ଅନୁଗୋଳର ଝିଅ ହେଲେ ମିସ ଏଲିଗାଣ୍ଟ Posted on 06/03/201906/03/2019 by NTP Bureau Report ଅନୁଗୋଳ: ଏକାଗ୍ରତା ହିଁ ମଣିଷ କୁ ଆଣିଥାଏ ସଫଳତା। ପଙ୍କରେ ପଦ୍ମ।ଅନୁଗୋଳରୁ ମିସ ଏସିଆ ଯାଏଁ ଯାତ୍ରା।ଅନୁଗୋଳ ର ନିବେଦିତା ବିଶ୍ୱାଳ ଆଜି ସାରା ଏସିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ବାପା ଜଣେ ସ୍ୱଳ୍ପ ବେତନଭୋଗି ଟ୍ରାନ୍ସପୋର୍ଟ କର୍ମଚାରୀ ହୋଇଥିବାବେଳେ ମା ଗୃହିଣୀ।ନିବେଦିତା ବେଙ୍ଗାଳୁରୁ ର ଏକ ଘରୋଇ କମ୍ପାନୀରେ କାମ କରନ୍ତି।ନିଜ ମଡେଲିଙ୍ଗ ନିଶାପାଇଁ ତାଙ୍କୁ ଏହି ସଫଳତା ଆଣିଦେଇଛି। ଆରବୀୟ ଦେଶ ଓମାନର ମସ୍କଟରେ ମିସ୍ ଏସିଆ ଏଲିଗାଣ୍ଟ ମୁକୁଟ ବିଜୟିନୀ ହୋଇଛନ୍ତି ଅନୁଗୋଳ ସୌଭାଗ୍ୟନଗର ଝିଅ ନିବେଦିତା ବିଶ୍ୱାଳ। ଡିସେମ୍ବର ୧୪ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସେ ସିଂହଳ ସୁନ୍ଦରୀଙ୍କ ସହ ଅନ୍ୟ ୧୦ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଗୌରବର ଅଧିକାରୀ ହୋଇପାରିଛନ୍ତି। ଏହି ମୁକୁଟ ଜିତିବା ପରେ ଏବେ ନିବେଦିତାଙ୍କ ନିକଟକୁ ବଡ଼ ବଡ଼ ବିଜ୍ଞାପନ ସହ କାନାଡ଼ା ଓ ତେଲୁଗୁ ସିନେମା ଇଣ୍ଟଷ୍ଟ୍ରିରୁ ଅଫର ପରେ ଅଫର ଆସିବାରେ ଲାଗିଛି। ତେବେ କେଉଁଥିରେ କାମ କରିବେ ସେ ନେଇ ସ୍ପଷ୍ଟ କରିନାହାନ୍ତି।ଅନୁଗୋଳ ଶିମିଳିପଡ଼ା, ପିଟିସି ସ୍କୁଲ ସହ ମହିଳା ମହାବିଦ୍ୟାଳୟରେ ପଢ଼ିବା ପରେ ନିବେଦିତା ଉତ୍କଳ ବିଶ୍ୱବିଦ୍ୟାଳୟରେ ବାୟୋଟେକ୍ନୋଲୋଜିରେ ସ୍ନାତକ କରିଥିଲେ। ପରେ ବାଙ୍ଗାଲୋରରେ ଏମ୍ବିଏ ପାଠ୍ୟକ୍ରମ ସମୟରେ ମଡେଲିଂ ପ୍ରତି ତାଙ୍କର ଦୁର୍ବଳତା ବଢ଼ିଥିଲା। ୨୦୧୪ରେ ସେ ପ୍ରଥମେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ।: କନ୍ୟା କୌଣସି ଗୁଣରେ ବି କାମ ନୁହନ୍ତି ଓଡ଼ିଶାରେ ଆଗାମୀ ଦିନରେ କିଭଳି ମିସ ଓଡ଼ିଶାହୋଇପାରିବ ଆଉ ଆଗକୁ ଓଡିଶାରୁ କିଭଳି ଅନେକ ଝିଅ ଏଥିରେ ସାମିଲ ହେବେ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି। ୨୦୧୫ ରେ ନିବେଦିତା ମିସ ଇଣ୍ଡିଆରେ ରନର୍ସଅପ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।ବିଫଳତା ହିଁ ସଫଳତାର ନୂଆ ବାଟ ଦେଖାଇଥାଏ ବୋଲି କହିଛନ୍ତ ନିବେଦିତା।ଏ ସଫଳତାର ଶ୍ରେୟ ସାଙ୍ଗ ସାଥି ଗୁରୁଜନ ଙ୍କ ଆଶୀର୍ବାଦ ରୁ ମିଳିଛି।: ବିଫଳତା ହିଁ ସଫଳତାର ନୂଆ ଦିଶା ଆଣିଥାଏ।ଆଗକୁ ଯିବାକୁ ପ୍ରେରଣା ଯୋଗାଇଥାଏ। ମିସ ଏସିଆ ଏଲିଗାଣ୍ଟ ନିବେଦିତା ଏକ ଉଦାହରଣ ପାଲଟିଛନ୍ତି।ନିବେଦିତା ଙ୍କୁ ଆଗକୁ କେଉଁ ଫିଲ୍ମରେ ଦେଖିବାକୁ ମିଳିବ ତାକୁ ହିଁ ଅପେକ୍ଷା। Share on FacebookTweetFollow usSave Post Views: 270
Odisha ବାଲିଗୁଡା:ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ରୋଗୀଙ୍କ ଘରେ ପହଞ୍ଚିଲା ଔଷଧ NTP Bureau Report 09/04/2020 0 ବାଲିଗୁଡ଼ା(ଏନ ଟି ପି): ବିଶ୍ବରେ ମହାମାରୀ କୋରାନା ନିଜର କାୟା ବିସ୍ତାର କରିଚାଲିଛି । ସମସ୍ତଙ୍କ ମନରେ ଗୋଟିଏ ଭୟ । କିଭଳି କରୋନା ସଂକ୍ରମଣରୁ ମିଳିବ ମୁକ୍ତି । ସାରା ଦେଶରେ ଏବେ […]
Odisha NATIONAL ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ ସହିଦ ଯବାନଙ୍କ ଘରୁ ସଂଗ୍ରହ କଲେ ମାଟି, ସ୍ମାରକ ସ୍ଥଳରେ ସ୍ଥାପନ ହେବ କଳସ NTP Bureau Report 14/02/2020 0 ଭୁବନେଶ୍ୱର(ଏନଟିପି) : *୨୦୧୯ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଘଟଣାକୁ ବର୍ଷେ ପୂରଣ ହୋଇଥିଲାବେଳେ ଶହୀଦ ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀନଗରରେ […]
Odisha ରାଜ୍ୟ ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜାମ୍ମୁ କାଶ୍ମୀର NTP Bureau Report 05/08/2019 0 ନୂଆଦିଲ୍ଲୀ,ଅଗଷ୍ଟ ୦୫(ଏନଟିପି): ଆଉ ରାଜ୍ୟ ନୁହଁ କେନ୍ଦ୍ର ଶାସିତ ଅଂଚଳ ହେଲା ଜାମ୍ମୁ କାଶ୍ମୀର ଜାମ୍ମୁକାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଜାମ୍ମୁକାଶ୍ମୀରକୁ ଧାରା ୩୭୦କୁ ନେଇ ଯେଉଁ […]