ବିଜେଡିର ମଙ୍ଗ ଧରିଲେ ନବୀନ Posted on 26/02/202026/02/2020 by NTP Bureau Report ଭୁବନେଶ୍ୱର(ଏନଟିପି): ଓଡ଼ିଶାର ସାଢ଼େ ଚାରିକୋଟି ଜନସାଧାରଣଙ୍କୁ ଦୀର୍ଘ ୨୩ ବର୍ଷ ଧରି କ୍ରମାଗତ ଭାବେ ଏକ ସ୍ବଛ, ନିଷ୍କଳଙ୍କ, ସକରାତ୍ମକ, ଉଦାର, ଜନବାଦୀ, ଦୂରଦର୍ଶୀ ତଥା ବରିଷ୍ଟ ନେତୃତ୍ବ ଦେବା ସହ ସମୃଦ୍ଧ ଓଡ଼ିଆ ଅସ୍ମିତାକୁ ବିଶ୍ବଦରବାରରେ ପ୍ରତିଷ୍ଠିତ କରିବା ନିମନ୍ତେ ଆପଣଙ୍କ ନିଷ୍ଠା ଓ ପରାକାଷ୍ଠା ଅତୁଳନୀୟ।କ୍ରମାଗତ ଅଷ୍ଟମଥର ଲାଗି ବିଜେଡ଼ି ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତହୋଇଥିବା ଓଡ଼ିଶା ଇତିହାସର ସର୍ବପ୍ରିୟ ତଥା ଅପ୍ରତିଦ୍ବନ୍ଦି ନେତା, ବିକାଶ ପୁରୁଷ ମାନ୍ୟବର ନବୀନ ପଟ୍ଟନାୟକଜୀଙ୍କ ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପୁଣି ବିଜେଡିର ମଙ୍ଗ ଧରିଲେ ନବୀନ।ଅଷ୍ଟମ ଥର ବିଜେଡି ମଙ୍ଗ ଧରିଲେ ନବୀନ ପଟ୍ଟନାୟକ । ସଭାପତି ଭାବରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ ନାଁ ଘୋଷଣା ହୋଇଛି । ଏକମାତ୍ର ପ୍ରାର୍ଥୀ ଭାବରେ ସଭାପତି ପଦ ପାଇଁ ସେ ନାମାଙ୍କନ ଦାଖଲ କରିଥିଲେ । ସଭାପତି ନିର୍ବାଚିତ ହେବା ପରେ ଦଳୀୟ ନେତା ଓ କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ସାଢ଼େ ୪ କୋଟି ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ କ୍ରମାଗତ ଜିତି ଆସିଛି ବିଜେଡି । ଲୋକଙ୍କ ପାଇଁ କାମ କରୁଛି । ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି, ବିଜେଡି କେବଳ ଭୋଟ୍ ପାଇଁ ନିର୍ବାଚନ ଲଢୁ ନାହିଁ । ଲୋକଙ୍କ ସେବା କରିବା ଓ ସେମାନଙ୍କ କାମ କରିବା ବିଜେଡିର ମୂଳ ଲକ୍ଷ୍ୟ ବୋଲି ଉଦବୋଧନରେ କହିଛନ୍ତି ନବୀନ । ୧୯୯୭ରୁ ୨୦୨୦, ଦୀର୍ଘ ୨୩ ବର୍ଷ ଧରି ବିଜେଡି ରାଜ୍ୟ ସଭାପତି ରହି ଆସିଛନ୍ତି ନବୀନ ପଟ୍ଟନାୟକ । ବୈଠକରେ ବିଜେଡିର କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ବିଧାୟକ, ସାଂସଦ ଯୋଗ ଦେଇଥିଲେ । Share on FacebookTweetFollow usSave Post Views: 396
Odisha ସ୍କୁଲ ପିଲାଙ୍କ ଉପରେ ଆଉ ପଡିବନି ବସ୍ତାନୀ ବୋଝ NTP Bureau Report 02/08/2019 0 ଭୁବନେଶ୍ବର(ଏନ ଟି ପି) : ସ୍କୁଲ ପିଲାଙ୍କ ଉପରେ ପଡ଼ିବନି ବସ୍ତାନି ବୋଝ। ବ୍ୟାଗ୍ ଓଜନ ଯାଞ୍ଚ ଲାଗି ଜିଲ୍ଲା ସ୍ତରରେ ଗଠନ କରାଯିବ ସ୍କ୍ଵାଡ୍। ଏହି ଟିମ୍ ଅଚାନକ ବିଦ୍ୟାଳୟ ଗସ୍ତ କରି ସ୍କୁଲ […]
Odisha ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହ NTP Bureau Report 31/08/2024 0 ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ପୌରପ୍ରଶାସନ ସହ ଯୋଡି ହୋଇ ଜନପ୍ରତିନିଧିମାନେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ […]
Odisha NTPC Talcher Kaniha organises Medical Health Camp NTP Bureau Report 23/10/2019 0 ANGUL(NEWS TIME PRO): NTPC Talcher Kaniha organised a Medical Health Camp at Dadaraghati Govt. High School under its CSR initiative recently , which was inaugurated by […]