଟୋଲୋଜିଷ୍ଟ ମାନେ କରିଥାନ୍ତି । ଉକ୍ତ ରୋଗର ସଠିକ୍ ଚିକିତ୍ସା ଉପୟୁକ୍ତ ସମୟରେ କରାନଗଲେ ନିଜର ଦୈନନ୍ଦିନ ଜୀବନ କଷ୍ଟଦାୟକ ହୋଇଥାଏ ।
ଏହି ରୋଗଆତି ଯଦିଓ ସମ୍ପୁର୍ଣ୍ଣ ଆରୋଗ୍ୟସାଧ୍ୟ ନୁହେଁ ତଥାପି କେତେକ ଚିକିତ୍ସା ଦ୍ଵାରା ରୋଗୀମାନେ ପାଉଥିବା କଷ୍ଟରୁ ମୁକ୍ତି ପାଇପାରିବେ । ପ୍ରାଥମିକ ଅବସ୍ଥାରୁ ଡାକ୍ତରଙ୍କପରାମର୍ଶକ୍ରମେ ଔଷଧ ସହ ସଠିକ୍ ବ୍ୟାୟାମ ଦ୍ଵାରା ଏହି ରୋଗ ନିଯନ୍ତ୍ରତ ହୋଇଥାଏ ।
👉ଏହି ରୋଗରେ ଏନ୍ ଏସ୍ ଏଆଇଡି ଔଷଧ ବହୁତ ସହାୟକ ହୋଇଥାଏ । ଯାହା ଶାରୀରରେ ଥିବା ପ୍ରଦାହକୁ କମ୍ କରିଥାଏ ଯାହା ଫଳରେ ଦରଜ କମ୍ ହୋଇଥାଏ । ଯେତେବେଳେ ମେରୁଦଣ୍ଡ ଗଣ୍ଠିସହିତ ଅନ୍ୟ ଗଣ୍ଠିର ପ୍ରଦାହ ହୋଇଥାଏ ସେହି ସମୟରେ ସଲଫାସାଲାଜିନ୍ ଭଳି ଔଷଧ ବ୍ୟବହାର କରାଯାଇଥାଏ , ବହୁତ କମ୍ ରୋଗୀଙ୍କୁ ଯେତେବେଳେ ଉପୟୁକ୍ତ ଚିକିତ୍ସା ମୁକ୍ତି ମିଳିଥାଏ ସେତେବେଳେ ଆଣ୍ଟିଟିଏନଏଫ ଇଞ୍ଜେକସନ୍ ଦରକାର ପଡିଥାଏ ।
ଏହି ରୋଗରେ ଖାଦ୍ୟସହ କିଛି ସମ୍ପର୍କ ରହିଛି
👉ଧୂମପାନ ଓ ମଦ୍ୟପାନ ଏହି ରୋଗକୁ ବଢାଇବାରେ ସହାୟକ ହେଉଥିବାରୁ ଏଥିରୁ ଦୂରେଇ ରହିବା ଉଚିତ୍ । ଏହାକୁ ଛାଡିଲେ ସାଧାରଣତଃ ଅନ୍ୟ କୌଣସି ଖାଦ୍ୟ ପ୍ରଭାବ ନଥାଏ । କିନ୍ତୁ ପେଟ ଖରାପ ଓ ଝାଡା ହେଲେ ଏହି ରୋଗ ବଢିଯିବାର ସମ୍ଭାବନା ଥିବାରୁ ରାସ୍ତାକଡ଼ର ଖାଦ୍ୟ ଣ ଖାଇ ପୁଷ୍ଟିକର ବା ହାଇଜିନିକ୍ ଖାଦ୍ୟ ଖାଇବା ଜରୁରୀ ।

Follow by Email
WhatsApp